ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି :-(ଆମ ଓଡିଶା ଖବର ) ଚଳିତ ବର୍ଷ ବର୍ଷାର ଲୁଚକାଳି ଖେଳରେ ଅସ୍ତବ୍ୟସ୍ତ ଚାଷୀ ବିଳମ୍ବରେ ଓ ସ୍ୱଳ୍ପ ବର୍ଷା ହେବାଯୋଗୁଁ ଅନୁକୂଳ ପାଇପାରୁନି ଚାଷୀ ର l ଅନେକ ସ୍ଥାନରେ ଚାଷ କାମ ଅଟକି ଯାଇଥିବାବେଳେ ବିଭିନ୍ନ ସ୍ଥାନରେ ରୁଆ, ବେଉଷଣ ଏଯାଏ ହୋଇପାରିନି | ଗତ କିଛିଦିନ ତଳେ ଲଘୁଚାପ ଜନିତ ବର୍ଷା କିଛିମାତ୍ରାରେ ଚାଷୀଙ୍କୁ ଅଶାର ସଞ୍ଚାର ଦେଖାଇଥିଲା ହେଲେ ତାହାବି ଶେଷରେ ନିରାଶ କରିଛି ଚାଷୀଙ୍କୁ |କେବଳ ସ୍ୱଳ୍ପ ବର୍ଷାହୋଇ ଉଭେଇ ଯାଇଛି |ଏବେ ଚାଷ ଜମି ଫାଟି ଆଁ କରି ବସିଲାଣି ଆଉ ଚାଷୀ ମୁଣ୍ଡରେ ହାତଦେଇ ବସିଛି ଯେପରି ଲାଗୁଛି ଚାଷୀ ମୁଣ୍ଡରେ ଚଡ଼କ ପଡିଛି | ଚନ୍ଦାହାଣ୍ଡି ଅଞ୍ଚଳରେ ଏବେ ମରୁଡିର ଆଶଙ୍ଖା ଦେଖାଦେଲାଣି | ଅଞ୍ଚଳର ମାତ୍ର କିଛିସ୍ଥାନରେ କେନାଲ ଓ ଉଠାଜଳସେଚନ ଥିବାବେଳେ ସବୁସ୍ଥାନରେ ଜଳ ସେଚନ ବ୍ୟବସ୍ଥା ହୋଇପାରୁନି | ଯାହା ଚାଷୀଙ୍କ ଭିତରେ ଭାଳେଣି ପଡ଼ିଲାଣି ଯାହା ଚନ୍ଦାହାଣ୍ଡି ଅଞ୍ଚଳରେ ମରୁଡି ପରିସ୍ଥିତି ଦେଖାଦେଲାଣି | ଚନ୍ଦାହାଣ୍ଡି ଅଞ୍ଚଳର ଚଉଦଗୋଟି ପଞ୍ଚାୟତରେ ଏପରି ପରିସ୍ଥିତି ଦେଖିବାକୁ ମିଳୁଛି |ପଞ୍ଚାୟତର ଅଧିକାଂଶ ଜମି ହଳ, ବିହନ ଚଳିନଥିବାବେଳେ ଅଟକି ରହିଛି ଚାଷ କାମ | ଯାହାବି ଚାଷ କାମ ଶେଷ ହୋଇଛି ପାଣି ଅଭାବରୁ ଏବେ ଧାନ ସବୁ ମରିବା ଆରମ୍ଭ ହେବାକୁ ବସିଲାଣି ବୋଲି ଚାଷୀ ଅବିଯୋଗ କରୁଛନ୍ତି ! ଏପରିକି ଲୋକେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବାପାଇଁ ଆରମ୍ଭ କଲେଣି | ଚନ୍ଦାହାଣ୍ଡି ଅଞ୍ଚଳର ଅଧିକାଂଶ ଜମିକୁ ନା ରହିଛି କେନାଲ ସୁବିଧା ନା ରହିଛି ଲିପ୍ଟ ଏରିଗେଶନ ସୁଭିଧା କେବଳ ଉପରବାଲା ଭରସାରେ ଚାଷକାମ ହେଉଥିବାବେଳେ ଇନ୍ଦ୍ର ଦେବତା ବି ମୁହଁ ବୁଲେଇ ଦେଇଛି |ଏବେ କେବଳ ଗ୍ରାମ ଦେବା ଦେବୀ ଙ୍କ ଭରସା ଅପେକ୍ଷାରେ ଥିବା ଚାଷୀମାନେ ପ୍ରକାଶ କରିଛନ୍ତି | ଅଞ୍ଚଳବାସୀ ବିଶ୍ୱାସ ଓ ଆସ୍ଥା ନେଇ ଦେବଦେବୀଙ୍କ ପାଖରେ ଅଧିଆ ପଡିଲେଣି | ଏବେ ମରୁଡିର ବିଭୀଷିକା ଭିତରେ ପ୍ରବେଶ କରିବା ଆଶଙ୍କା ଦେଖା ଦେଇଛି | ଚନ୍ଦାହାଣ୍ଡି ଅଞ୍ଚଳର ଚାଷୀ ଘୋର ଚିନ୍ତା ଭିତରେ ବୁଡିରହିଥିବା ବେଳେ ଆଗକୁ କଣ ପରିସ୍ଥିତି ଉପୁଜିବ ତା�
More Stories
ଟେକ୍ନିକାଲ ଉଚ୍ଚ ବିଦ୍ୟାଳୟ ରେ ବାର୍ଷିକ କ୍ରିଡ଼ା ଅନୁଷ୍ଠିତ ହୋଇଯାଇଛି l
ରାଜସୁନାଖଳା ମହୋତ୍ସବ କାଉଁରୀର ଦ୍ଵିତୀୟ ସନ୍ଧ୍ୟାରେ ମନମୋହିଲା ଢୋଲ ମହୁରୀ ।
“ମହାତ୍ମାଗାନ୍ଧିଙ୍କ ‘ଗୋବରା ପଦାର୍ପଣ’ ଦିବସ ପାଳତ”