( ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ )
ଭିଜିଲାନ୍ସ ଜାଲରେ ରାତ୍ରି ଜଗୁଆଳି। କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ତହସିଲ କାର୍ଯ୍ୟାଳୟରେ ରାତ୍ରି ଜଗୁଆଳି ଭାବରେ କାର୍ଯ୍ୟରତ ଅଜୟ କୁମାର ମଲ୍ଲିକକୁ ଭିଜିଲାନ୍ସ କାବୁ କରିଛି। ଜଣେ ବ୍ୟକ୍ତିଙ୍କ ଠାରୁ ୮ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଛନ୍ତି।ସୂଚନା ମୁତାବକ, ଅଜୟ କୁମାର ମଲ୍ଲିକ ଫିରିଙ୍ଗିଆ ତହସିଲ ଅନ୍ତର୍ଗତ ପଳାବୃଡି ପଞ୍ଚାୟତ ଅଧୀନରେ ଥିବା ଆପାବିରୁ ଗାଁର ବିଜୁ କହଁରଙ୍କ ପାଖରୁ ମିଉଟେସନ ଓ ପଟ୍ଟା କରିବା ନାଁରେ ୮ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଏତିକି ବେଳେ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି I ଅନ୍ୟପଟେ ସମ୍ପୃକ୍ତ ରାତ୍ର ଜଗୁଆଳିଙ୍କ ନାଁରେ ଅନେକ ଦିନ ଧରି ଅଭିଯୋଗ ହୋଇଆସୁଥିଲା। ଆପାବୀରୁ ଗାଁର ଏହି ବ୍ୟକ୍ତିଙ୍କ ପାଖରୁ ପଟ୍ଟା କରିଦେବା ନାଁରେ ଆଗରୁ ମଧ୍ୟ ୩୫ ହଜାର ଟଙ୍କା ନେଇସାରିଥିବା ବେଳେ ଆଉ ୮ ହଜାର ଟଙ୍କା ପରେ ଦେବ ବୋଲି କହିଥିଲେ। ଏହାକୁ ନେଇ ସମ୍ପୃକ୍ତ ବ୍ୟକ୍ତି ଜଣକ ଭିଜିଲାନ୍ସର ଦ୍ୱାରସ୍ତ ହୋଇଥିଲେ। ବୁଧବାର ସମ୍ପୃକ୍ତ ରାତ୍ର ଜଗୁଆଳିଙ୍କୁ ଧରିବାକୁ ଭିଜିଲାନ୍ସ ଜାଲ ବିଛାଇ ଥିଲା। ପୂର୍ବ ପ୍ରସ୍ତୁତି କ୍ରମେ ସମୃକ୍ତ ବ୍ୟକ୍ତି ଜଣକ ରାତ୍ରି ଜଗୁଆଳିଙ୍କୁ ତହସିଲ କାର୍ଯ୍ୟାଳୟ ବାହାରେ ବକେୟା ୮ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ମାଡ଼ିବସିଥିଲା I ତେବେ ଭିଜିଲାନ୍ସ ଡ଼ିଏସପି ହେମନ୍ତ କୁମାର ମହାନ୍ତି ଏବଂ ସୁରେଶ କୁମାର କହଁରଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିବା ବେଳେ ଟିମ୍ ଭିଜିଲାନ୍ସ ବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ସାମିଲ ଥିଲେ।


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.