ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି, ତା 20/8/2023,( ଆମ ଓଡ଼ିଶା ଖବର )ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପୁଝାରୀଗୁଡା ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ଦ୍ୱାରା ପରିଚାଳିତ ଗୀତାପାଠ କେନ୍ଦ୍ର ଠାରେ ରକ୍ଷା ବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି lଏହି କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି ଅଞ୍ଚଳରେ କାର୍ଯ୍ୟରତ ସାମ୍ବାଦିକ ମାନେ ଉପସ୍ଥିତିରେ

ବ୍ରହ୍ମାକୁମାରୀ ମମତା ରାଉତ ସମସ୍ତ ସାମ୍ବାଦିକଙ୍କୁ ଭାଇ ଭଉଣୀର ଅତୁଟ ବନ୍ଦନ ରେ ରାକ୍ଷୀ ବାନ୍ଧି ଥିଲେ ଏବଂ କିପରି ମଣିଷ ତାର ନିଷ୍ଠା ବଳରେ ଈଶ୍ୱରଙ୍କ ଅସିମ କୃପାରୁ କିପରି ଈଶ୍ୱରଙ୍କ ସାନିଧ୍ୟ ଲାଭ କରିପାରିବେ ସେ ବିଷୟରେ ବ୍ରହ୍ମାକୁମାରୀ ମମତା ରାଉତ ନିଜ ବକ୍ତବ୍ୟ ଅତି ଉଚ୍ଚ କୋଟିରେ ପୁଙ୍ଖାନୁପୁଙ୍ଖ ଓ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ | ରାକ୍ଷୀ ବାନ୍ଧିବା ସହ ଉପହାର ସ୍ୱରୂପ ଈଶ୍ୱରୀୟ ବ୍ରାହ୍ମକୁମାରୀଙ୍କ ଫୋଟ ଚିତ୍ର ସମସ୍ତ ଉପସ୍ଥିତ ସାମ୍ବାଦିକଙ୍କୁ ପ୍ରଦାନ କରିଥିଲେ |

ଏହି କାର୍ଯ୍ୟକ୍ରମରେ ଦୈନିକ ଖବର କାଗଜ ଧରିତ୍ରୀ ର ସାମ୍ବାଦିକ ଦିଲ୍ଲୀପ ଦାସ, ପୂର୍ଣଚନ୍ଦ୍ର ଟାକ୍ରୀ (ପ୍ରମୋୟ ), ପୀତାମ୍ବର ଶୋରୀ (ପ୍ରତିକାର ), ମନୋଜ କୁମାର ପାଣ୍ଡୀ (ଓଡିଶା ଭାସ୍କର ), ବାସୁଦେବ ସୁନା (ଓଡିଶା ଏକ୍ସପ୍ରେସ ), ମୋହନଲାଲ ସୁନାନୀ (କଳିଙ୍ଗ ଟିଭି 24ଓ (ଆମ ଓଡ଼ିଶା ଖବର ), ଅର୍ଜୁନ ଚଣ୍ଡୀ (ଫୋକସ ପ୍ଲସ ), ଗଞ୍ଚୁ ପୁଝାରୀ ଏବଂ ଅଭି ଭାଇ, ଜିତେନ୍ଦ୍ର ଭାଇ, ଦେବେନ୍ଦ୍ର ଭାଇ, ଝିନ ଭାଇ, ସଦାନନ୍ଦ ଭାଇ ସମେତ ଅନେକ ପୁଝାରୀଗୁଡା ଗ୍ରାମବାସୀ ଉପସ୍ଥିତ ଥିଲେ l ଗୀତା ପୀଠର ସକ୍ରିୟ ସଦସ୍ୟ ସୁରେଶ ସାହୁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l