( ବିୟୁରୋ ରିପୋର୍ଟ )
ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସରକାରୀ ଡାକ୍ତରଖାନାରେ କେନ୍ଦ୍ର ସରକାରଙ୍କ ଯୋଜନା ଅନୁଯାୟୀ ଆୟୁଷ୍ମାନ ଭବ ସ୍ୱାସ୍ଥ୍ୟ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ସ୍ୱାସ୍ଥ୍ୟ ମେଳାରେ ଭୁବନେଶ୍ୱର ସ୍ଥିତ ଏମ୍ସ ମେଡିକାଲ ରୁ ଅଭିଜ୍ଞ ତଥା ବରିଷ୍ଠ ଡାକ୍ତରମାନେ ଯୋଗ ଦେଇଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ବିଭିନ୍ନ ବିଭାଗର ଯଥା ଚକ୍ଷୁ , ଚର୍ମ , ହାର୍ଟ , ସର୍ଜରି , ମେଡିସିନ୍, ଗଳା , କର୍ଣ୍ଣ , ଯକ୍ଷ୍ମା ରୋଗ ଉପରେ ରୋଗୀ ମାନଙ୍କର ଚିକିତ୍ସା କରାଯିବା ସହିତ ପରୀକ୍ଷା-ନିରୀକ୍ଷା କରାଯାଇଥିଲା । ଏଥିପାଇଁ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ୍ କରାଯାଇଥିଲା । ଏଥିରେ ଟାଙ୍ଗୀ ମେଡିକାଲ ର ସୁପରିନ୍ଟେଣ୍ଡେଟ ଡକ୍ଟର ସତ୍ୟରଞ୍ଜନ ନନ୍ଦ, ଏମ୍ସ ପ୍ରଫେସର ଡକ୍ଟର ଅରବିନ୍ଦ ଏବଂ ଟାଙ୍ଗୀ ମେଡିକାଲ ର ବ୍ଲକ ପ୍ରୋଗ୍ରାମିଂ ଅଧିକାରୀ ତପନ କୁମାର ମଣ୍ଟୁ ମନିଟରିଂ କରିଥିଲେ । ଟାଙ୍ଗୀ ମେଡିକାଲ ଟିମ୍ ସମେତ ଏମ୍ସ ମେଡ଼ିକାଲ ରୁ ଆସିଥିବା ବିଭିନ୍ନ ବିଭାଗର ଅଭିଜ୍ଞ ଡାକ୍ତର ମାନେ ଯୋଗଦେଇଥିଲେ । ଏହି ସ୍ୱାସ୍ଥ୍ୟ ମେଳାରେ ପ୍ରାୟ ୬/୭ ଶହ ରୋଗୀ ନାମ ପଞ୍ଜିକରଣ କରି ନିଜ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଥିବା ଜଣାପଡିଛି l


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।