ରିପୋର୍ଟର :-ମୋହନଲାଲ ସୁନାନୀ
ଚନ୍ଦାହାଣ୍ଡି :-7/8 : ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନାରେ ନୂତନ ଥାନା ଅଧିକାରୀ ଭାବେ ପ୍ରଶାନ୍ତ କୁମାର କଲ୍ଲାହର ଦାଇତ୍ୱ ଗ୍ରହଣ କରିଛନ୍ତି |ନୂତନ ଥାନା ଅଧିକାରୀଙ୍କୁ ଚନ୍ଦାହାଣ୍ଡି ଅଞ୍ଚଳବାସୀ ତଥା ପାନାବେଡା ସାମ୍ବାଦିକ ସଂଘ ଚନ୍ଦାହାଣ୍ଡି ର ସମସ୍ତ ସାମ୍ବାଦିକ ଫୁଲତୋଡ଼ା ଦେଇ ସ୍ୱାଗତ ଜଣେଇଛନ୍ତି |ଚନ୍ଦାହାଣ୍ଡି ଥାନାଧିକାରୀ ଉମେଶ ଚନ୍ଦ୍ର ନାୟକଙ୍କୁ କୋଷାଗୁମୁଡା କୁ ସ୍ଥାନାନ୍ତରଣ ହୋଇଥିବାବେଳେ ଶ୍ରୀ କଲ୍ଲହାର ନୂତନ ଥାନାଧିକାରୀ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି | ଏହା ପୂର୍ବରୁ ଶ୍ରୀ କଲ୍ଲହାର କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା କେଗାଁ ଥାନାଧିକାରୀ ଭାବରେ ନିଜ ଦାଇତ୍ୱ ନିର୍ବାହ କରୁଥିଲେ | ଶ୍ରୀ କଲ୍ଲହାର ସମସ୍ତ କର୍ମଚାରୀ ଓ ଅଞ୍ଚଳବାସୀଙ୍କ ସହଯୋଗ ଲୋଡ଼ିଥିବା ସହ ଚନ୍ଦାହାଣ୍ଡି ଅଞ୍ଚଳରେ କିପରି ଆଇନ ଶୃଙ୍ଖଳା ବଜାଇ ରହିବା ସହ ଅସାମାଜିକ କାର୍ଯ୍ୟକଳାପ ଉପରେ ଲଗାମ ଲାଗିପାରିବ ଓ ଜନସାଧାରଣ କିପରି ଉଚିତ ନ୍ୟାୟ ପାଇପାରିବେ ସେଥିପ୍ରତି ବିଶେଷ ଧ୍ୟାନ ଦେବେବୋଲି ପରିପ୍ରକାଶ କରିଛନ୍ତି |ଏହି ସ୍ୱାଗତ ସମ୍ବର୍ଦ୍ଧନାରେ ପାନାବେଡା ସାମ୍ବାଦିକ ସଂଘର ସଭାପତି ପିତାମ୍ବର ଶୋରୀ, ସମ୍ପାଦକ ମହେଶ୍ୱର ଦାଶ, ପୂର୍ଣଚନ୍ଦ୍ର ଟାକ୍ରୀ, ମୋହନଲାଲ ସୁନାନୀ, ଶ୍ରୀମନ୍ତ ରଥ, ଅର୍ଜୁନ ଚଣ୍ଡୀ, ତ୍ରିନାଥ ଡ଼ଙ୍ଗରି, ମଦନ ହିଆଲ, ସୁଧୀର ପଟେଲ, ଗୁଲଜାର ଖାଁ, ଦେବୀ ଗୌଡ଼, ଓ ପାନାବେଡା ସାମ୍ବାଦିକ ସଂଘର ସମସ୍ତ ସାମ୍ବାଦିକ ଉପସ୍ଥିତ ଥିଲେ |


More Stories
ଶ୍ରୀଗୌର ଜୟନ୍ତୀ ଏବଂ ବୈସ୍ନବାନନ୍ଦ ସରସ୍ଵତୀ”ଙ୍କ ଜୀବନୀ ପୂସ୍ତକ ତ୍ରୟ ଉନ୍ମୋଚିତ ଓ ଲୋକାର୍ପଣ ।
କବିରାଜ ଶିବରାମ ନନ୍ଦଙ୍କ ବିୟୋଗ, ବିଭିନ୍ନ ମହଲରେ ଶୋକର ଛାୟା ବାତାବରଣ।
ଆତ୍ମସୁରକ୍ଷା କୌଶଳ ତାଲିମ ଶିବିର ଉଦଯାପିତ l