ରିପୋର୍ଟ :ପ୍ରଦୀପ ସେଠିଆ
ଧର୍ମଗଡ(ଆମ ଓଡ଼ିଶା ଖବର) ଧର୍ମଗଡ କୁ ଜିଲ୍ଲା ଗଠନ ଦାବିରେ ଆଜି ତ୍ରୟୋଦଶ ଦିବସ । ଆଜି ଧର୍ମଗଡ ମଡର୍ଣ୍ଣ କଲେଜ ଛାତ୍ର ଛାତ୍ରୀ ମାନଙ୍କ ପକ୍ଷରୁ ଧର୍ମଗଡ ଜିଲ୍ଲା ଦାବି କୁ ନୈତିକ ସମର୍ଥନ କରି ଶତାଧିକ ଛାତ୍ର ଛାତ୍ରୀ ଶୋଭାଯାତ୍ରା ରେ ସହର ପରିକ୍ରମା କରି ଧର୍ମଗଡ ଜିଲ୍ଲା ଦାବି ନେଇ ରାଜ ରାସ୍ତା ରେ ଗର୍ଜି ଥିଲେ ଏବଂଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଚାଲିଥିବା ଗଣଧାରଣା ରେ ବସିଥିଲେ।

ମଡର୍ଣ୍ଣ କଲେଜ ର ଅନନ୍ୟା ପାଣିଗ୍ରାହୀ,ଆୟୁଷ ବେହେରା, ମଧୁସ୍ମିତା ବେହେରା, ପାୟଲ ନାୟକ,ହିଙ୍ଗୁଳା ସୁନା,ସୂର୍ୟଂଶୁ କଶ୍ୟପ ଅଗସ୍ତି,ଶାଶ୍ଵତ ମୁଣ୍ଡ, ଲକ୍ଷ୍ମୀକାନ୍ତ ବୋଡକିଆ, ପ୍ରମୁଖ ଙ୍କ ନେତୃତ୍ୟ ରେ ଧର୍ମଗଡ ଜିଲ୍ଲା ନେଇ ଶତାଧିକ ଛାତ୍ର ଛାତ୍ରୀ ଆଜି ଗଣ ଧାରଣା ରେ ବସିଛନ୍ତି। ଧର୍ମଗଡ ଜିଲ୍ଲା ଦାବି ନେଇ ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ବରିଷ୍ଟ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଷି ସଭା ପରିଚାଳନା କରିଥିବାବେଳେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ,ରତନ ନାଏକ, ଦିଗାମ୍ବର ଦୁରିଆ,ସନ୍ତୋଷ ପାଢ଼ୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗତ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ଏକାଦଶ ଦିନ ରେ ପହଞ୍ଚିଛି

ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗତ ଜିଲ୍ଲା ଗଠନ ଦାବିକୁ ସମର୍ଥନ ଦେଉଛନ୍ତି।ଧର୍ମଗଡ ଜିଲ୍ଲା ଗଠନ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ଆହୁରି ବ୍ୟାପାକ କରାଯିବ ବୋଲି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକାଶ ପାଇଛି।


More Stories
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।
ଜଳସେଚନ ଯନ୍ତ୍ରୀଙ୍କ ୮ପ୍ଲଟ୍, ୧.୭ କୋଟିର ଜମା।
Odisha Vigilance raids at 6 locations of Additional Chief Engineer Shri Rajesh Chandra Mohanty.