ଫିରିଙ୍ଗିଆ ପୋଲିସ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ଅଞ୍ଚଳ ବାସୀ ତାତି ଥାନାକୁ ନିଆଁ ଜାଳି ଦେଲେ।

କନ୍ଧମାଳ ରୁ ଫିଲିପ କୁମାର ଦିଗାଲ ରିପୋର୍ଟ

ଫିରିଙ୍ଗିଆ  କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଫିରିଙ୍ଗିଆ ଥାନା ଅଞ୍ଚଳ ରେ ଗତ ଶନିବାର ଦିନ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏହି କ୍ଷେତ୍ରରେ ଥାନା ଅଧିକାରୀ ତପନ କୁମାର ନାହାକଙ୍କ ନିର୍ଦ୍ଦେଶ ଅନୁସାରେ ଫିରିଙ୍ଗିଆ ସମସ୍ତ ପୋଲିସ ଜବତ କରିଥିବା ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ଅଞ୍ଚଳ ବାସୀ ତାତି ଥାନାକୁ ନିଆଁ ଲଗାଇ ଜାଳି ଦେଲେ। ଏହି କ୍ଷେତ୍ରରେ ଦୀର୍ଘ ଦିନ ଧରି ଫିରିଙ୍ଗିଆ ପୋଲିସ ଗଞ୍ଜେଇ ଧରିବା ନାଁରେ ଫିରିଙ୍ଗିଆ ଅଞ୍ଚଳରେ ଜନସାଧାରଣ ଜନତା ତଥା ଗରିବ ନିରିହ ଆଦିବାସୀ, ହରିଜନ,ଏବଂ କୁଲି ମଜୁରିଆ ଖଟିଖିଆ ଲୋକ ଙ୍କ ଉପରେ ପୋଲିସ ନିଜର ଦବଙ୍ଗଗିରି ଦେଖାଇ ଜୁଲମ ସହ ମାତ୍ରାଧିକ ଲୋକଙ୍କୁ ହ‌ଇରାଣ ହରକତ କରି ବିଭିନ୍ନ ଦଫାରେ ମୋକଦ୍ଦମା ରୁଜ୍ଜୁ କରାଯାଇଥିବା ବେଳେ। ପୋଲିସ ଜବତ କରିଥିବା ଗଞ୍ଜେଇ ନିଜ ଇଚ୍ଛା ଅନୁଯାୟୀ ଗଞ୍ଜେଇ ବେପାରୀଙ୍କୁ ଡାକି ରାତା ରାତି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଧରି ପକେଟ୍ ଗରମ୍ କରିବା ଆଶା ଥିଲା ବେଳେ ଅଞ୍ଚଳ ର ଅଞ୍ଚଳ ବାସୀ ବିଶ୍ଵତ ସୂତ୍ର ଖବର ପାଇ ଅଞ୍ଚଳ ବାସୀ ଏକ ତ୍ରୀତ ହୋଇ ବିରାଟ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇ।

କାର୍ଯ୍ୟାନୁଷ୍ଠାନ ଓ ପୋଲିସ ଗାଡିରେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ଅଭିଯୋଗ କରି ଫିରିଙ୍ଗିଆ ଥାନା ଅଧିକାରୀ ତପନ କୁମାର ନାହାକ ଓ ତାଙ୍କ ସହ ଗଞ୍ଜେଇ ମାଫିଆ ସହିତ ଜୋଡି ପୋଲିସ କର୍ମଚାରୀ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଗିରଫ କରିବା ଦାବୀ ଫିରିଙ୍ଗିଆ ଅଞ୍ଚଳ ର ଅଞ୍ଚଳ ବାସୀ ରାଜ ରାସ୍ତାକୁ ଓହ୍ଲାଇ ଜୋର ଦାର ପ୍ରତି ବାଦ କରାଯାଇଥିବା ହସ୍ତକ୍ଷେପ ହେଇଛି। ଏହି ଦିଗରେ ଗତ ଶନିବାର ଦିନ ସକାଳୁ ଫୁଲବାଣୀ।, ବାଲିଗୁଡ଼ା ମୁଖ୍ୟ ରାସ୍ତାର ବ୍ଲକ ଛକ ନିକଟରେ ହଜାର ହଜାର ସଂଖ୍ୟାରେ ଆନ୍ଦୋଳନ କାରୀ ରାସ୍ତା ଅବରୋଧ କରିଥିବା ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଗତ ତିନି ତାରିଖରେ ରାତି ପ୍ରାୟ ଦୁଇ ଘଣ୍ଟା ସମୟରେ ନିଛାଟିଆ ଦେଖି ଫିରିଙ୍ଗିଆ ଥାନାରେ କାର୍ଯ୍ୟରତ ଦୁଇ ଜଣ ଗ୍ରୃହ ରଖି ପୋଲିସ ଗାଡିରେ ଗଞ୍ଜେଇ ଚୋରା ଚାଲାଣ ବେଳେ ଫିରିଙ୍ଗିଆ ସରପଞ୍ଚ ଜଳନ୍ଧର କହଁର ଙ୍କ ସହ ପୂର୍ବତନ ସରପଞ୍ଚ ବିଶ୍ବରଂଜନ କହଁର ଓ କିଛି ସ୍ଥାନୀୟ ଲୋକେ ଧରିଥିଲେ। ଏହାକୁ ନେଇ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଏହାର ଲୋକଲୋଚନକୁ ଆଣିବା ପ୍ରତି ବାଦରେ ଗତକାଲି ଫିରିଙ୍ଗିଆ ଠାରେ ରାସ୍ତା ଅବରୋଧ କରାଯାଇଥିବା ଦେଖିବାକୁ ମିଳିଥିଲା।

error: Content is protected !!