ରିପୋର୍ଟ: ପ୍ରଦୀପ ସେଠିଆ
ଧର୍ମଗଡ(ଆମ ଓଡ଼ିଶା ଖବର) ଧର୍ମଗଡ କୁ ଜିଲ୍ଲା ଗଠନ ଦାବିରେ ଆଜି ଏକାଦଶ ଦିନ ରେ ଆଜି ଧର୍ମଗଡ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ପକ୍ଷରୁ ଧର୍ମଗଡ ଜିଲ୍ଲା ଦାବି କୁ ନୈତିକ ସମର୍ଥନ କରାଯାଇ ଗଣଧାରଣା ରେ ବସିଥିଲେ।ଏନେଇ ଧର୍ମଗଡ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନେ ଏକ ଶୋଭାଯାତ୍ରା ରେ ସହର ପରିକ୍ରମା କରି ଧର୍ମଗଡ ରାଜ ରାସ୍ତା ରେ ଗର୍ଜି ଥିଲେ।

ମହିଳା ମହାବିଦ୍ୟାଳୟ ର ପୁଷ୍ପାଞ୍ଜଳି ଠାକୁର, ହେମାଙ୍ଗିନି ବିହାରୀ, ବର୍ଷା ସାଗର,ରଶ୍ମିତା ବାଗ, ସୁରେଖା ଶଗଡ଼ିଆ,କାଜଲ ପୁଝାରୀ,ରୁନି ଚଣ୍ଡୀ, ଡୁନି ସାହୁ, ପ୍ରମୁଖ ଙ୍କ ନେତୃତ୍ୟ ରେ ଧର୍ମଗଡ ଜିଲ୍ଲା ନେଇ ଶତାଧିକ ଛାତ୍ରୀ ଆଜି ଗଣ ଧାରଣା ରେ ବସିଛନ୍ତି। ଧର୍ମଗଡ ଜିଲ୍ଲା ଦାବି କ୍ରିୟାନୁଷ୍ଠାନ କମିଟିର ସଂଯୋଜକ ବରିଷ୍ଟ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଷି ସଭା ପରିଚାଳନା କରିଥିବାବେଳେ କ୍ରିୟାନୁଷ୍ଠାନ କମିଟିର ସଦସ୍ୟ ଡମ୍ବରୁଧର ଲହଜଲ,ଚକ୍ରଧର ବେନୂପାଣି,ଢଗ ନାଏକ, ଡ଼ାକେଶ୍ୱର ଲହଜଲ ,ରତନ ନାଏକ, ଦିଗାମ୍ବର ଦୁରିଆ,ସନ୍ତୋଷ ପାଢ଼ୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ। ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗତ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ଏକାଦଶ ଦିନ ରେ ପହଞ୍ଚିଛି l

ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗତ ଜିଲ୍ଲା ଗଠନ ଦାବିକୁ ସମର୍ଥନ ଦେଉଛନ୍ତି।ଧର୍ମଗଡ ଜିଲ୍ଲା ଗଠନ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ଆହୁରି ବ୍ୟାପାକ କରାଯିବ ବୋଲି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକାଶ ପାଇଛି।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ