ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟବିଟ ରେ ଦନ୍ତା ର ଉତ୍ପାତ। ଖଜୁରିଆ ଗାଁରେ ଗୋଠଛଡା ଦନ୍ତା ର ଉପଦ୍ରଵ ଦେଖିବାକୁ ମିଳୁଛି । ଆକୁଳ ପଞ୍ଚାୟତ ଖଜୁରିଆ ଗାଁ ରପଞ୍ଚୁ ନାୟକ ଙ୍କ ଘରଭାଙ୍ଗି ୨୦ ରୁ ଉର୍ଦ୍ଧ୍ବ ଧାନବସ୍ତା ଖାଇବା ସହ ଘର ଭାଙ୍ଗି ଦେଇଛି ଦନ୍ତା ଘର ଭାଙ୍ଗିବା ଦେଖି ଭୟରେ ପରିବାର ଲୋକ ଘରୁ ଦୌଡି ପଳାଇଥିଲେ।ଏବଂ ସଙ୍ଗେ ସଙ୍ଗେ ହୋହାଲ୍ଲା କରି ଗ୍ରାମ ବାସୀଙ୍କୁ ଙ୍କୁ ଡାକିଥିଲେ ଗ୍ରାମର ଲୋକେ ଆସି ନିଆହୁଲା ଓ ଟ୍ରଚ ଲାଇଟ ସାହାଯ୍ୟରେ ଦନ୍ତାକୁ ଘଉଡ଼ାଇଥିଲେ ପଞ୍ଚୁ ଙ୍କ ଘରକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଥିଲା ଦନ୍ତା।ଘରେ ଥିବା ଭାତକୁ ଖାଇବା ସହ ହାଣ୍ଡି ଡେକଚିକୁ ମଧ୍ୟ ଗୋଡରେ ମାଡି ନଷ୍ଟ କରିଦେଇଥିଲା ।ତେବେ କ୍ଷତିଗ୍ରସ୍ତ ପରିବାରକୁ କ୍ଷ୍ୟୟକ୍ଷତିର ଆକଳନ କରି ସରକାରୀ ସୋହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ଆଉ ମଧ୍ୟ୍ୟ ଗୋଠଛଡା ଦନ୍ତା କୁ ଘଉଡାଇବା ରେ ବନବବିଭାଗ ବିଫଳ ହୋଇଥିବାବୋଲି ଲୋକେ ଅଭିଯୋଗ କରିଛନ୍ତି।
More Stories
ଚାଟେଶ୍ୱର ମହାଦେବ ମନ୍ଦିରରେ ଶ୍ରୀପଞ୍ଚମୀ ତିଥିରେ ହରି ହର ଙ୍କ ପହିଲି ହୋଲି ପର୍ବ ଆଜି ଅନୁଷ୍ଠିତ
ଶିକ୍ଷକ ମହାସଂଘ ପକ୍ଷରୁ ନୂତନ ତହସିଲଦାରଙ୍କୁ ସମ୍ବର୍ଦ୍ଧନା ।
ବଡ଼ ମଣିଷ ନୁହେଁ ଭଲ ମଣିଷ ହେବା ଆବଶ୍ୟକ ; ବିଧାୟକ