ରିପୋର୍ଟ :ଜଗନାଥ ମହନ୍ତ
କେନ୍ଦୁଝର ଜିଲ୍ଲା ତେଲକୋଇ ଅଞ୍ଚଳର ବହୁ ପ୍ରତିକ୍ଷିତ ୨ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି।ଓଡିଶା ସରକାରଙ୍କ ତରଫରୁ ୨୨ କୋଟି ଟଙ୍କା ବ୍ୟୟ ଅଟକଳରେ ତେଲକୋଇ-କୁନ୍ତଳା ପୂର୍ତ୍ତ ରାସ୍ତା ପ୍ରଶସ୍ତିକରଣ ଓ ୧୩ କୋଟି ବ୍ୟୟରେ ତେଲକୋଇ-ବିମଳା ପୂର୍ତ୍ତ ରାସ୍ତାର ସମାକୋଇ ନଦୀରେ ନୂତନ ସୁଉଚ୍ଚ ପୋଲ ନିର୍ମାଣ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।ମୁଖ୍ୟ ଅତିଥି ଭାବେ ମାନ୍ୟବର ଖଣି ଇସ୍ପାତ ଓ ନିର୍ମାଣ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ କରକମଳରେ ଶୁଭ ଦିଆଯାଇଛି।ସମ୍ମାନୀତ ଅତିଥି ଭାବେ ମାନ୍ୟବର ବିଧାୟକ ତେଲକୋଇ ଇଂ ପ୍ରେମାନନ୍ଦ ନାୟକ,ବ୍ଲକ ଅଧ୍ୟକ୍ଷ ବିକ୍ରମ ନାୟକ,ଜିଲ୍ଲା ପରିଷଦ ସଦସ୍ୟ କେଦାର ଚନ୍ଦ୍ର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ।ଏଠାରେ ସୂଚନାଯୋଗ୍ୟ ଯେ ସମାକୋଇ ନଦୀରେ ବନ୍ୟାଜଳ ପ୍ରବାହିତ ହେଲେ ପୂର୍ବରୁ ନିର୍ମାଣ ହୋଇଥିବା ଛୋଟ ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହୁଏ।ଫଳରେ ବର୍ଷାଦିନେ ତେଲକୋଇ-ବିମଳା-ଢେଙ୍କାନାଳ-କଟକ- ଭୁବନେଶ୍ୱର ରାସ୍ତା ବାହ୍ୟ ଜଗତରୁ ବିଛିନ୍ନ ହୋଇଯାଏ।ଏଠାରେ ଏକ ସୁଉଚ୍ଚ ପୋଲ ନିର୍ମାଣ ପାଇଁ ଅଞ୍ଚଳବାସୀ ବହୁଦିନ ଧରି ଦାବି କରି ଆସୁଥିଲେ।ଏହାଦ୍ବାରା ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଉପକୃତ ହେବେ।
More Stories
ପୂର୍ବତନ ବିଧାୟକ ପିତା ଙ୍କ ଦେହାନ୍ତ l
ସ୍ବର୍ଗତ ଲକ୍ଷ୍ମୀଧର ଭୂୟାଁ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଅଛି l
ସାଲେପୁର ବ୍ଲକ୍ କୁଶିନାପୁର ଠାରେ କାର୍ତ୍ତିକ ପୂଜା ଅନୁଷ୍ଠିତ ହୋଇଯାଇଅଛି ।ଏହି ପୂଜା ବହୁ ବର୍ଷ ଧରି ହୋଇଆସୁଛି ।