ରିପୋର୍ଟ :- ଜଗନ୍ନାଥ ମହାନ୍ତ
କେନ୍ଦୁଝର ବନଖଣ୍ଡ ତେଲକୋଇ ରେଞ୍ଜ ଅଧିନସ୍ଥ ବିମଳା ଫରେଷ୍ଟବିଟ ରେ ଦନ୍ତା ର ଉତ୍ପାତ। ଖଜୁରିଆ ଗାଁରେ ଗୋଠଛଡା ଦନ୍ତା ର ଉପଦ୍ରଵ ଦେଖିବାକୁ ମିଳୁଛି । ଆକୁଳ ପଞ୍ଚାୟତ ଖଜୁରିଆ ଗାଁ ରପଞ୍ଚୁ ନାୟକ ଙ୍କ ଘରଭାଙ୍ଗି ୨୦ ରୁ ଉର୍ଦ୍ଧ୍ବ ଧାନବସ୍ତା ଖାଇବା ସହ ଘର ଭାଙ୍ଗି ଦେଇଛି ଦନ୍ତା ଘର ଭାଙ୍ଗିବା ଦେଖି ଭୟରେ ପରିବାର ଲୋକ ଘରୁ ଦୌଡି ପଳାଇଥିଲେ।ଏବଂ ସଙ୍ଗେ ସଙ୍ଗେ ହୋହାଲ୍ଲା କରି ଗ୍ରାମ ବାସୀଙ୍କୁ ଙ୍କୁ ଡାକିଥିଲେ ଗ୍ରାମର ଲୋକେ ଆସି ନିଆହୁଲା ଓ ଟ୍ରଚ ଲାଇଟ ସାହାଯ୍ୟରେ ଦନ୍ତାକୁ ଘଉଡ଼ାଇଥିଲେ ପଞ୍ଚୁ ଙ୍କ ଘରକୁ ସମ୍ପୂର୍ଣ୍ଣ ମାଟିରେ ମିଶାଇ ଦେଇଥିଲା ଦନ୍ତା।ଘରେ ଥିବା ଭାତକୁ ଖାଇବା ସହ ହାଣ୍ଡି ଡେକଚିକୁ ମଧ୍ୟ ଗୋଡରେ ମାଡି ନଷ୍ଟ କରିଦେଇଥିଲା ।ତେବେ କ୍ଷତିଗ୍ରସ୍ତ ପରିବାରକୁ କ୍ଷ୍ୟୟକ୍ଷତିର ଆକଳନ କରି ସରକାରୀ ସୋହାୟତା ଯୋଗାଇ ଦେବାକୁ ପରିବାର ଲୋକେ ଦାବି କରିଛନ୍ତି ଆଉ ମଧ୍ୟ୍ୟ ଗୋଠଛଡା ଦନ୍ତା କୁ ଘଉଡାଇବା ରେ ବନବବିଭାଗ ବିଫଳ ହୋଇଥିବାବୋଲି ଲୋକେ ଅଭିଯୋଗ କରିଛନ୍ତି।


More Stories
ସାଙ୍କୁଡ଼ା ଧବଳେଶ୍ୱର ଠାରେ ବିଜେପି ମହିଳାମୋର୍ଚ୍ଚା ପକ୍ଷରୁ ଜନ ଆକ୍ରୋଶ ସମାବେଶ l
ରାୟ ରାମାନନ୍ଦଙ୍କ ତିରୋଭାବ୍ ପାଳିଲେ ଶ୍ରୀଚୈତନ୍ଯ ରିସର୍ଚଆସୋସିଏସନ।
ଯୁକ୍ତ ତିନି ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା l