ବିଷମ କଟକ,ରାୟଗଡ଼ ଭାରତ ସରକାରଙ୍କ ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ତରଫରୁ ସର୍ବ ଭାରତୀୟ ଆଦିମ ଜନଜାତି ସମ୍ମିଳନୀ ରାଷ୍ଟ୍ରପତି ଭବନ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ମିଳନୀରେ ରାୟଗଡ଼ା,
ଜିଲ୍ଲା ବିଷମ କଟକ ଓ କଲ୍ୟାଣସିଂହପୁର ବ୍ଲକ ନିୟମଗିରି ରୁ ୧୮ ଜଣ ବିଗଳ ଜନଜାତି ଜଙ୍ଗରିଆ କନ୍ଧ ଓ ଗୁଣୁପୁର ଉପଖଣ୍ଡ ପୁଟାସିଙ୍ଗରୁ ୧୦ ଜଣ ଲାଞ୍ଜିଆ ସୌରା ସମ୍ପ୍ରଦାୟର ଆଦିମ ଜନଜାତି, ଅଂଶ ଗ୍ରହଣ କରିଥିଲେ। ବିଷମ କଟକ
ବ୍ଲକ ଅଧୀନରେ ରହିଥିବା ଚାଟିକୋଣାଗ୍ରାମର ଓଡ଼ିଶା ଆଦିମ ଜନଜାତି ଜୀବିକା ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପରିଚାଳନା ଅଧିକାରୀ ସୁଦର୍ଶନ ପାଢ଼ୀଙ୍କ ନେତୃତ୍ବରେ ଗତ ୧୦ ତାରିଖ ଦିନ ଭୁବନେଶ୍ବରରୁ ଦିଲ୍ଲୀ ଅଭିମୁଖେ ଟ୍ରେନ୍ ଯୋଗେ ଯାତ୍ରା କରିଥିଲେ । ଦିଲ୍ଲୀରେ ପହଞ୍ଚିବା ପରେ

ଆଦିମ ଜନଜାତି ପ୍ରତିନିଧୂମାନେ ପ୍ରଥମେ ସଂସଦର କେନ୍ଦ୍ରୀୟ ରବନରେ ଏକ ସଭାରେ ଯୋଗଦାନ କରି ଲୋକସଭାର ବାଚସ୍ପତି ଓମ୍ ପ୍ରକାଶ ବିର୍ଲା ଓ କେନ୍ଦ୍ର ଆଦିବାସୀ ବ୍ୟାପାର କଲ୍ୟାଣ ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଙ୍କୁ ସାକ୍ଷାତ କରିବା ସହ ସଂସଦ ଭବନ ଭ୍ରମଣ କରିଥିଲେ | ପରେ ରାଷ୍ଟ୍ରପତି ଭବନ ଭ୍ରମଣ କରିବା ସହ ରାଷ୍ଟ୍ରପତି ଭବନର ଅମୃତ ଉଦ୍ୟାନରେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଥିଲେ। ରାଷ୍ଟ୍ରପତି ଭବନ ବୁଲି ଦେଖିବା ପାଇଁ ସୁଯୋଗ ଦେଇଥିବାରୁ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ମହିଳା ମାନେ ଦୁଇ ଗୀତ ମାଧ୍ୟମରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଜଣାଇଥିଲେ। ସେମାନେ ରାୟଗଡ଼ ଜିଲ୍ଲା ବୁଲି ଆସିବାକୁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରିଥିଲେ ଏବଂ ରାଷ୍ଟ୍ରପତିଙ୍କ ସହ ଫୋଟୋ ଉଠାଇଥିଲେ। ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ଖେଳ ପଡିଆ ଠାରେ ଆୟୋଜିତ ସର୍ବ ଭାରତୀୟ ଆଦିମ ଜନଜାତି ସମ୍ମିଳନୀରେ ଅଂଶ ଗ୍ରହଣ କରି ମହାମହିମ ରାଷ୍ଟ୍ରପତିଙ୍କ ଅଭିଭାଷଣ ଶୁଣି ବହୁତ ଖୁସି ବ୍ୟକ୍ତ କରିଥିଲେ
More Stories
ODISHA VIGILANCE LAUNCHES DA SEARCHES AT 7 LOCATIONS OF SRI ASIT KUMAR PATRA, ABDO, DHARMASALA BLOCK, DIST-JAJPUR
ଇସ୍କନମାୟାପୁରୀ ମୁଖ୍ୟଙ୍କୁ ଗଜପତିଙ୍କ ଚିଠି।
କଦମ ଗଛରେ କୁହୁଳୁଛି ନିଆଁ l