ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା :23/08.ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଯୋଗାଣ ସହାୟକ ସଂଘ ପକ୍ଷରୁ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ୱପ୍ନିତା ନାଏକ ଙ୍କୁ ଆଜି 6 ଦଫା ସମ୍ବଳିତ ଦାବିପତ୍ର ଦେଇଥିବା ଜଣାପଡିଛି! 2013 ମସିହା ରୁ ଗ୍ରାମ ପଞ୍ଚାୟତ ସ୍ତରରେ ସର୍ବୋଚ୍ଚ ନମ୍ବର ରଖିଥିବା ସ୍ନାତକ ଡିଗ୍ରୀ ଧାରୀ ବ୍ୟକ୍ତି ବିଶେଷ ଙ୍କୁ ଯୋଗାଣ ସହାୟକ ଭାବେ ନିଯୁକ୍ତି ଦିଆଯାଇଥିଲେ ମଧ୍ଯ ସ୍ଵଳ୍ପ ବେତନ ଦିଆଯାଉଛି ଏ ବାବଦରେ ସରକାର ଙ୍କୁ ବାରମ୍ବାର ଲିଖିତ ଆବେଦନ କଲେ ସୁଦ୍ଧା ସରକାର ଯୋଗାଣ ସହାୟକ ଙ୍କ ଭବିଷ୍ୟତ ବାବଦରେ କିଛି ପଦକ୍ଷେପ ନେଉ ନଥିବା, ପଞ୍ଚାୟତର ସମସ୍ତ ଉନ୍ନୟନ କାର୍ଯ୍ୟରେ ଯୋଗାଣ ସହାୟକ କୁ ସାମିଲ କଲେ ସୁଦ୍ଧା ଦିନ ମଜୁରିଆ ଠାରୁ କମ୍ ପାରିଶ୍ରମିକ ଦିଆଯାଉଛି ବୋଲି ସଂଘ ପକ୍ଷରୁ ଅସନ୍ତୋଷ ପ୍ରକାଶ ପାଇଛି ଏଣୁ 6ସମ୍ବଳିତ ଦାବିପତ୍ର ଯଦି ସରକାର 2ରୁ 3ଦିନ ଭିତରେ ନ ଶୁଣନ୍ତି ତାହେଲେ ଏକ ଶାନ୍ତିପୂର୍ଣ୍ଣ ରାଜ୍ଯ ବ୍ୟାପି ଗଣ ଧାରଣା ରେ ନିଜକୁ ସାମିଲ କରିବା ସହିତ କାର୍ଯ୍ୟ ବନ୍ଦ ର ଡାକରା ଦେବାକୁ ନେଇ ହରଭଙ୍ଗା ବ୍ଲକ ଯୋଗାଣ ସହାୟକ ସଂଘ ମୁଖ୍ୟମନ୍ତ୍ରୀ ଙ୍କୁ ଏକ ଚେତାବନୀ ଦାବିପତ୍ର ବିଡ଼ିଓ ଙ୍କ ଜରିଆରେ ପ୍ରଦାନ କରିଛନ୍ତି! 6ଦଫା ଗୃହୀତ ଦାବି ପାତ୍ର ଭିତରେ pds ଲାଇସେନ୍ସ ଯୋଗାଣ ସହାୟକ ନାମରେ ଦିଆଯିବା, ସହିତ ଚାକିରୀରେ ରେଗୁଲାର, ପାରିଶ୍ରମିକ 25000 କୁ ବୃଦ୍ଧି କରିବା ସହିତ ସରକାରୀ ମାନ୍ୟତା ଏବଂ କର୍ପୋରେସନ ରୁ ଦରମା ଦେବା ଓ ଯୋଗାଣ ସହାୟକ ନାମକୁ ବଦଳ କରି ଆସିଷ୍ଟାଣ୍ଡ ମାର୍କେଟ ଇନ୍ସପେକ୍ଟର କରାଵା, କାର୍ଯ୍ୟରତ ଙ୍କୁ ମୃତ୍ୟୁ କlଲିନ ସହାୟତା ରାଶି ଓ ପରିବାର ର ଜଣକୁ ସରକାରୀ ଚାକିରୀ ଏବଂ ନିଅଣ୍ଟ pds ଚାଉଳ ର 2ପ୍ରତିଶତ ଭରଣ ଭଳି ଦାବି ଥିବା ବେଳେ ଉକ୍ତ ସମ୍ବଳିତ ଦାବିପତ୍ର ଦେବା ସମୟରେ ସଭାପତି ପ୍ରିୟ ରଞ୍ଜନ ବିଶି, ସମ୍ପାଦକ ପ୍ରମୋଦ କୁମାର ପ୍ରଧାନ ଓ ଅନ୍ୟ ସମସ୍ତେ ଉପସ୍ଥିତ ରହିଥିଲେ!


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.