ନିରାକାରପୁର(ଆମ ଓଡ଼ିଶା ଖବର )୧୩/୧: ଆଧୁନିକ ଭାରତର ସର୍ବଶ୍ରେଷ୍ଠ ଦାର୍ଶନିକ ଓ ସମାଜ ସଂସ୍କାରକ ଭାବେ ସ୍ବାମୀ ବିବେକାନନ୍ଦ ଖାଲି ଭାରତ ନୁହେଁ ୟୁରୋପ, ଆମେରିକା ଓ ଏସିଆର ବିଭିନ୍ନ ଦେଶରେ ଖ୍ୟାତି ଅର୍ଜନ କରିଥିଲେ। ସେ ମାତ୍ର ୩୯ ବର୍ଷ ବୟସରେ ମୃତ୍ୟୁ ବରଣ କରିଥିବାବେଳେ ୧୮୯୩ ରେ ଆମେରିକା ଚିକାଗୋ ସହରରେ ଅନୁଷ୍ଠିତ ବିଶ୍ଵ ଧର୍ମ ସଭାରେ ଓଜସ୍ୱନୀ ବକ୍ତବ୍ୟ ପ୍ରଦାନ କରି ବିଶ୍ୱରେ ପରିଚିତ ହୋଇ ପାରିଥିଲେ।ସେ ହିନ୍ଦୁ ଧର୍ମ କୁ ବିଶ୍ଵ ଦରବାରରେ ଉପସ୍ଥାପନ କରି ଭାରତକୁ ଏକ ସ୍ବତନ୍ତ୍ର ସ୍ଥାନ ରେ ପହଞ୍ଚାଇଥିଲେ । ଆଜିର ଯୁବ ସମାଜ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଲେ ଏକ ସୁସ୍ଥ ସମାଜର ପରିକଳ୍ପନା କରାଯାଇପାରେ ବୋଲି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ କମାଗୁରୁ ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀ ତଥା ଯୁବ ଦିବସ ଅବସରରେ ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅନୁଷ୍ଠିତ ସଭାରେ ଅଧକ୍ଷ ସୁଧାଂଶୁ ଶେଖର ମହାନ୍ତି ଅତିଥି ପରିଚୟ ପ୍ରଦାନ କରିବା ସହିତ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଭୀମସେନ ପ୍ରଧାନ, ମୁଖ୍ୟବକ୍ତା ଭାବେ ସାମ୍ବାଦିକ ତଥା ଯୁବନେତା ରାମ ନାରାୟଣ ଦାଶ ଓ ସମ୍ମାନୀତ ଅତିଥି ଭାବରେ ସମାଜସେବୀ ଗୋଦାବରୀଶ ସାହୁ ପ୍ରମୁଖ ଯୋଗଦେଇ ଯୁବ ଦିବସ ର ତତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଶେଷରେ ଅଧ୍ୟାପକ ଶ୍ୟାମ ସୁନ୍ଦର ପଟ୍ଟନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି ଅବସରରେ କଲେଜର ସମସ୍ତ ଅଧ୍ୟାପକ ଅଧ୍ୟାପିକା, କର୍ମଚାରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ l
କମାଗୁରୁ କଲେଜରେ ଯୁବ ଦିବସ ଅନୁଷ୍ଠିତ l


More Stories
ହଜ ଗ୍ରାମ ପଞ୍ଚାୟତ ସମବାୟୟ ସମିତି ବିରୁଦ୍ଧରେ ଚାଷୀ ମାନଙ୍କ ଜିଲ୍ଲାପାଳଙ୍କୁ ଦାବିପତ୍ର ।
ଯାତ୍ରା ଜଗତର ଟାଇଗର ଦେବୀରଥଙ୍କୁ ଅକାଳରେ ବିୟୋଗ, ଡିଜେ ଜମରାଜା ହୋଇ ଟାଣିନେଲା ଜମପୁରକୁ।
ଓଡ଼ିଶା ପ୍ରତିଷ୍ଠିତ ବ୍ୟାବସାୟିକ ସଂସ୍ଥା ଉତ୍କଳ ବିଲ୍ଡର୍ସ କାର୍ଯ୍ୟାଳୟରେ ଆୟକର ଚଢ଼ାଉ।