ବୌଦ୍ଧ,, ( ଚିତ୍ତରଞ୍ଜନ ସିଂହ )
ବୌଦ୍ଧ ଜିଲ୍ଲା ପାଣ – ଗଣ୍ଡା ସମାଜ ବିକାଶ ପରିଷଦ ପକ୍ଷରୁ ଦୁଇ ଦଫା ଦାବି ନେଇ ବୌଦ୍ଧ ବ୍ଲକ ର ଗୁନ୍ଦୁଳିଆ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରିବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦ୍ୟେଶ୍ୟରେ ଅତିରିକ୍ତ ତହସିଲଦାର ଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ସଙ୍ଗଠନର ଜିଲ୍ଲା ସଭାପତି ରୋହିତ କହଁର ଏଵଂ ପରିଷଦର ପ୍ରତିଷ୍ଠାତା ତଥା ସାଧାରଣ ସମ୍ପାଦକ ସୁଧାଂଶୁ ଡାଙ୍ଗ ଙ୍କ ନେତୃତ୍ବରେ ଗୁନ୍ଦୁଳିଆ ହାଟ ପଦା ଠାରୁ ପାଞ୍ଚ ଶହରୁ ଉର୍ଦ୍ଧ ପୁରୁଷ ଓ ମହିଳା ହାତରେ ପତାକା ଏବଂ ପ୍ଲା କାର୍ଡ ଧରି ବିରାଟ ଶୋଭାଯାତ୍ରାରେ ଯାଇ ନିଜର ହକ୍ ତଥା ସାମ୍ବିଧାନିକ ଅଧିକାର ସକାଶେ ଗୁନ୍ଦୁକିଆ ରାଜସ୍ୱ ନିରୀକ୍ଷକ ଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ସହିତ ପ୍ରାୟ ପାଞ୍ଚ ଘଣ୍ଟା କାଳ ଘେରାଉ କରିଥିଲେ । ସଙ୍ଗଠନ ପକ୍ଷରୁ ଗତ ବର୍ଷ ବୌଦ୍ଧ ତହସିଲରେ ଆବେଦନ କରିଥିବା ପ୍ରାୟ ଚାରି ହଜାର ଭୂମି ହୀନ ଏବଂ ଡିହ ହୀନ ହିତାଧିକାରୀଙ୍କୁ ତୁରନ୍ତ ଜମି ପଟ୍ଟା ପ୍ରଦାନ ଏଵଂ ପ୍ରାୟ ୪୦ ବର୍ଷ ଧରି ଅଗଣତାନ୍ତ୍ରିକ , ଅସାମ୍ବିଧାନିକ , ଜାଲିଆତି ଓ ଚଂଚକତା କରି ଅନୁସୂଚିତ ଜାତି ତାଲିକାରେ ସାମିଲ୍ ହେବା ସହିତ ଅସ୍ପୃଶ୍ୟ ନ ହୋଇ ସମସ୍ତ ସୁବିଧା ସୁଯୋଗ ହାସଲ କରିଆସୁଥିବା
ନକଲି କେଉଟ , ଧୀବର , କୈବର୍ତ୍ତ ( କେ ଡି କେ ) ମାନଙ୍କୁ ତୁରନ୍ତ ଏସ ସି ତାଲିକାରୁ ହଟେଇବା ବିରୁଦ୍ଧରେ ଜୋରଦାର ଆନ୍ଦୋଳନ କରିବା ସହିତ ଉପସ୍ଥିତ କାର୍ଯ୍ୟକର୍ତ୍ତା ମାନେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଙ୍କୁ ଦୃଢ଼ ଚେତାବନୀ ଦେଇଥିଲେ । ଅତିରିକ୍ତ ତହସିଲଦାର ମହମ୍ମଦ ରୋଜେଇ ରସୁଲ ଙ୍କ ଜରିଆରେ ଆସନ୍ତା ନଭେମ୍ବର ମାସ ପନ୍ଦର ତାରିଖ ସୁଦ୍ଧା ସମସ୍ତ ଯୋଗ୍ୟ ଡିହ ହୀନ ହିତାଧୀକାରୀ ଙ୍କୁ ଘରବାରୀ ପଟ୍ଟା ଯୋଗାଇ ଦେବାକୁ ଉପ ଜିଲ୍ଲାପାଳ ରବୀନ୍ଦ୍ର ନାଥ କହଁର ସଂଗଠନକୁ ଲିଖିତ ପ୍ରତିଶୃତି ପ୍ରଦାନ କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ବୌଦ୍ଧ ଜିଲ୍ଲାର ବିଶିଷ୍ଟ ସମାଜସେବୀ ଅନାଦି ବାଦୀ , ସୁବର୍ଣ୍ଣପୁର ଜିଲ୍ଲାର ବରିଷ୍ଠ ଆଇନଜୀବୀ ତଥା ପୂର୍ବତନ ବିଧାୟକ ବିନୋଦ ପାତ୍ର , ଡୁଙ୍ଗୁରିପାଲି ର ଯୁବ ଆଇନଜୀବୀ ଲକ୍ଷ୍ମଣ ଭରାସାଗର , ସଂଗଠନର ମୁଖ୍ୟ ଉପଦେଷ୍ଟା ବଟକୃଷ୍ଣ ପ୍ରଧାନ , ଜିଲ୍ଲା ଉପ ସଭାପତି ଦଶରଥ ବେହେରା , ବସନ୍ତ କୁମାର ଖୁରା , ମକରଧ୍ବଜ ମହାନନ୍ଦିଆ , କୋଷାଧ୍ୟକ୍ଷ ରାମଚନ୍ଦ୍ର ତାଣ୍ଡି , ସହକାରୀ କୋଷାଧ୍ୟକ୍ଷ ଶ୍ରୀନିବାସ ହାତୀ , ସହକାରୀ ସାଧାରଣ ସମ୍ପାଦକ କହ୍ନେଇ ବାଦୀ , ଯୁଗ୍ମ ସମ୍ପାଦିକା ସେବତୀ ବେହେରା ଯୋଗଦେଇ ଅସଲି ଅନୁସୂଚୀତ ଜାତିଙ୍କ ପ୍ରତି ସରକାରଙ୍କ ଅଣଦେଖା , ପାତରଅନ୍ତର ଏଵଂ ବୈମାତୃକ ମନୋଭାବ ନୀତି ବିରୁଦ୍ଧରେ ଦୃଢ଼ ନିନ୍ଦା କରିବା ସହିତ କଟୁ ସମାଲୋଚନା କରିଥଲେ । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ସଂଗଠନର ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ପୁରୁଷୋତ୍ତମ ବାଘ , ପ୍ରଜାପତି ଭବସାଗର , ଗୁପ୍ତେଶ୍ୱର ଭୋଇନା , ସୁରେଶ ମହାନନ୍ଦ , ନନ୍ଦିନୀ ନାଏକ, ଯୁବ ସମାଜସେବୀ ଜୟରାମ ହରିପାଲ , ଗନ୍ଦୁଳିଆ ପଞ୍ଚାୟତ ସଭାପତି ଦଣ୍ଡପାଣି ଭବସାଗର , ସମ୍ପାଦକ ସନ୍ତୋଷ ବେହେରା , କୋଷାଧ୍ୟକ୍ଷ ପ୍ରତିମନ ସୁନା , ଶଗଡା ପଞ୍ଚାୟତ ସଭାପତି ବିନୋଦ ବିଭାର , ସମ୍ପାଦକ ବ୍ରଜ ମୋହନ କହଁର , ବ୍ଲକ ସଂଯୋଜକ ରମେଶ ସୁନା , ଗୋଛାପଡ଼ା ପଞ୍ଚାୟତ ସଭାପତି ଝରିଆ ଖୁରା , ସମ୍ପାଦକ ରମେଶ ମହାନନ୍ଦିଆ , କୋଷାଧ୍ୟକ୍ଷ ଅରୁଣ ବାଦୀ, ଆମ୍ବଝରି ପଞ୍ଚାୟତ ସଭାପତି ଝାଟୁ ହାତୀ , ସମ୍ପାଦକ ପ୍ରତୀ କୁମ୍ଭାର , ବ୍ଲକ ସଂଯୋଜକ ରସାନନ୍ଦ କୁମ୍ଭାର , ଅଇଁଲାପାଲି ପଞ୍ଚାୟତ ସଭାପତି ଜଗବନ୍ଧୁ ବାଦୀ, ଆଡେଣୀଗଡ ପଞ୍ଚାୟତ ସମ୍ପାଦକ ଅଭୟ ବେବେରା ପ୍ରମୁଖ ଯୋଗଦେଇ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.