ରିପୋର୍ଟ :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି,୧୯।୮ ନବରଙ୍ଗପୁର ଜିଲ୍ଲା,ସମନ୍ନିତ ଶିଶୁ ବିକାଶ ପ୍ରକଳ୍ପ ଚନ୍ଦାହାଣ୍ଡି ପକ୍ଷରୁ ବ୍ଲକ ର ବିଭିନ୍ନ ଅଙ୍ଗନବାଡି କେନ୍ଦ୍ର ପରିସରରେ କିଶୋର କିଶୋରି ମାନଙ୍କ ଦ୍ୱାରା ଜଳବାୟୁ ପରିବର୍ତ୍ତନ ପାଇଁ ବୃକ୍ଷ ରୋପଣ କରାଯାଇଛି ।, ପଣସ, କାଜୁ, ଆମ୍ବ, ଅମୃତଭଣ୍ଡା, ସଜନା, କରଞ୍ଜିଆ,ବେଲ, କଞ୍ଚନ ଆଦିଗଛ କୁନି କୁନି ଛାତ୍ର, ଛାତ୍ରୀ ଙ୍କ ଦ୍ୱାରା ଲଗାଯାଇଥିଲା।ଏହାପରେ ପରିବେଶ ସୁରକ୍ଷା,ଜଳବାୟୁ, ବନୀକରଣ ବିଷୟରେ ଲୋକଙ୍କୁ ସଚେତନ କରିବା ସହ ଗ୍ରାମ ପରିକ୍ରମା କରାଯାଇଥିଲା

। ସମସ୍ତଙ୍କୁ ବୃକ୍ଷ ଲଗେଇ ଯତ୍ନ ନେବା ପାଇଁ କୁନି କୁନି ଶିଶୁ ମାନେ ନିବେଦନ କରିଥିଲେ, ବୃକ୍ଷ ରୋପଣ ଦ୍ୱାରା ପରିବେଶ ପରିମଳ ହୋଇପାରିବା ସହ ନିର୍ମଳ ଜଳ, ବାୟୁ ପାଇପାରିବା ଏହାହିଁ ବୃକ୍ଷ ରୋପଣ ଉଦେଶ୍ୱ |ଏହି କାର୍ଯ୍ୟକ୍ରମରେ ଚନ୍ଦାହାଣ୍ଡି ସିସିଡିପିଓ ସୁଦର୍ଶିନୀ ରଥ, ମହିଳା ପରିଦର୍ଶିକା ନନ୍ଦିନୀ ଶତପଥୀ, ଫୁଲସରା ଭତ୍ରା,ପୂର୍ଣ୍ଣିମା ମାଝୀ , ଦମୟନ୍ତୀ ମାଝୀ, କୁନୀ ଶୋରୀ, ସବିତା ଶୋରୀ ,ପ୍ରତିମା ସୋରି,ହିତେଶ୍ୱରୀ ହରିଜନ,ଜାଜ୍ଞସେନି ହରିଜନ ପ୍ରମୁଖ ସାମିଲ ହୋଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ |


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l