ରିପୋର୍ଟର – କଲ୍ୟାଣ ରାୟ
ମାଲକାନଗିରି(ଆମ ଓଡ଼ିଶା ଖବର )ଆଜି ମାଲକାନଗିରି ବ୍ଲକ୍ ଅଧିନସ୍ତ ଏମ. ଭି. ୦୭ ଜଗନ୍ନାଥପଲ୍ଲୀ ଉଚ୍ଚ ବିଦ୍ୟାଳୟ ଖେଳ ପଡ଼ିଆ ଠାରେ ଜିଲ୍ଲାସ୍ତରୀୟ ମସ୍ୟ ଓ ପ୍ରାଣୀସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ମେଳା ଦୁଇ ଦିନ ଧରି କରାଯିବାର ବ୍ୟବସ୍ଥା କରାଯାଇଛି ,ଉକ୍ତ ଜିଲ୍ଲାସ୍ତରୀୟ ମସ୍ୟ ଓ ପ୍ରାଣୀସମ୍ପଦ ମେଳାରେ ମୁଖ୍ୟ ଅତିଥି ଭାବେ ମାଲକାନଗିରି ଜିଲ୍ଲାର ଆଦିବାସୀ ବିକାଶ ସତନ୍ତ୍ର ପରିଷଦର ଶ୍ରୀ ଆଡମା ରାବା ଓ ଜିଲ୍ଲା ଉପାଧ୍ୟକ୍ଷ ଭାଇଚ୍ ଚେୟାର ମ୍ୟାନ୍ ଶ୍ରୀ ପତିତ ପାବନ ବୈଦ୍ୟ ଉପସ୍ଥିତ ରହିଥିବା ସହିତ ଜିଲ୍ଲାର ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଓ ପ୍ରଶାସନ ଉପସ୍ଥିତ ରହିଥିଲେ , ତତ୍ ସହିତ ଜିଲ୍ଲାର ବିଭିନ୍ନ ବର୍ଗର ମହିଳା , ପୁରୁଷ, ମସ୍ୟ ଓ ପ୍ରାଣୀ ଚାଷୀ ଭାଇମାନେ ଉକ୍ତ ମେଳାରେ ସମାବେଶ କରିବାର ଦେଖିବାକୁ ମିଳିଛି ।

ମାଲକାନଗିରି ଜିଲ୍ଲାରେ ଆଜି ପ୍ରଥମ ଥର କରି ରାଜ୍ୟ ସରକାର ଜିଲ୍ଲାସ୍ତରୀୟ ମସ୍ୟ ଓ ପ୍ରାଣୀସମ୍ପଦ ମେଳା ଆରମ୍ଭ କରିଛନ୍ତି, ଆଜିର ଏହି ମେଳାରେ ମାଲକାନଗିରି ଜିଲ୍ଲାର ସାତଟି ବ୍ଲକର ୨୫୦ ମଚ୍ୟ ବିଭାଗର ଚାଷୀ ଏବଂ ଆର. ଡି ସେକ୍ଟରର ୨୫୦ ପ୍ରାଣୀ ଚାଷୀ ଉପକୃତ ହେବା ସହିତ ସେମାନଙ୍କୁ ପୁରସ୍କୃତ କରାଯିବା ସହିତ ସମ୍ଭାଧନା କରାଯିବାର ଦେଖିବାକୁ ମିଳିଥିଲା ।ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ବିଭିନ୍ନ ପ୍ରକାରର ମଚ୍ଷ ଚାଷ ଓ ପ୍ରାଣୀସମ୍ପଦ ବିଷୟରେ ଜିଲ୍ଲା ପ୍ରଶାସନ ଷ୍ଟଲ୍ ମାଧ୍ୟମରେ ସଚେତନ କରାଇବା ସହିତ ସେମାନଙ୍କର ଆୟକୁ କିପରି ବହୁଗୁଣିତ କରିପାରିବେ ତାହା ଆଜିର ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।


More Stories
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.
ବେଆଇନ ମାଛ ଧରିବା ପଡିଲା ମହଙ୍ଗା ୧୧ ଜଣ ଗିରଫ l
୪୧ ବର୍ଷ ପରେ ପୁରୁଣା ସ୍ମୃତିକୁ ସାଉଁଠିବା ପାଇଁ ଏକାଠି ହେଲେ ପିଲା ଦିନର ସାଙ୍ଗସାଥୀ।