ରିପୋର୍ଟ :ପ୍ରଦିପ ସେଠିଆ
ଧର୍ମଗଡ: (ଆମ ଓଡ଼ିଶା ଖବର )ଧର୍ମଗଡ଼ ବ୍ଲକ୍ ଜୟନ୍ତ ପୁର ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ତାଲା ବନ୍ଦ୍ ଆନ୍ଦୋଳନ ୧୧ ଦିନ ରେ ପହଞ୍ଚିଛି । ଛାତ୍ର ଛାତ୍ରୀ ଅନୁପାତରେ ଶିକ୍ଷକ ନିଯୁକ୍ତି ଦାବି ନେଇ ଗତ ୧୬ ତାରିଖ ଦିନ ଠାରୁ ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ଆନ୍ଦୋଳନ ଜାରି ରଖିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ନିରବ ସାଜିଛି ଶିକ୍ଷା ବିଭାଗ । ଯାହା ଫଳରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ା ଓ ଏମ ଡି ଏମ ଠପ୍ ହୋଇ ପଡ଼ିଛି । ଗୋଟିଏ ପଟେ ସରକାର ସମସ୍ତଙ୍କ ପାଇଁ ଶିକ୍ଷ୍ୟା କହି ୫ଟି ମାଧ୍ୟମରେ କୋଟିକୋଟି ଟଙ୍କା ବ୍ୟୟବରାଦ କରିଚାଲିଥିବା ବେଳେ ଅନ୍ୟପଟେ ବିଦ୍ୟାଳୟ ରେ ଶିକ୍ଷକ ଅଭାବ ସରକାରଙ୍କ ଶିକ୍ଷ୍ୟା ନୀତି ର ମୁଖା ଖୋଲିଛି ।ସରକାରଙ୍କ ନିୟମ ଅନୁଯାୟୀ ପ୍ରତ୍ୟେକ ୩୦ ଜଣ ଛାତ୍ର ଛାତ୍ରୀ ରେ ଜଣେ ଶିକ୍ଷକ ନିଯୁକ୍ତି ହେବା ବ୍ୟବସ୍ଥା ରହିଥିଲେ ମଧ୍ୟ ଏହି ବିଦ୍ୟାଳୟରେ ୨୨୨ଜଣ ଛାତ୍ର ଛାତ୍ରୀ ଙ୍କୁ ୩ଜଣ ଶିକ୍ଷକ ରହିଛନ୍ତି । ଯାହାକି ଛାତ୍ର ଛାତ୍ରୀ ସଂଖ୍ୟା ଅନୁପାତରେ କମ୍। ଯାହା ଫଳରେ ଛାତ୍ର ଛାତ୍ରୀ ଙ୍କ ପାଠ ପଢ଼ାରେ ବ୍ୟାଘାତ ସୃଷ୍ଟି ହେବା ସହ ଗୁଣାତ୍ମକ ଶିକ୍ଷା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ଆନ୍ଦୋଳନର ପ୍ରଥମ ଦିନରେ ଧର୍ମଗଡ଼ ଗୋଷ୍ଠୀ ଶିକ୍ଷା ଅଧିକାରୀ ପହଞ୍ଚି ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକ ନିଯୁକ୍ତି ଦେଇଥିଲେ । କିନ୍ତୁ ବିଦ୍ୟାଳୟରେ ୫ଜଣ ଶିକ୍ଷକ ନିଯୁକ୍ତି ଦେବାକୁ ଗ୍ରାମବାସୀ ଜିଦ୍ ଧରି ବସିଛନ୍ତି। ତେବେ ତାଲାବନ୍ଦ ଆନ୍ଦୋଳନ କୁ ୧୧ଦିନ ବିତି ଯାଇଥିଲେ ସୁଦ୍ଧା ନିରବ ଦ୍ରଷ୍ଟା ସାଜିଛି ଶିକ୍ଷା ବିଭାଗ। ଶିକ୍ଷା ବିଭାଗ ଙ୍କ ଏଭଳି ନୀତିକୁ ନେଇ ବୁଦ୍ଧି ଯିବି ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପଟେ ଦାବି ପୂରଣ ନ ହେବା ଯାଏଁ ତାଲା ବନ୍ଦ୍ ଆନ୍ଦୋଳନ ଜାରି ରହିବ ବୋଲି ପ୍ରକାଶ କରିଛନ୍ତି ଗ୍ରାମ ବାସୀ ।


More Stories
Vigilance raid at the house of Assistant Engineer Pramod Roy.
ହର୍ଲିକ୍ସ ପିଉଥିଲେ ଏବେଠାରୁ ସାବଧାନ।
ବିଶିଷ୍ଠ ବ୍ରାହ୍ମଣଙ୍କ ପରଲୋକ