ଖୋର୍ଦ୍ଧା ଆଦର୍ଶ ଥାନା ଅଞ୍ଚଳରେ ଦିନକୁ ଦିନ ବ୍ରାଉନସୁଗାର କାରବାର ସାଙ୍ଗକୁ ବେଆଇନ ବନ୍ଧୁକ କାରବାର ବୃଦ୍ଧି ପାଇବାରେ ଲାଗିଛି। ଏବେ କିଛି ଦିନ ତଳେ ବ୍ରାଉନସୁଗାର କାରବାରକୁ ନେଇ ପାନବରଜ ଅଞ୍ଚଳର ଜଣେ ଯୁବକଙ୍କୁ ସନ୍ଧ୍ୟା ସମୟରେ ଗୁଳି ମାଡ଼ ହୋଇଥିବା ବେଳେ ବୁଧବାର ସନ୍ଧ୍ୟାରେ ସାମନ୍ତରାପୁର ଠେଙ୍ଗାହାଟ ଛକରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି।

ସୂଚନା ମୁତାବକ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିକାଣ୍ଡ ହୋଇଥିବା ବେଳେ ସୋମନାଥ ଭୁଜବଳ ଓରଫ ପାକୁ (୩୪) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ବୁଧବାର ସନ୍ଧ୍ୟା ପ୍ରାୟ ୯ ଘଟିକା ସମୟରେ ଏକ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ରେ ଆସିଥିବା ଅଜଣା ଦୁଇ ଦୁର୍ବୃତ୍ତ ସୋମନାଥଙ୍କ ଉପରକୁ ଆଖିବୁଜା ଗୁଳି ଚଳାଇ ଘଟଣା ସ୍ଥଳରୁ ଫେରାର ହୋଇ ଯାଇଥିଲେ ଆକ୍ରମଣକାରୀ ମାନେ ସୋମନାଥ ଓରଫ୍ ପାକୁଙ୍କ ଉପରକୁ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିବା ବେଳେ ପେଟ ଓ ଅଣ୍ଟାରେ ଦୁଇଟି ଗୁଳି ମାଡ଼ ହୋଇଥିବା ଓ ହାତରେ ଗୋଟିଏ ଗୁଳି ବାଜିଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଗୁଳିକାଣ୍ଡରୁ ବର୍ତ୍ତିବା ପାଇଁ ସୋମନାଥ ନିକଟରେ ଥିବା ଜଣେ ବ୍ୟକ୍ତିଙ୍କ ଘରେ ପଶି ଯାଇଥିବା ବେଳେ ସୋମନାଥଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରି ଛନ୍ତି।

ବ୍ରାଉନସୁଗାର କାରବାର ନେଇ ସମ୍ପୃକ୍ତ ସୋମନାଥଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଅନେକ ଅପରାଧିକ ମାମଲା ରହିଥିବା ବେଳେ ସେ କିଛି ଦିନ ତଳେ ଜେଲରୁ ଫେରି ମାଛ ବ୍ୟବସାୟ କରୁଥିଲେ। ଖୋର୍ଦ୍ଧା ଏସ.ପି. ଶ୍ରୀ କଟାରିଆ ଓ ଟାଉନ ଥାନା ଅଧିକାରୀଙ୍କ ସମେତ ପୁଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ବିଭିନ୍ନ ଦିଗକୁ ଆଧାର କରି ଯାଞ୍ଚ ଆରମ୍ଭ କରିଥିବା ବେଳେ ଗୁଳିକାଣ୍ଡରେ ସମ୍ପୃକ୍ତ ଅପରାଧୀଙ୍କୁ ଖୁବଶୀଘ୍ର ଧରାଯିବ ବୋଲି ଖୋର୍ଦ୍ଧା ଏସ.ପି. ଶ୍ରୀ କଟାରିଆ ସୂଚନା ଦେଇଛନ୍ତି!!
More Stories
Dr. B. Bipin Bihari Mishra was awarded the Odisha Seva Ratna award.
ବେଗୁନିଆ ତହସିଲଦାର ଅଫିସରେ ଭିଜିଲାନ୍ସ ଚଢ଼ାଉ, ଧରାହେଲା ମହିଳା ଡାଟାଏଣ୍ଟ୍ରି ଅପରେଟର।
ମହିଳାଙ୍କୁ କାର୍ କିଣି ଦେବେ ଓଡ଼ିଶା ସରକାର।