ଆଜି ଖୋର୍ଦ୍ଧା ଗୀତା ଭବନ ପରିସରରେ ଶ୍ରୀ ଶ୍ରୀ ନୀଳମାଧଵ ଆଦିବାସୀ ସଂଘ ,ଓଡିଶା,ଭୁବନେଶ୍ୱର ପକ୍ଷରୁ ସାଧାରଣ ସମ୍ପାଦକ ବେଲେଶ୍ବର ପରିଡା ଙ୍କ ଆୟୋଜନ ରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।ଦୀର୍ଘ ୨୦ ବର୍ଷ ରୁ ଉର୍ଦ୍ଧ୍ବ ହେବ ଓଡ଼ିଶାର ପ୍ରାୟ ୧୧ ଜିଲ୍ଲାରେ ବସବାସ କରୁଥିବା ପୁରାତନ ସଅର ଆଦିମ ଆଦିବାସୀ ମାନେ ସରକାରଙ୍କ ଜନଜାତି ଅନ୍ତର୍ଭୂକ୍ତ ହୋଇ ନଥିବାରୁ ସରକାର ଙ୍କ ସମସ୍ତ ସୁବିଧା ସୁଯୋଗ ରୁ ବଞ୍ଚିତ ହେଉଥିଲେ।ଏ ନେଇ ନୀଳମାଧଵ ଆଦିବାସୀ ସଂଘ ପକ୍ଷରୁ ବାରମ୍ବାର କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଜଣାଉଥିଲେ।ତେବେ ଶେଷରେ ସରକାର ପୁରାତନ ଆଦିବାସୀ ସଅର ସମ୍ପ୍ରଦାୟକୁ ଓଡ଼ିଶାର ଜନଜାତି କ୍ରମାଙ୍କ ୫୯ ରେ ଅନ୍ତର୍ଭୁକ୍ତ କରିଥିବାରୁ ସଙ୍ଘ ପକ୍ଷରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି,ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଙ୍କୁ ଶୁଭେଚ୍ଛା ଓ ଧନ୍ୟବାଦ ଜଣାଇଥିବା ବେଳେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା,, ରାଜ୍ୟ ୫ ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ବିଜେଡି ରାଜ୍ୟ ସାଧାରଣ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ,ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ,ଆଦିବାସୀ ଉନ୍ନୟନ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କୁ ମଧ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କୃତଜ୍ଞତା ଜଣାଇଛନ୍ତି।ଦୀର୍ଘ ବର୍ଷ ର ଦାବି ପରେ ସରକାରଙ୍କ ଏହି ନିଷ୍ପତ୍ତି ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ଓ ପୂର୍ବରୁ ବଞ୍ଚିତ ଥିବା ସଅର ସମ୍ପ୍ରଦାୟର ପରିବାର କୁ ନ୍ୟାୟ ମିଳିଛି ବୋଲି ସଙ୍ଘ ଏକ ପ୍ରେସ ରିଲିଜ ରେ ପ୍ରକାଶ କରିଛି।
ଖୋର୍ଦ୍ଧା ରୁ ଞାନ ରଞ୍ଜନ ଦାଶ ଙ୍କ ରିପୋର୍ଟ
More Stories
ସଡ଼କ ପଥ ବଦଳରେ ଜଳପଥ ରେ ଯାଇ ପଥରଖଣିରେ ଚଢ଼ାଉ କଲା ଟାଙ୍ଗୀ ପୋଲିସ l
ବାଣପୁର ବ୍ଲକ ବିଜୁ ଜନତାଦଳ ପକ୍ଷରୁ ମା ମେଘାମ୍ବରୀ କଲ୍ଯାଣ ମଣ୍ଡପ ଠାରେ ଏକ ବନ୍ଧୁ ମିଳନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି l
ଗ୍ରିଲ ତାଡ଼ି ୧୦ ଲକ୍ଷ ଟଙ୍କାର ଅଳଙ୍କାର ଚୋରି କରିନେଲେ ଦୁର୍ବୁତ୍ତ