ବ୍ୟୁରୋ ରିପୋର୍ଟ
ବାଲୁଗାଁ ବନ୍ୟପ୍ରାଣୀ ବିଭାଗ ଡିଭିଜନ ପକ୍ଷରୁ ଟାଙ୍ଗୀ ବ୍ଲକ କନ୍ଫେରନ୍ସ କକ୍ଷରେ ବନ୍ୟପ୍ରାଣୀ ମାନଙ୍କ ସୁରକ୍ଷା ବିଶେଷ କରି ଚିଲିକା କୁ ଆସୁଥିବା ବିଦେଶାଗତ ପକ୍ଷୀ ମାନଙ୍କର ସୁରକ୍ଷା ନିମିତ୍ତ ବନ୍ୟପ୍ରାଣୀ ସୁରକ୍ଷା ସପ୍ତାହ ପାଳନ ହୋଇଯାଇଛି । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗ ପକ୍ଷରୁ ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବ ଆୟୋଜିତ କରାଯାଇଥିଲା ।
ଆୟୋଜିତ ହୋଇଥିବା ଏହି ୬୯ ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ଅତିଥି ଭାବରେ ଏକ୍ସ ଭିଜିଲାନ୍ସ SP ଯୁଗୋଳ କିଶୋର ଦାସ , ଖୋର୍ଦ୍ଧା ଜିଲ୍ଲା ପରିଷଦର ଉପାଧ୍ୟକ୍ଷ ଗୋପିନାଥ ମହାରଣା , ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର ମୂଖ୍ୟ ତଥା DFO ଅମ୍ଲାନ କୁମାର ନାୟକ , ବରିଷ୍ଠ ସମାଜସେବୀ ତଥା ପରିବେଶବିତ୍ ଧନେଶ୍ୱର ବିଧାର ଓ ଶୁଳପାଣି ଶତପଥୀ , ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନର ACF ଶତାବ୍ଦୀ ମିଶ୍ର ଓ ପ୍ରମୋଦ କୁମାର ସେଠୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ସାମ୍ବାଦିକ , ସମାଜସେବୀ , ବୁଦ୍ଧିଜୀବୀ , ଯୁବଗୋଷ୍ଠୀ , ଆଇନଜୀବୀ ଛାତ୍ର-ଛାତ୍ରୀ , ଶିକ୍ଷକ-ଶିକ୍ଷୟିତ୍ରୀ , ପକ୍ଷୀ ସୁରକ୍ଷା ବାହିନୀ , ମୋଟର-ବୋଟ୍ ଆସୋସିଏସନ ଏବଂ ବାଲୁଗାଁ ବନ୍ୟପ୍ରାଣୀ ଡିଭିଜନ ଅଧିନରେ ଥିବା ୫ ଟି ରେଞ୍ଜ ର କର୍ମଚାରୀ ଏଥିରେ ସାମିଲ ହୋଇଥିଲେ । ଚକୁଳିଆ ପଣ୍ଡା , ଗୀତିକାର , ପାଲା ର ଅଭିନୟ ମାଧ୍ୟମରେ ବନ୍ୟପ୍ରାଣୀ ସପ୍ତାହ ପାଳନ ସମ୍ପର୍କରେ ଆଲୋଚନା ଓ ସଚେତନତା ସୃଷ୍ଟି କରାଯାଇଥିଲା । ବନ୍ୟପ୍ରାଣୀ ମାନଙ୍କୁ ସୁରକ୍ଷା ଓ ଚିଲିକା ର ଶୋଭାବର୍ଦ୍ଧନ କରୁଥିବା ଏବଂ ଶୀତ ଋତୁରେ ଚିଲିକା କୁ ଆସୁଥିବା ବିଦେଶୀ ପକ୍ଷୀଙ୍କ ସୁରକ୍ଷା କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରୁଥିବା ସାମ୍ବାଦିକ ଓ ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ବନପାଳ ସୁଜିତ କୁମାର ବେହେରା ମଞ୍ଚ ପରିଚାଳନା କରିଥିବା ବେଳେ ଟାଙ୍ଗୀ ବନ୍ୟପ୍ରାଣୀ ବିଭାଗର ରେଞ୍ଜର ବିରାଜ ଦାସ ଏହି କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ ।
More Stories
ବୋଲଗଡ଼ରେ ନୂତନ ତହସିଲଦାର ବିଜୟ ସେଠୀଙ୍କ ଯୋଗଦାନ ।
ଲିଙ୍ଗରାଜ ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ଉତ୍ସବରେ ବହୁ ପ୍ରତିଭା ସମ୍ବର୍ଦ୍ଧିତ ।
ମକର ମହୋତ୍ସବର ତୃତୀୟ ସନ୍ଧ୍ୟା…ପପୁ ପମ ପମଙ୍କ କମେଡି ରେ ଦର୍ଶକ ବିଭୋର