ରିପୋର୍ଟ :ପ୍ରସନ୍ନ କୁମାର ସ୍ୱାଇଁ
ଖୋର୍ଦ୍ଧା–: (ଆମ ଓଡ଼ିଶା ଖବର ) ସମ୍ମିଳିତ କର୍ମଜୀବୀ ସାମ୍ବାଦିକ ସଙ୍ଘ(ଓ.ୟୁ.ଡବ୍ଲୁ.ଜେ) ର ନବମ ପ୍ରତିଷ୍ଠା ଦିବସ ତଥା ବନ୍ଧୁ ମିଳନ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି l ସଙ୍ଘ ର ରାଜ୍ୟ ସଭାପତି ଭାଗବତ ତ୍ରିପାଠୀ ଙ୍କ ଅଧକ୍ଷତା ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ରାଜ୍ୟ ସାଧାରଣ ସମ୍ପାଦକ ତପନ ମହାରଣ୍ୟ ଶର୍ମା,ରାଜ୍ୟ ସଂଗଠନ ସମ୍ପାଦକ ଅର୍ଜୁନ ମୁଦୁଲି, ଖୋର୍ଦ୍ଧା ଜ଼ିଲ୍ଲା ଶାଖା ସଭାପତି ପ୍ରକାଶ କୁମାର ହାତୀ , ସମ୍ମାନିତ ଅତିଥି ଭାବରେ ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଜ୍ୟୋସ୍ନା ମୟୀ ଆଚାର୍ଯ୍ୟ, ମୁଖ୍ୟ ବକ୍ତା ଭାବରେ ଖୋର୍ଦ୍ଧା ଜ଼ିଲ୍ଲା ପ୍ରେସ କ୍ଲବ ର ସଭାପତି ଶୁଭ୍ରାଂଶୁ ରଞ୍ଜନ ସାମନ୍ତରାୟ ପ୍ରମୁଖ ଉପସ୍ଥିତ ଥିବା ବେଳେ, ରାଜ୍ୟ ସଭାପତି ଶ୍ରୀଯୁକ୍ତ ତ୍ରିପାଠୀ ଏହି ପ୍ରତିଷ୍ଠା ଦିବସ ପାଳନ ର ତlତ୍ପର୍ଯ୍ୟ ଏବଂ ସାମ୍ବାଦିକ ମାନଙ୍କ ନିମନ୍ତେ ପେନସନ ଓ ସାମ୍ବାଦିକ ସୁରକ୍ଷା ଆଇନ ରାଜ୍ୟ ସରକାର ତୁରନ୍ତ ପ୍ରଣୟନ କରିବାକୁ ଦାବୀ କରିବା ସହିତ ସାମ୍ବାଦିକ ମାନଙ୍କ ର ନ୍ୟାର୍ଯ୍ୟ ଦାବୀ ହାସଲ ପାଈଁ ସେ ତାଙ୍କର ସଂଗ୍ରାମ ଜାରି ରଖିବେବୋଲି କହିଥିଲେ l

ରାଜ୍ୟ ସାଧାରଣ ସମ୍ପାଦକ ତପନ ମହାରଣ୍ୟ ଶର୍ମା ତାଙ୍କ ବକ୍ତବ୍ୟ ରେ, କହିଥିଲେ କର୍ତ୍ତବ୍ୟରତ ଗଣମାଧ୍ୟମ ପ୍ରତିନିଧି ମାନେ ଯେପରି ଭାବରେ ନିଜ ଜୀବନ କୁ ବାଜି ଲଗାଇ ଗଣତନ୍ତ୍ର ର ଜାଗ୍ରତ ପ୍ରହରୀ ଭାବରେ ନିଜ ଦାୟିତ୍ୱକୁ ସୁଚାରୁରୂପେ ତୁଲାଉଥିବା ବେଳେ ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ଦାବୀ ଗୁଡିକୁ ସହୃଦୟରତାସହ ବିଚାର କରି ତୁରନ୍ତ ପୂରଣ କରିବା ଉଚିତ l ମୁଖ୍ୟ ବକ୍ତା ଶ୍ରୀଯୁକ୍ତ ସାମନ୍ତରାୟ, ତାଙ୍କ ବକ୍ତବ୍ୟରେ କହିଥିଲେ, ଯେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସ୍ୱାସ୍ଥ୍ୟ ବୀମା ରାଶି ପାଞ୍ଚ ଲକ୍ଷ ରୁ ଦଶ ଲକ୍ଷ ଟଙ୍କା କୁ ବୃଦ୍ଧି କରିବା ସହିତ ସ୍ୱାସ୍ଥ୍ୟବୀମା ରେ ପିତାମାତା ଙ୍କୁ ଅନ୍ତର୍ଭୁକ୍ତ କରିବା, ପଚାଶ ବର୍ଷ ପରେ ସାମ୍ବାଦିକ ମାନଙ୍କୁ ପେନସନ ପ୍ରଦାନ, ଅନ୍ୟ ରାଜ୍ୟ ଭଳି ଓଡିଶା ରେ ମଧ୍ୟ ସାମ୍ବାଦିକ ସୁରକ୍ଷା ଆଇନ ର ପ୍ରଣୟନ ନିମନ୍ତେ ଦାବୀ କରିଥିଲେ l ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀଯୁକ୍ତ ମୁଦୁଲି, କର୍ତ୍ତବ୍ୟରତ ସମୟରେ ଗଣମାଧ୍ୟମ ପ୍ରତିନିଧି ମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଏବଂ ତାର ପ୍ରତିକାର ସମ୍ପର୍କ ରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ l

କରୋନା ମହାମାରୀ ସମୟରେ ନିଜ ଜୀବନ କୁ ବାଜି ଲଗାଇ କରୋନା ରେ ପୀଡିତ ରୋଗୀ ମାନଙ୍କୁ ଆମ୍ବୁଲାନ୍ସ ରେ ନେଇ ଭୁବନେଶ୍ୱର ର ବିଭିନ୍ନ ଚିକିତ୍ସାଳୟ ରେ ଉତ୍ତମ ଚିକିତ୍ସା ପାଇଁ ଭର୍ତ୍ତି କରିଥିବା ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ ଚିକିତ୍ସାଳୟ ର କର୍ମଚାରୀ ନିବାସ ମହାରଣା ଙ୍କୁ ତାଙ୍କର ଉଲ୍ଲେଖନୀୟ ଅବଦାନ ପାଈଁ ସଙ୍ଘ ତରଫରୁ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ଲଳିତ ମୋହନ ମହାପାତ୍ର କାର୍ଯ୍ୟକ୍ରମ ଟିକୁ ସଂଯୋଜନା କରିଥିବା ବେଳେ ଓ. ୟୁ. ଡବ୍ଲୁ. ଜେ. ଜ଼ିଲ୍ଲା ସମ୍ପାଦକ ଦିଲ୍ଲୀପ କୁମାର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଯୋଗଦେଇଥିବା ବୋଲଗଡ଼ ସାମ୍ବାଦିକ ପ୍ରେସ କ୍ଳବ୍ ସଭାପତି ପ୍ରସନ୍ନ କୁମାର ସ୍ବାଇଁ, ସନ୍ତୋଷ କୁମାର ଚୌଧୁରୀ , କାହୁଁ ଚାରଣ ବେହେରା , ଅଶୋକ କୁମାର ନାୟକ ,ପ୍ରବୀଣ ଭଞ୍ଜ , ସନ୍ତୋଷ କୁମାର ବାରିକ ପ୍ରମୁଖ ବହୁ ସାମ୍ବାଦିକ ଯୋଗଦେଇଥିଲେ । ରାଜ୍ୟ ର ବିଭିନ୍ନ ପ୍ରାନ୍ତ ରୁ ଆସିଥିବା ଓ.ୟୁ.ଡବ୍ଲୁ. ଜେ. ର ପ୍ରାୟ ପଚାଶ ରୁ ଉର୍ଦ୍ଧ୍ୱ ସଦସ୍ୟ ଏହି କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିଲେ l


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ