କଲ୍ୟାଣସିଂହପୁର ,ରାୟଗଡ଼ ୧୪/୦୬/୨୩ଓଡ଼ିଶାର ଲୋକକଳା, ଲୋକନୃତ୍ୟ ଓ ଲୋକସଙ୍ଗୀତର ପୁନରୁଦ୍ଧାର, ସଂରକ୍ଷଣ, ପ୍ରଚାର ପ୍ରସାର ଏବଂ କଳାକାର ମାନଙ୍କୁ ସହାୟତା ଯୋଗାଇ ଦେବା ପାଇଁ ୨୦୧୯ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଜୁନ ୧୪ ତାରିଖକୁ ‘ ଲୋକକଳା ଦିବସ’ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲେ। ଚଳିତ ବର୍ଷ ଏହାକୁ ବ୍ଲକ ସ୍ତର, ଜିଲ୍ଲା ସ୍ତର, ନଗର ସ୍ତର ଏବଂ ରାଜ୍ୟ ସ୍ତରରେ ପାଳନ କରାଯାଉଥିବା ବେଳେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଠାରେ ବ୍ଲକ ସ୍ତରୀୟ ଲୋକକଳା ଦିବସ ୨୦୨୩ ପାଳନ ହୋଇଯାଇଛି ଏହି ପରିପ୍ରେକ୍ଷୀରେ କଲ୍ୟାଣସିଂହପୁର ସଦର ମହକୁମାର ଗୋଷ୍ଟି ଶିକ୍ଷା କାର୍ଯ୍ୟାଳୟ ଠାରୁ ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ସାଂସ୍କୃତିକ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା ଏଥିରେ ସଙ୍କୀର୍ତ୍ତନ ମଣ୍ଡଳୀ, ପାରମ୍ପରିକ ଲୋକ ନୃତ୍ୟ କଳାକାର, ବୁଦ୍ଧିଜୀବୀ, ପ୍ରଶାସନ ଅଧିକାରୀ ଲୋକ ପ୍ରତିନିଧି ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିଲେ।

ଏହାପରେ ନାରାୟଣପୁର ପଞ୍ଚାୟତ ର କଲ୍ୟାଣ ମଣ୍ଡପ ଠାରେ କଳାକାର ମାନେ ଅତିଥିଙ୍କୁ ମୁଖ୍ୟ ରାସ୍ତା ଠାରୁ କଲ୍ୟାଣ ମଣ୍ଡପ ପର୍ଯ୍ୟନ୍ତ ସ୍ବାଗତ କରି ପାଛୋଟି ନେଲାପରେ କାର୍ଯ୍ୟକ୍ରମ ପ୍ରାରମ୍ଭ ହୋଇଥିଲା। ବିପିଏମ୍ ଶ୍ରୀ କଳ୍ପତରୁ ବେହେରା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିବା ସହ ମଞ୍ଚ ଉପରକୁ ନିମନ୍ତ୍ରଣ କରିଥିଲେ। ମଞ୍ଚରେ ବ୍ଲକ କଳା ସଂସ୍କୃତି ସଂଘ ସଭାପତି ତଥା ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀ ସୁନିଲ୍ ଖରା କଲ୍ୟାଣସିଂହପୁର ବ୍ଲକ ତଥା ରାୟଗଡ଼ା ଜିଲ୍ଲା କଳା ସଂସ୍କୃତି ସଂଘ ଉପ ସଭାପତି ଶ୍ରୀ ସନ୍ତୋଷ କୁମାର ବଛା (ସୁପ୍ରିତ୍ ), ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତୀ ଅମ୍ରିତା କାଡ୍ରାକା ଓ ସମ୍ମାନିତ ଅତିଥି ଭାବେ କଲ୍ୟାଣସିଂହପୁର ଖ ଜୋନ୍ ଜିଲ୍ଲା ପରିଷଦଙ୍କ ପ୍ରତିନିଧି ଶ୍ରୀ ମାଧବ ରାଓ, ଗୋଷ୍ଟି ପ୍ରାଣୀ ଚିକିତ୍ସା ଅଧିକାରୀ ଡକ୍ଟର ଚିନ୍ମୟ ସାହୁ, ସହକାରୀ ଯନ୍ତ୍ରୀ ଶ୍ରୀ ସବ୍ୟସାଚୀ ନାୟକ ମଞ୍ଚାସିନ ରହିଥିଲେ। ଉପସ୍ଥିତ ଅତିଥି ମାନେ ଲୋକକଳା ଦିବସ ଉପଲକ୍ଷେ ନିଜ ନିଜର ଅଭିଭାଷଣ ରଖିଥିଲେ ଏହାପରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡିଆ ଭାଷା ସାହିତ୍ୟ ଓ ଲୋକକଳା ଉପରେ ବକୃତା ପ୍ରତିଯୋଗିତା,ସଙ୍ଗୀତ ଓ ପାରମ୍ପାରିକ ଲୋକ ନୃତ୍ୟ ପ୍ରତିଯୋଗିତା ହେବା ସହ ଲୋକ ସଙ୍ଗୀତ, ନାମ ସଙ୍କୀର୍ତ୍ତନ, କବିତା ପାଠ, ଲୋକନାଟ୍ୟ, ଖଣ୍ଡା ବୁଲାଣି, ଗୁଡ଼କି ବାଦ୍ୟ କଳାକାର ମାନେ ପରିବେଷଣ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ସମସ୍ତ ବ୍ଲକ ଅଧିକାରୀ, କର୍ମଚାରୀ , ପୋଲିସ୍ ପ୍ରଶାସନ, ଡ୍ରାଇଭର ମହାସଂଘ ଓ କଲ୍ୟାଣ ମଣ୍ଡପର କର୍ମକର୍ତ୍ତା ପୂର୍ଣ୍ଣ ସହଯୋଗ କରିଥିଲେ ଏହି କାର୍ଯ୍ୟକ୍ରମରେ ପାଞ୍ଚ ଶହରୁ ଉର୍ଦ୍ଧ କଳାକାର ଉପସ୍ଥିତ ରହିଥିଲେ।


More Stories
ରାୟଗଡ଼ରେ ଅଣ-କ୍ୟାଡର ସରକାରୀ ଅଭିଯୋଜକମାନଙ୍କ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦଘାଟିତ।
ODISHA VIGILANCE ARRESTS COOPERATIVE OFFICIAL IN RS.33.80 LAKH FINANCIAL FRAUD.
Vigilance caught him while he was taking a bribe of Rs.15,000 from the Lampsis in-charge for harvesting paddy.