ରିପୋର୍ଟର – କଲ୍ୟାଣ ରାୟ
ମାଲକାନଗିରି (ଆମ ଓଡ଼ିଶା ଖବର ) ମାଲକାନଗିରି ଜିଲ୍ଲା ପୁଲିସ ଡିଭିଏଫ ଓ ଏସଓଜି ଯବାନଙ୍କୁ ପୁଣି ଏକ ବଡ ସଫଳତା। ପୁଲିସ ସୂଚନାନୁଯାୟୀ ମାଥିଲି ତୁଳସୀ ଜଙ୍ଗଲରେ ମାଓ ଗତିବିଧିର ଏକ ନିର୍ଦିଷ୍ଟ ସୂଚନାକୁ ଆଧାର ଏସପି ନିତେଶ ଓ୍ବାଧବାନୀଙ୍କ ନିର୍ଦ୍ଦେଶକ୍ରମେ କିରମିଟ ଏବଂ ତୁଳସୀ ଜଙ୍ଗଲରେ ଏକ ସର୍ଚ୍ଚ ଅପରେସନ ପାଇଁ ଡିଭିଏଫ ଓ ଏସଓଜି ଯବାନଙ୍କୁ ପଠାଯାଇଥିଲା।
ସର୍ଚ୍ଚ ଅପରେସନ ବେଳେ ତୁଳସୀ ଓ କିରମିଟ ଗାଁ ମଧ୍ୟବର୍ତ୍ତି ଜଙ୍ଗଲରେ ପୁଲିସକୁ ମିଳିଥିଲା ବିପୁଳ ପରିମାଣର ମାଓ ଡମ୍ପ। ମାଥିଲି ଥାନା ଅନ୍ତର୍ଗତ ଟେମୁରପାଲି ପଞ୍ଚାୟତର କିରମିଟ ଏବଂ ତୁଳସୀ ଜଙ୍ଗଲ ଛତିଶଗଡ ରାଜ୍ୟର ମାଓ ପ୍ରବଣ ଅଞ୍ଚଳକୁ ଲାଗି ରହିଛି। ଛତିଶଗଡରେ ଏବେ ନିର୍ବାଚନ ଚାଲୁଛି ଏବଂ ମାଓବାଦୀ ମାନେ ନିର୍ବାଚନକୁ କରୁଛନ୍ତି ଘୋର ବିରୋଧ। ଛତିଶଗଡ ପୁଲିସର ଧରପକଡ ଯୋଗୁଁ ମାଓବାଦୀ ମାନେ ଓଡ଼ିଶା ଜଙ୍ଗଲରେ ଲୁଚିବାକୁ ଆସିଥିବା ଅନୁମାନ କରାଯାଉଛି।ଉଦ୍ଧାର ସାମଗ୍ରୀ ମଧ୍ୟରେ ଏକ ଦେଶୀ ବନ୍ଧୁକ , ୧୫୦ଟି ଜିଲେଟିନ ଛଡ , ୧୩ ମିଟର କର୍ଡଏକ୍ସ ତାର , ଗୋଟିଏ ୧୦ କେଜି , ତିନିଟା ୭ କେଜି , ଗୋଟିଏ ୬ କେଜି , ୨ଟା ୫ କେଜି , ୪ଟା ୪ କେଜି , ୨ଟ ୨ କେଜିର ଆଇଇଡି (ଲ୍ୟାଣ୍ଡମାଇନ) ଉଦ୍ଧାର କରାଯାଇଛି ଏବଂ ଏହି ମାଓ ଡମ୍ପ ଦଣ୍ଡକାରଣ୍ୟ ସ୍ପେଶଲ ଜୋନାଲ କମିଟିର ବୋଲି ପୁଲିସ ଆଶଙ୍କା କରୁଛି।


More Stories
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।
Odisha Vigilance catches an employee of Angul district in embezzlement of Rs 2.38 crore, searches have been launched at 5 locations.
ଜାତୀୟ ସ୍ତରୀୟ ବଡ଼ି ବିଲଡିଂ ପ୍ରତିଯୋଗିତାରେ ସଫଳତା ପାଇଲେ ଓମ ପ୍ରସାଦ