ରିପୋର୍ଟର – ଯଯାତି କେଶୋରୀ ବିଶ୍ୱାଳ :
ରାଉରକେଲା : ଆଜି ତା୨୯/୦୬/୨୩ ରିଖରେ ମୁସଲମାନ ଭାଇ ଭଉଣୀ ମାନଙ୍କର ପବିତ୍ର ଇଦ ଉଜ ଜୁହା ପର୍ବ ଉପଲକ୍ଷେ ସକାଳ ୮ ଘଟିକା ସମୟରେ ଶହଶହ ସଂଖ୍ୟାରେ ରାଉରକେଲା ପ୍ଳାଣ୍ଟ ସାଇଡି ନିକଟସ୍ଥ ଇଦଗା ପଡିଆରେ ଅତି ଶୃଙ୍ଖଳାର ସହିତ ମୁସଲମାନ ଭାଇମାନେ ଉପସ୍ଥିତ ରହି ନିଜର ପରିବାରପାଇଁ ତଥା ସମଗ୍ର ସଂସାରର ମଙ୍ଗଳ କାମନା ପାଇଁ ନଵାଜ ପାଠ କରି ପ୍ରାର୍ଥନା କରିଥିଲେ । ଇଦଗା ପଡିଆଟି ଆଲ୍ଲାହୋଆକବର ଧ୍ବନୀରେ ପ୍ରକମ୍ପିତ ହୋଇଥିଲା । ମୁସଲମାନ ସମ୍ପ୍ରଦାୟର ବହୁ ବିଶିଷ୍ଟ ବୁଦ୍ଧିଜୀବୀ ମାନେ ପ୍ରାର୍ଥନା କାର୍ଜ୍ୟରେ ଯୋଗଦେଇଥିଲେ । ଏହି ଉପଲକ୍ଷେ ରାଉରକେଲାର ଜନପ୍ରିୟ ବିଧାୟକ ତଥା ମାନ୍ୟବର ଶ୍ରମମନ୍ତ୍ରୀ ଶ୍ରୀଯୁକ୍ତ ସାରଦା ପ୍ରସାଦ ନାୟକ ଇଦଗା ପଡିଆକୁ ଯାଇ,ସମସ୍ତ ଭାଇମାନଙ୍କୁ ପବିତ୍ର ଇଦ ଉଜ ଜୁହା ପର୍ବ ପାଇଁ ମୁବାରକବାତ ଦେବା ସହିତ ସମସ୍ତଙ୍କ ପରିବାରର ମଙ୍ଗଳ କାମନା କରିଥିଲେ । ରାଉରକେଲା ଜିଲ୍ଲା ର ପୋଲିସ ସୁପରିଟେଣ୍ଡେଣ୍ଟ ମିତ୍ର ଭାନୁ ମହାପାତ୍ର ଏବଂ ତାଙ୍କ ଟିମ ଉପସ୍ଥିତ ରହି ଆଇନ ଶ୍ରୁଙ୍ଖଳାର ସୁବନ୍ଦୋବସ୍ତ କରିଥିଲେ । ରାଉରକେଲା ବିଜୁ ଜନତା ଦଳର ନଗର ସଭାପତି ଗଗନ ପଣ୍ଡା,ରାଜ୍ୟ ପାରିଷଦ ସଭ୍ୟ ବ୍ରିଜମୋହନ ଅଗ୍ରୱାଲ,ବରିଷ୍ଟନେତା ଜୟନ୍ତ କୁମାର ମିଶ୍ର,ସୁଦାମ ଚନ୍ଦ୍ର ଦାଶ,ଆଇନିଜୀବୀ ରାଜ୍ୟ ଉପସଭାପତି ସନ୍ତୋଷ ନାୟକ,ସଭାପତି ସତ୍ୟନାରାୟନ ମହାପାତ୍ର,ବ୍ରିଜେଶ ମହାତୋ,ସୁଦର୍ଶନ ମିଶ୍ର,ପିଙ୍କୁ ଜୟସ୍ଵଳ,ରାହୁଲ ମହାନ୍ତି,ସୁରେନ୍ଦ୍ର ସିଂହ ପ୍ରମୁଖ ମୁସଲମାନ ଭାଇମାନଙ୍କୁ ମୁବାରକବାତ ଜଣାଇଥିଲେ । ବିଜେଡି ବରିଷ୍ଠ ନେତା ମୂନା ବିଲାଲ,ସମ୍ମିମ ଅକଥର,ହାଇଦର ଅଲ୍ଲୀ,ଏମଡ଼ି ଫହିମ,ଏମଡ଼ି ଅଲତ।ବ ବସିର କ୍ଯରିୟାହି,ଯୁବନେତା ଈଜାଜ ଆହମଦ [ଗୁଡୁସୁନାର],ସମସେରଅଲ୍ଲୀ, ନସିମ ଅକତର,ଏମଡ଼ି ଇଫ୍ରାନ,ଏମଡ଼ି ଅନୱର,ମାଇୟୁର ଆହମଦ,ସୋହେବ ଆଲମ,ଏମଡ଼ି ଫିରୋଜ,ମେହଫୁଜ ଖାନ,ତୌଶିଫ ରାଜା,ନଶିର କୁରିଶି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ଯୋଗଦେଇ ସଫଳ କରିଥିଲେ ।
More Stories
ଅଙ୍ଗାରଗାଁ ପଞ୍ଚାୟତରେ ବୁଲିଲା ସୁଭଦ୍ରା ରଥ l
କୋଟିଆ ଆଦିବାସୀ ସମାଜ ବୈଠକ ଅନୁଷ୍ଠିତ,
ବୈପାରିଗୁାଡ଼ା ବ୍ଲକ ଡ୍ରାଇଭର ସଙ୍ଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ l