ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ ,
ବାଲିଗୁଡା ରେ ମାଆ ପାଟ୍ଟଖଣ୍ଡା ଙ୍କ ଦୁର୍ଗାପୂଜା ସମିତି ର ଦୁର୍ଗାପୂଜା ସମିତି ର ନୂତନ କାର୍ଯ୍ୟ କମିଟି ଗଠିତ ହୋଇ ଯାଇଛି ଏବଂ କାର୍ଯ୍ଯକର୍ତ୍ତା ଚୟନ ଶାନ୍ତି ଶୃଙ୍ଖଳା ର ସହିତ ହୋଇ ଯାଇଛି lଦୁର୍ଗାପୂଜା ସମିତି ର ଅବଧି ସରିଥିବାରୁ ପୂର୍ବତନ କମିଟି ର ସଭାପତି ଲୋକନାଥ ପାଢ଼ୀ ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ଇସ୍ତଫା ଦେବାପରେ ନୂତନ କମିଟି ଚୟନ ହୋଇଥିଲା l ପୁର୍ବତନ ସହ ସମ୍ପାଦକ ଭଗବତି ସାବତ ସଭାକାର୍ଯ୍ଯ ପରି ଚାଳନା କରିଥିବା ବେଳେ ଲୋକନାଥ ପାଢ଼ୀ ଚୟନ ର ମୁଖ୍ୟ ଦାୟିତ୍ୱ ତୁଲାଇଥିଲେ l
ସର୍ବ ସମ୍ମତି କ୍ରମରେ ସଭାପତି ଭବେ ଲଳିତ ପାତ୍ର ସମ୍ପାଦକ ଭlବେ ଶିବରାମ ପ୍ରଧନୀ ଉପ ସଭାପତି ଭାବେ ଭୀମସେନ ବିନ୍ଧାଣୀ ସହ ସମ୍ପାଦକ ଭାବେ ନେତାଜୀ ଖଣ୍ଡଗିରି ଯୁଗ୍ମ ସମ୍ପାଦକ ଭାବେ ଅର୍ଜ୍ଜୁନ ନାୟକ କୋଷାଧ୍ୟକ୍ଷ ଭାବେ ଅଶୋକ କୁମାର ସାହୁ ଙ୍କୁ ଚୟନ କରାଯାଇ ଥିଲା l ଏହି ନୂତନ କମିଟି ଗଠନ ରେ ସହର ର ବୁଦ୍ଧିଜିବୀ ବଣିକ ସଂଘ ସଭପତି ଶ୍ୟାମ ସୁନ୍ଦର ପାତ୍ର ବରିଷ୍ଠ ନାଗରିକ ବିଜୟ ଚନ୍ଦ୍ର ଖଣ୍ଡଗିରୀ ସୁଶାନ୍ତ କୁମାର ଦାଶ ମହିଳା ସଂଘ ଯୁବକ ସଙ୍ଘ ପ୍ରମୁଖ ଉପସ୍ଥିତ ଥିଲେ l ସୂଚନାଯୋଗ୍ୟ ଯେ ପୂର୍ବତନ କମିଟି ଠାକୁରାଣୀ ଯାତ୍ରା ପରିଚାଳନା କରି ବକେୟା ରଖିଥିବା ଜଣାପଡ଼ିଛି l ଗତ ଜୁନ୍ 25ତାରିଖ ଦିନ ପୁରୁଣା କମିଟି ହିସାବ ନଦେଇପାରିବାରୁ ପ୍ରବଳ ହଟଗୋଳ ହେବାରୁ ବୈଠକ ଅଧାରୁ ବନ୍ଦ ହୋଇଥିଲା l କମିଟି ର ହିସାବ କିତାବ ନେଇ ନୂତନ ସଂପାଦକ ଶିବ ରାମ ପ୍ରଧାନୀ ଙ୍କୁ ପଚାରିବାରୁ ଦାୟିତ୍ବ ଗ୍ରହଣ ପରେ ଠାକୁରାଣୀ ଯାତ୍ରା ର ହିସାବ ପୁରୁଣା କମିଟି କୁ ମଗାଯିବ ବୋଲି କହିଛନ୍ତି ତେବେ ନୂତନ କମିଟି କେବେ ପୁଣିଥରେ ବୈଠକ ଡାକୁଛି ଏବଂ ଶାରଦୀୟ ଦୁର୍ଗାପୂଜା ପାଇଁ ନବ ରାତ୍ର ସୁରୁଖୁରୁରେ ସମାପନ ପାଇଁ କି ପଦକ୍ଷେପ ନେଉଛି ଏବଂ ପୁରୁଣା କମିଟି ର ହିସାବ କିତାବ ସର୍ବ ସାଧାରଣ ଜାଣିବାପାଇଁ ଅପେକ୍ଷା କରିଛନ୍ତି l
More Stories
ଶଙ୍କରରେଶ୍ୱରଙ୍କ ବିଶ୍ଵଶାନ୍ତି ମହାଯଜ୍ଞରେ ସ୍ଵେଚ୍ଛାସେବୀ ରକ୍ତଦାନ ଶିବିର ।
ରାୟଗଡା ଅତିରିକ୍ତ ଜିଲ୍ଳାପାଳ ଶ୍ରୀ ନିହାର ରଞ୍ଜନ କହଁର, ଓ. ପ୍ର. ସେ ଯୋଗଦାନ କରିଛନ୍ତି l
ପରମାନନ୍ଦ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ଦ୍ଵାରା ପ୍ଲାଷ୍ଟିକ ବର୍ଜନ ସଚେତନତା ଶୋଭାଯାତ୍ରା ।