ରିପୋର୍ଟ :କେନ୍ଦୁଝର ତେଲକୋଇ ରୁ ଜଗନ୍ନାଥ ମହନ୍ତ
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ରାଇସୁଆଁ ପଞ୍ଚାୟତ ରାଣିବେଡା ଗ୍ରାମ ଚାରି କୋଣିଆ ବାଙ୍କ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ମୋଟର ସାଇକଲ ଆରୋହୀ ଗୁରୁତ୍ୱ ଆହତ ହୋଇଥିବା ଜଣାପଡିଛି ।ସୂଚନା ଆଜି ଅପରାହ୍ନ ୫ଘଣ୍ଟା ସମୟରେ କଙ୍କଡା ସୋଢ଼ା ଗ୍ରାମର ଜଣେ ବ୍ୟକ୍ତି ରାଣି ବେଡାରୁ ନିଜ ଗ୍ରାମକୁ ଏକ ମୋଟର ସାଇକଲ ଯୋଗେ ଫେରୁଥିଲେ । ଏହି ସମୟରେ ଚାରିକୋଣିଆ ବାଙ୍କ ଠାରେ ଏକ ଅଜଣା ଚାରି ଚକିଆ ଯାନ ଧକ୍କାଦେବା ଫଳରେ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇ ଥିଲା । ଦୁର୍ଘଟଣାରେ ବାଇକ୍ ଆରୋହୀ ଙ୍କ ବାମ ଗୋଡ ଭାଙ୍ଗି ଯାଇଥିବା ଜଣାପଡିଛି ।ଅନ୍ୟପଟେ ଦୁର୍ଘଟଣା ଘଟାଇ ଗାଡିଟି ଘଟଣା ସ୍ଥଳରୁ ଚମ୍ପଟ ମାରିବା ଫଳରେ ଗାଡିଟି କାହାର ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ।


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.