ଆଜି ପବିତ୍ର ଜନ୍ମାଷ୍ଟମୀ l

ରିପୋର୍ଟ :ଫିଲିପ କୁମାର ଦିଗାଲ

କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଦୁଇ ପ୍ଲାଟନ ଫୁଲିସ 10 ଜଣ ଅଫିସର ରହି ଛନ୍ତି  ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ବାଲିଗୁଡ଼ା: ଆଜି ପବିତ୍ର ଜନ୍ମାଷ୍ଟମୀ, ଏହି ତିଥିରେ ପାଳନ ହେଉଛି ବେଦାନ୍ତ କେଶରୀ ବ୍ରହ୍ମଲୀନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୫ତମ ଶ୍ରାଦ୍ଧ ବାର୍ଷୀକି । ଏନେଇ ସମଗ୍ର କନ୍ଧମାଳ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଚକାପାଦ ଓ ଜଲେଶପଟ୍ଟା ଆଶ୍ରମରେ ଚାଲିଛି ପୂଜାର୍ଚ୍ଚନା । ଏଥିରେ ବହୁ ସନ୍ଥ ଓ ଶତାଧିକ ସ୍ବାମୀଜୀଙ୍କ  ଶ୍ରଦ୍ଧାଳୁ ଯୋଗ ଦେଇଛନ୍ତି ।
୨୦୦୮ ମସିହା ଅଗଷ୍ଟ ୨୩ ତାରିଖରେ କନ୍ଧମାଳ ଜିଲ୍ଲା ଜଲେଶପଟ୍ଟା ଆଶ୍ରମରେ ଜନ୍ମାଷ୍ଟମୀ ଉତ୍ସବ ପାଳନ ହେଉଥିବା ବେଳେ ସ୍ବାମୀଜୀଙ୍କ ସମେତ ତାଙ୍କର ଚାରିଜଣ ସହଯୋଗୀଙ୍କୁ ଅତି ନିର୍ମମଭାବେ ହତ୍ୟା କରିଥିଲେ କିଛି ଆତତାୟୀ । ଏହା ପରେ ଅଶାନ୍ତ ହୋଇ ଦଙ୍ଗା ପରିସ୍ଥିତି ସୃଷ୍ଟି ହୋଇଥିଲା ସାରା ଜିଲ୍ଲାରେ । ବହୁ ଧନଜୀବନ ନଷ୍ଟ ହେବାସହ ବହୁ ଲୋକଙ୍କ ପ୍ରଣହାନି ମଧ୍ୟ ଘଟିଥିଲା । ସ୍ବାମୀଜୀଙ୍କ ହତ୍ୟା ଘଟଣାକୁ ଆଜି ପୁରିଛି ୧୫ ବର୍ଷ । ଜଲେଶପଟ୍ଟା ଆଶ୍ରମରେ ସକାଳୁ କଳଶ ଯାତ୍ରା, ପ୍ରଭାତ ଫେରି, ନାମ ସଂକିର୍ତ୍ତନ ହେବାସହ ସୂର୍ଯ୍ୟ ପୂଜା, ଗୋ ପୂଜା, ହନୁମାନ ଚାଳିଶା ପାଠ ପ୍ରଭୃତି ଦିନତମାମ କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟାରେ ଜନ୍ମାଷ୍ଟମୀ ପାଳନ କରାଯିବ ।

ସେପଟେ ଚକାପାଦରେ ମଧ୍ୟ ଚାଲିଛି ପୁଜାର୍ଚ୍ଚନାସହ ସ୍ବାମୀଜୀଙ୍କ ସୃତିଚାରଣ ।
ସଂସ୍କୃତିକୁ ରକ୍ଷାକରିବା ସ୍ବାମୀଜୀଙ୍କ ମୁଳଲକ୍ଷ ଥିଲା । ସ୍ବାମୀଜୀଙ୍କୁ ସ୍ମରଣକରି ଆମେ ଆଜିବି ତାଙ୍କ ଚଲାପଥରେ ଚାଲିଛୁ । ଗୋ ହତ୍ୟା ନିଷିଦ୍ଧ କନ୍ଧମାଳ ଜିଲ୍ଲା ଆମର ଲକ୍ଷ ବୋଲି କହିଛନ୍ତି ସନ୍ଥ । ଅନ୍ୟପଟେ ଏହି ଶ୍ରାଦ୍ଧ ବାର୍ଷିକ ପାଇଁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଜିଲ୍ଲାର ବିଭିନ୍ନ ସ୍ଥାନରେ ନାକା କରାଯାଇ ଗାଡ଼ି ମୋଟର ଯାଞ୍ଚ୍ କରୁଛି ପୋଲିସ୍ । ତୁମୁଡ଼ିବନ୍ଧର ଜଲେଶପଟ୍ଟାରେ ମଧ୍ୟ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଜିଲ୍ଲାରେ ଜନ୍ମାଷ୍ଟମୀ ଉତ୍ସବ କିଭଳି ସୁରୁଖୁରୁରେ ପାଳନ ହେବ ସେନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଜଣାପଡ଼ିଛି ।

error: Content is protected !!