ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ଜିଲ୍ଲା(ଆମ ଓଡିଶା ଖବର )ତେଲକୋଇ ଶ୍ରୀ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାନୁଷ୍ଠାନ,ତେଲକୋଇରେ ଶ୍ରୀଅରବିନ୍ଦଙ୍କ ଦେହାବଶେଷର ସମାଧି ସ୍ଥାପନ ନିମନ୍ତେ ପ୍ରସ୍ତୁତି ବୈଠକ ଅଭିଭାବକ ଓ ପରିଚାଳନା ପରିଷଦ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି ।ଆଇନଜୀବୀ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ ସଭାରେ ସଭାପତିତ୍ଵ କରି ସଭାର ଆଭିମୁଖ୍ୟ ସମ୍ବନ୍ଧରେ ଆଲୋଚନା କରିଥିଲେ।।ମୁଖ୍ୟ ଅତିଥି ଭାବେ ରାଜ୍ୟ ବିଜେଡି ସାଧାରଣ ସଂପାଦକ ଶ୍ରୀଯୁକ୍ତ ଧନୁର୍ଜୟ ସିଦ୍ଧୁ ଯୋଗ ଦେଇ ପ୍ରଭୁଙ୍କର ସମାଧି ମନ୍ଦିର ସ୍ଥାପନର ଆବଶ୍ୟକତା ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିଥିଲେ ଏବଂ ଏହି କାର୍ଯ୍ୟ କରିବା ପାଇଁ ସମସ୍ତ ଅବିଭାବକମାନଙ୍କୁ ଆଗେଇ ଆସିବା ପାଇଁ ଆହ୍ଵାନ ଦେଇଥିଲ। ତେଲକୋଇ ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ୍ ଶ୍ରୀଯୁକ୍ତ ଗୌରଚନ୍ଦ୍ର ପ୍ରଧାନ ସମାଧିମନ୍ଦିର ସ୍ଥାପନ ଦ୍ୱାରା ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟିହେବା ନିମନ୍ତେ ସହାୟକ ହେବ ଯାହାକି ବର୍ତ୍ତମାନ ସମାଜ ପାଇଁ ଏହା ଅତ୍ୟନ୍ତ ଜରୁରୀ ବୋଲି ନିଜ ବକ୍ତବ୍ଯ ରଖିଥିଲେ ତତସହିତ ଅନୁଷ୍ଠାନର ଅନ୍ୟତମ ସଦସ୍ୟ ଅବସର ପ୍ରାପ୍ତ ଖେଳ ଶିକ୍ଷକ ଶ୍ରୀଯୁକ୍ତ ନୀଳମଣି ସାମଲ ଏହି ସତକାର୍ଯ୍ୟ ପାଇଁ ସମସ୍ତଙ୍କୁ ଉତ୍ସାହିତ କରିଥିଲେ। ଅନୁଷ୍ଠାନର ସଂପାଦକ ଶ୍ରୀଯୁକ୍ତ ଦୁର୍ଗାପ୍ରସାଦ ପଟ୍ଟନାୟକ କିପରି ପ୍ରଭୁଙ୍କ ଦିବ୍ୟକାର୍ଯ୍ୟ ପର୍ଯ୍ୟାୟକ୍ରମେ କରାଯିବ ସେ ସମ୍ବନ୍ଧେ ଅଭିଭାବକମାନଙ୍କ ସହିତ ଆଲୋଚନା କରିଥିଲେ। ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ରଣଜିତ୍ ବିଶ୍ଵାଳ ଯୁବ ଗଣମାଧ୍ୟମ ପ୍ରତିନିଧି ଭୋଳେଶ୍ୱର ପାତ୍ର ଓ ଭିଭୂତି ପ୍ରଧାନ ଉପସ୍ଥିତ ଥିଲେ। ସମସ୍ତ ଅବିଭାବକ ଶ୍ରୀଅରବିନ୍ଦଙ୍କ ଦେହାବଶେଷର ସମାଧି ସ୍ଥାପନ ନିମନ୍ତେ ସହଯୋଗ କରିବା ପାଇଁ ସମ୍ମତି ପ୍ରଦାନ କରିଥିଲେ ।ଶେଷରେ ପ୍ରିନ୍ସିପାଲ ଶ୍ରୀମତୀ ବନ୍ଦିତା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। ପ୍ରକାଶଥାଉକି, ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେଏହି ଅନୁଷ୍ଠାନଟି ନିରବିଚ୍ଛିନ୍ନ ଭାବେ ମାଗଣା ଶିକ୍ଷା ଯୋଗାଇ ଦେଇଆସୁଅଛି |
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l