ବାଇକ ସହ କାର ମୁହାଁମୁହିଁ ଧକ୍କା ଜଣେ ମୃତ ଓ ଅନ୍ୟ ଜଣେ ଗୁରୁତର l

ବୌଦ୍ଧ (ଚିତ୍ତ ରଞ୍ଜନ ସିଂ)

20/8 ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଖୋର୍ଦ୍ଧା -ବଲାଙ୍ଗୀର 57ନମ୍ବର ଜାତୀୟ ରାଜପଥ ଆଡ଼େନିଗଡ଼ ଫାଣ୍ଡି ଅଧିନସ୍ତ କଖାରୁ ଫାଳ ନିକଟରେ ରବିବାର ଅପରାହ୍ନ 4ଟା ସମୟ ରେ ଏକ ବାଇକ ସହ କାର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ପୋଲିସ ହାବିଲଦାର ଅନ୍ୟ ଜଣେ ହୋମ ଗାର୍ଡ  ଗୁରୁତର ହୋଇଥିବା ଜଣାପଡିଛି l ସୂଚନା ମତେ ରବିବାର ଦିନ ଅଡ଼େନିଗଡ଼ ଫାଣ୍ଡି ର ହାବିଲଦାର ପ୍ରମୋଦ ପାଣିଗ୍ରାହୀ ଓ ହୋମ ଗାର୍ଡ ଟୁକୁନା ବେହେରା ଉଭୟ ପୁରୁଣା କଟକ ଥାନାକୁ ଆସି ଆଡ଼େନିଗଡ଼ ଫାଣ୍ଡି ଅଭିମୁଖେ ଯାଉଥିବା ସମୟ ରେ ବିପରୀତ ଦିଗରୁ ଆସୁଥିବା (ଓଡି 27ସି 0184) ନାମକ ଏକ କାର ସହ ଉଭୟଙ୍କ ମୁହାଁମୁହିଁ ଧକ୍କା ହୋଇଥିଲା l ଫଳରେ ଉଭୟ ଦୁଇ ବାଇକ ଆରୋହୀ ରାସ୍ତା ତଳକୁ ଛିଟିକି ପଡ଼ିଥିଲେ l ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଦୁଇ ପୋଲିସ କର୍ମଚାରୀ ଙ୍କ ଡାହାଣ ଗୋଡ଼ ରେ ଗଭୀର ଆଘାତ ଲାଗିବା ସହ ଗୁରୁତର ହୋଇପଡ଼ିଥିଲେ l ତୁରନ୍ତ ତାଙ୍କୁ ନିକଟସ୍ତ ମେଡିକାଲ ନିଆଯାଇଥିଲା l କିନ୍ତୁ ଉଭୟ ଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବଡ଼ ମେଡିକାଲ ନେବା ପାଇଁ ସଂଗେ ସଂଗେ 108 ଆମ୍ବୁଲାନ୍ସ କୁ ଯୋଗାଯୋଗ କରାଯାଇଥିଲା l କିନ୍ତୁ ସମ୍ଭପର ହୋଇପାରିନଥିବା ବେଳେ ପୋଲିସ ଗାଡି ମଧ୍ୟ ଠିକ ସମୟ ରେ ପାଖରେ ନଥିବାରୁ ଉଭୟ ଗୁରୁତର ବ୍ୟକ୍ତି  ମେଡିକାଲ ବାରଣ୍ଡା ରେ ଯନ୍ତ୍ରଣା ରେ ଛଟପଟ ହେଉଥିବା ବେଳେ ଉକ୍ତ ଘଟଣା କୁ ନେଇ ସ୍ଥାନୀୟ ପୋଲିସ ପ୍ରଶାସନ ତତ୍ପର ନଥିବା ଯୋଗୁଁ ପୋଲିସ ଅବହେଳା କାର୍ଯ୍ୟପ୍ରତି ଅସନ୍ତୋଷ ପ୍ରକାଶ କରି ସ୍ଥାନୀୟ ଜନସାଧାରଣ ରାସ୍ତା ରୋକ କରିଥିଲେ l

ଦୁର୍ଘଟଣା ର 2 ଘଣ୍ଟା ପରେ ଅନ୍ୟ ଏକ ଭଡା ଗାଡି ଦ୍ୱାରା ଉଭୟ ଗୁରୁତର ଙ୍କୁ ପ୍ରଥମେ ପୁରୁଣା କଟକ ପରେ ବୌଦ୍ଧ ମେଡିକାଲ ନିଆଯାଇଥିଲା l କିନ୍ତୁ ହାବିଲଦାର ପ୍ରମୋଦ ପାଣଗ୍ରାହୀଙ୍କ ଅବସ୍ଥା ସଙ୍କାପନ୍ନ ହେବାରୁ ତାଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ କଟକ ବଡ଼ମେଡ଼ିକାଲ କୁ ନିଆଯିବା ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପଟେ ଘଟଣା ସ୍ଥଳରେ ଅପ୍ରତୀକର ପରିସ୍ଥିତି ଓ ପୋଲିସ କର୍ମଚାରୀ ଙ୍କ ଦୁର୍ଘଟଣା ଖବର ପାଇ ବୌଦ୍ଧ ଏସପି ରାଜପ୍ରସାଦ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ । ଯଦି ଠିକ୍ ସମୟରେ 108 ଆମ୍ବୁଲାନ୍ସ ପହଞ୍ଚି ଥାନ୍ତା, କିମ୍ବା ପୋଲିସ ଗାଡ଼ି ମଧ୍ୟ ପହଞ୍ଚି ଥାନ୍ତା ତା ହେଲେ ହୁଏତ ଜଣେ କର୍ତ୍ୟବ ନିଷ୍ଟ ପୋଲିସ କର୍ମଚାରୀ ଙ୍କ ଜୀବନ ରକ୍ଷା ପାଇଯାଇ ଥାଆନ୍ତା।ଅନ୍ୟପଟେ ଆଡ଼େନିଗଡ଼ ମେଡିକାଲ ରେ ଚିକିତ୍ସା ସେବା ଠିକ ହେଉନଥିବାରୁ ପ୍ରତିବାଦ ରେ ଜନତା 4ଘଣ୍ଟା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରିଥିଲେ ଖବର ପାଇ ହରଭଙ୍ଗା ତହସିଲଦାର ଶିବାନୀ ଦାସ ପହଁଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ମେଡିକାଲ ସମସ୍ୟା ଦୂର କରିବା ପାଇଁ ପେତିଶୃତି ଦେଇଥିବା ପରେ ଚଳାଚଳ ସ୍ୱାଭାବିକ ହୋଇଥିଲା lଏପଟେ ପୁରୁଣା କଟକ ପୋଲିସ ପହଁଚି କାର ଓ ବାଇକ ଜବତ କରି ଘଟଣା ର ତଦନ୍ତ ଜାରି ରଖିଥିବା ଜଣାପଡିଛି

error: Content is protected !!