ଲିମ୍ଫା୍ଟିକ ଫାଇଲେରିଆସିସ ନିରାକାରଣ ନିମନ୍ତେ ସାମୁହିକ ଔଷଧ ସେବନ l

ରିପୋର୍ଟ :- ଜଗନ୍ନାଥ ମହନ୍ତ

ସରକାର ଙ୍କ ନିର୍ଦେଶ କ୍ରମେ
ଅଗଷ୍ଟ 10 ଠାରୁ ଅଗଷ୍ଟ 19ପ୍ରଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ଆଜି ତେଲକୋଇ ଗୋଷ୍ଟିସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ମେଡିକାଲ ସୁପରିଟେଣ୍ଡେଣ୍ଡ  ଡାକ୍ତର ପ୍ରୀତିଶ ଅର୍ଚାଯ୍ୟଙ୍କ ଦ୍ଵାରା ଉଦଘାଟନ ହୋଇ ଯାଇଛି l  ସେଠାରେ ଡାକ୍ତର ସାପେନେଶ୍ୱର ଗଡ଼ନାୟକ  ପି.ଏଚ.ଇ.ଓ  ମୋନଜ କୁମାର ପ୍ରଧାନ ବି.ପି.ଏମ ପପୁ କୁମାର ସାହୁ  ଏମ.ଟି. ଏସ କ୍ଷମାକର  ମହନ୍ତ ଏମ.ପି.ଏଚ.ଏସ ଉଦୟ ନାଥ ନାୟକ   ଏ.ଏନ. ଏମ ଜାହ୍ନବୀ ମହାନ୍ତ ଓ  ଗୀତାଞ୍ଜଳି ମହାନ୍ତ ଉପସ୍ଥିତ ଥିଲେl ପରିଶେଷରେ ତେଲକୋଇ ବ୍ଲକ ପ୍ରଶାସନର ବି ଡି ଓ, ତହସିଲଦାର ଏବଂ ବ୍ଲକ ଅଧକ୍ଷଙ୍କୁ ମେଡିକାଲ ଇନଚାର୍ଜଙ୍କ ତତ୍ଵାବଧାନରେ ମେଡିକାଲ ଟିମ ଯାଇ ସାମୁହିକ ଔଷଧ ସେବନ କରାଇଥିଲେ ଏବଂ ଗ୍ରାମାଞ୍ଚଳରେ ଘରକୁ ଘର  ଯାଇ ଅଙ୍ଗନବାଡିକର୍ମୀ ଓ ଆଶାକର୍ମୀ ଫାଇଲେରିଆ ଔଷଧ ଖୁଆଇ ଥିଲେ l

error: Content is protected !!