ବାଲିଗୁଡ଼ାରୁ ଫିଲିପ କୁମାର ଦିଗାଲ ଙ୍କ ରିପୋର୍ଟ
ବାଲିଗୁଡ଼ା:ନିର୍ବାଚନ ମଣ୍ଡଳୀ କୋଟଗଡ଼ ବ୍ଲକ ରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଓ କୋଟଗଡ଼ ବ୍ଲକ ବାସୀଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପ୍ରକଳ୍ପର ଶୁଭ ଉଦ୍ଘାଟନ କରିଛନ୍ତି କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ।ଏବଂ ପ୍ରଦୀପ କୁମାର ମାଝୀ ପ୍ରଥମେ ମହାବୀର ମନ୍ଦିର ଜାତୀୟ ରାଜପଥ କଡ଼ରେ ଥିବା ଜଗନ୍ନାଥ ମନ୍ଦିର ରେ ପ୍ରଶାଦ ସେବନ ପରେ ସରକାରୀ ପ୍ରାଥମିକ ବିଦ୍ୟାଳୟ, ଶିବ ମନ୍ଦିର, ମିଶନ ଶକ୍ତି ମହିଳା ମାନଙ୍କୁ ମିଶିନୀ ବଣ୍ଟନ, କୁଇ ସମାଜ ପାଇଁ ଗୃହ ନିର୍ମାଣ ର ଶୁଭ ଉଦ୍ଘାଟନ କରିବା ପରେ ସଭା ରେ ଯୋଗଦେଲେ ସମେତ ମିଶନ୍ ଶକ୍ତି ଗୃହର ଶୁଭ ଉଦ୍ଘାଟନ କରିଛନ୍ତି କନ୍ଧମାଳ ସାଂସଦ ।

ଏହି କାର୍ଯ୍ୟକ୍ରମରେ ସାଂସଦଙ୍କ ସମେତ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ, ବାଲିଗୁଡ଼ା ବିଧାୟକ ଚକ୍ରମଣୀ କହଁର, ସାଂସଦ ପ୍ରତିନିଧି ଶ୍ରୀ ମୋନଜ କୁମାର ସାବତ କୋଟଗଡ଼ ବ୍ଲକ ସଭାପତି ଶ୍ରୀ ଷ୍ଟିପାନ ପ୍ରଧାନ, ସୁରୁଦା ପ୍ରଧାନ, ଶ୍ରୀମତୀ ସୁରେକା ପାଟମାଝି, ସମାଜ ସେବୀ ଶ୍ରୀ ଅମିତ କୁମାର ନାୟକ ଙ୍କ ସମେତ ସମସ୍ତ ଗ୍ରାମ ପଞ୍ଚାୟତ ସଭାପତି ଓ୍ବାର୍ଡ ସଭାପତି ଉପସ୍ଥିତ ଥିଲେ । ଏହି ପ୍ରକଳ୍ପ ମାଧ୍ୟମରେ କୋଟଗଡ଼ ଏବଂ ତୁମୁଡ଼ିବନ୍ଧ ଅଞ୍ଚଳ ସୌନ୍ଦର୍ଯ୍ୟ ଦ୍ୱିଗୁଣିତ ହୋଇଛି ଏବଂ ଅଞ୍ଚଳବାସୀ ବେସ୍ ଉତ୍ସାହିତ ଥିବା ଦେଖିବାକୁ ମିଳିଛି ।
More Stories
RAYAGADA RAINFALL REPORT: 3-10-2025
ରକ୍ତଦାନ ଶିବିର ଅନୁଷ୍ଠିତ ୪୫ୟୁନିଟ ରକ୍ତ ସଂଗ୍ରହ l
ବାଲିଆ ଜୁନିୟର କଲେଜରେ ସ୍ଵଚ୍ଛତା ହିଁ ସେବା କାର୍ଯ୍ୟକ୍ରମ l