ବେଗୁନିଆପଡା, (ଦେବାଶିଷ ମହାରଣା)
ବେଗୁନିଆପଡା ବ୍ଲକ ଅନ୍ତର୍ଗତ ସୁମଣ୍ଡଳ ପଞ୍ଚାୟତ ଭାଲିଆଝର ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ସ୍ବର୍ଗତ ଭାଗିରଥି ବାରିକଙ୍କ ଗତ ଶନିବାର ଦିନ ପରଲୋକ ହେବା ପରେ ତାଙ୍କ ମୃତ୍ୟୁ ଖବର ପାଇ ସ୍ବର୍ଗତ ବାରିକ ଙ୍କ ବାସଭବନ ରେ ପହଞ୍ଚି ପରିବାରକୁ ସାନ୍ତ୍ୱନା ଦେବା ସହ ଆର୍ଥିକ ସହଯୋଗର ହାତ ବଢ଼ାଇଛନ୍ତି ବେଗୁନିଆପଡା ବ୍ଲକ ତଥା ଗଞ୍ଜାମ ଜିଲ୍ଲା ଗଣଶିକ୍ଷକ ସଂଘ ର କର୍ମକର୍ତା | ଏଥିରେ ଗଞ୍ଜାମ ଜିଲ୍ଲା ଗଣ ଶିକ୍ଷକ ସଂଘ ସଭାପତି ବିଷ୍ଣୁ ନାରାୟଣ ପଣ୍ଡା,ଛତ୍ରପୁର ବ୍ଲକ ସଭାପତି ସୁରେଶ ମାହାନ୍ତି, ବେଗୁନିଆପଡା ବ୍ଲକ ଗଣଶିକ୍ଷକ ସଂଘ ସଭାପତି ପୁର୍ଣଚନ୍ଦ୍ର ପ୍ରଧାନ,ଉପ ସଭାପତି ଛବିତା ମହାରଣା,ସମ୍ପାଦକ ନିବାସୀ ଚନ୍ଦ୍ର ପରିଡା,କୋଷାଧ୍ୟକ୍ଷ ଲୋକନାଥ ସ୍ୱାଇଁଙ୍କ ସମେତ ଅନ୍ୟ ଗଣ ଶିକ୍ଷକ ମାନେ ଉପସ୍ଥିତି ରହି ସ୍ବର୍ଗତ ବାରିକ ଙ୍କ ପରିବାରକୁ ବାଇଶି ହଜାର ଟଙ୍କା ର ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇ ଥିଲେ | ସୂଚନା ଯୋଗ୍ୟ ଯେ ସ୍ବର୍ଗତ ବାରିକ ଜଣେ ମେଳାପୀ, ଛାତ୍ର ବତ୍ସଳ ଏଵଂ କର୍ତବ୍ୟନିଷ୍ଠ ଶିକ୍ଷକ ଥିଲେ |


More Stories
ଆମରିସତ୍ୟ ବିକାଶ ପରିଷଦର ଓଡ଼ିଆ ପକ୍ଷ ପାଳନ।
ଅବସର କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ଖୋରଧା l
ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୂର୍ତ୍ୟ |