ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ଦାରିଙ୍ଗିବାଡି ସମବାୟ ସମିତି ଲିଃ ବୋର୍ଡ ମେମ୍ବର ନିର୍ବାଚନ ରେ ବ୍ୟାପକ ଜାଲିଆତି l ବାଲିଗୁଡା – ସମବାୟ ସମିତି ଲିଃ ନିର୍ବାଚନ ରେ ବ୍ୟାପକ ଅନିୟମିତତା l କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡି ବୃହଦାକାର ସମବାୟ ସମିତି ନିର୍ବାଚନ ରେ ବ୍ୟାପକ ଜାଲିଆତି କରି ନିର୍ବାଚନ ରେ ଜିତି ବୋର୍ଡ ମେମ୍ବର ହୋଇଥିବା ନେଇ ଅଭିଯୋଗ ଆସୁଥିବା ବେଳେ ଆର୍ ଟି ଆଇ ତଥ୍ଯ ମଧ୍ୟମ ରେ ଏହା ର ମହାଖୁଲାସା ହୋଇଛି ଯାହା କି ଦାରିଙ୍ଗିବାଡି ଅଞ୍ଚଳ ରେ ଚର୍ଚ୍ଚା ର କେନ୍ଦ୍ରବିନ୍ଦୁ ସାଜିଛି l ସମିତିର ଆଇନ ଅନୁଯାୟୀ ସମିତି ରେ 500ଟଙ୍କା ରୁ ଉର୍ଦ୍ଧ ଡିପୋଜିଟ ଏବଂ ସମିତିରେ ବକେୟା ଥିବା ପ୍ରାର୍ଥୀ ଙ୍କୁ ସମିତି ନିର୍ବାଚନ ରେ ଲଢ଼ିବା ପାଇଁ ନିୟମ ନଥିବା ବେଳେ ଆଇନ କୁ ଦଳିମକଚି ଦିଆଯାଇ ଥିବା ନଜର କୁ ଆସିଛି l ଏଠାରେ ଦାରିଙ୍ଗିବାଡି ର ପଠାଣି ସାହୁ ଙ୍କର ମାତ୍ର 116ଟଙ୍କା ଏବଂ ଦିଲ୍ଲୀପ ପ୍ରଧାନ ଜଣେ ଋଣ ଖିଲାପକାରୀ ହୋଇ ନିର୍ବାଚନ ଜିତି ବୋର୍ଡ ମେମ୍ବର ହୋଇଛନ୍ତି l ଦିଲ୍ଲୀପ ପ୍ରଧାନ ସମିତି ରେ ଋଣ ନେଇ ସୁଧ ମୂଳ ସହିତ ଦୁଇ ଲକ୍ଷ ଚଉରା ନବେ ହଜାର ସାତ ଶହ ଅଣ ତିରିଶ ଟଙ୍କା ବାକି ରହିଛି l ଦିଲ୍ଲୀପ ଙ୍କ ପାଖକୁ କିଛି ଦିନତଳେ ସମିତି ର ନୋଟିସ ଯାଇଛି l ଏନେଇ ପଠାଣି ସାହୁ ଙ୍କ ପ୍ରତିଦ୍ବନ୍ଦି ଯୋଗେନ୍ଦ୍ର ପ୍ରଧାନ ଅଭିଯୋଗ ଆଣିଥିଲେ ମଧ୍ୟ ପ୍ରାର୍ଥୀ ପତ୍ର କାଏମ ରଖା ଯାଇଥିଲା l ଦାରିଙ୍ଗିବାଡି ର ସମାଜ ସେବୀ ନାହାକ ପ୍ରଧାନ ଏନେଇ ସୂଚନା ଅଧିକାର ଆଇନ ବଳରେ ତଥ୍ଯ ମାଗିବା ପରେ ଘଟଣା ସାମନା କୁ ଆସିଛି l ସୂଚନାଯୋଗ୍ୟ ଯେ ଗତ 19.6.2022 ରେ ସମିତି ଗଠନ ପାଇଁ ନିର୍ବାଚନ ହୋଇଥିଲା l ନିୟମ ଅନୁଯାୟୀ ଏହି ଦୁଇ ବ୍ୟକ୍ତି ଙ୍କ ନୋମି ନେସନ୍ ବେଳେ ପ୍ରାର୍ଥୀପତ୍ର ନାକଚ ହୋଇ ଅଯୋଗ୍ୟ ହେବାକଥା କିନ୍ତୁ ଦାୟିତ୍ଵ ରେ ଥିବା ନିର୍ବାଚନ ଅଧିକାରୀ ଡି ଆର୍ ସି ଏସ ଏବଂ ଏ ଆର୍ ସି ଏସ୍ ଙ୍କ ଜ୍ଞତସାର ରେ ନିର୍ବାଚନ ହେଉଥିଲା ନା ଆଉ କୌଣସି ଅଦୃଶ୍ୟ ଶକ୍ତି କାମ କରୁଥିଲା ଯେ କେହି ଜାଣି ପାରିଲେ ନାହିଁ ନା ଜାଣି ଶୁଣି ନୀରବ ଥିଲେ ସେହିଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଦାରିଙ୍ଗିବାଡିବାସୀ ଙ୍କ ମନରେ l ଏମ ଡି ଚନ୍ଦ୍ର ମୋହନ ସାହୁ ଓ ଡି ଇ ଓ ମୁନା ଗୌଡ଼ କୁଆଡେ ଏହି ଦୁଇ ବ୍ୟକ୍ତି ଙ୍କୁ ସହଯୋଗ କରୁଥିଲେ ବୋଲି ଗୁରୁତର ଅଭିଯୋଗ ହେଉଛି lଜିଲ୍ଲା ପ୍ରଶାସନ ଏଥିରେ ହସ୍ତକ୍ଷେପ କରି ଆଇନ କୁ ଭାଙ୍ଗିଥିବା ଅଧିକାରୀ ଏବଂ ନିର୍ବାଚିତ ବୋର୍ଡ ମେମ୍ବର ପଠାଣି ସାହୁ ଏବଂ ଦିଲ୍ଲୀପ ପ୍ରଧାନ ଙ୍କ ବିରୋଧ ରେ ଦୃଢ଼ କାର୍ଯ୍ଯନୁଷ୍ଠାନ ନେବାକୁ ବିଭିନ୍ନ ମହଲ ରେ ଦାବୀ ଜୋର୍ ଧରିଛି l
More Stories
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ବିଭିନ୍ନ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ସହାୟତା ପ୍ରଦାନ l
କମଳା ପଦର ଗ୍ରାମ ରେ ଭୟାବହ ଅଗ୍ନିକାଣ୍ଡ l
ରାଷ୍ଟ୍ରୀୟ ଏକତା ଦିବସ ଅବସରରେ କଳିଙ୍ଗ ଷ୍ଟାଡିୟମରେ,ଏକତା ଦୌଡ’ର(Run For Unity) ଫ୍ଲାଗ୍ ଅଫ କଲେ ମୁଖ୍ୟମନ୍ତ୍ରୀ