ଟାଙ୍ଗୀ ସାମ୍ବାଦିକ ସଂଘ ପକ୍ଷରୁ ‘ଜାତୀୟ ପ୍ରେସ୍ ଡେ’ ପାଳିତ l

ଟାଙ୍ଗୀ :(ଆମ ଓଡ଼ିଶା ଖବର )ମିଡ଼ିଆ ସେବା ସଂଘ ଟାଙ୍ଗୀ , ଯାହାକି ଖୋର୍ଦ୍ଧା ଜିଲ୍ଲାର ଅଗ୍ରଣୀ ସାମ୍ବାଦିକ ସଂଘ ଭାବରେ ଜଣାଶୁଣା ହେଉଛି ” ମିଡିଆ ସେବା ସଂଘ” ଟାଙ୍ଗୀ । ଏହି   ସାମ୍ବାଦିକ ସଂଘ ପକ୍ଷରୁ ଆୟୋଜିତ ହୋଇଥିଲା ଜାତୀୟ ସାମ୍ବାଦିକ ଦିବସ । ଏହି  କାର୍ଯ୍ୟକ୍ରମରେ ଅତିଥି ଭାବରେ ବାଲୁଗାଁ ଥାନା ନିରୀକ୍ଷକ ଜୟ ପ୍ରକାଶ ପରିଡ଼ା , ନାଚୁଣୀ ଥାନା ନିରୀକ୍ଷକ ଚନ୍ଦ୍ର ଶେଖର ଜେନା , ଅବସରପ୍ରାପ୍ତ କର୍ମଚାରୀ ସଂଘ ର ସଭାପତି ଡାକ୍ତର ମଧୁସୂଦନ ସେନାପତି , ଗାୟତ୍ରୀ ହସ୍ପିଟାଲର ପ୍ରୋପ୍ରାଇଟର ମୋନାଲିସା ହରିଚନ୍ଦନ , ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ ଯୋଗ ଦେଇଥିଲେ ।

ମଞ୍ଚ ତଥା କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ଟାଙ୍ଗୀ ମିଡ଼ିଆ ସେବା ସଂଘର ସଭାପତି ତଥା ଆଇନଜୀବୀ ରବୀନ୍ଦ୍ର କୁମାର ରଣା । ଜାତୀୟ ସାମ୍ବାଦିକ ଦିବସ ପାଳନ ସମ୍ପର୍କରେ ଅତିଥିମାନେ ନିଜ ନିଜର ମତବ୍ୟକ୍ତ କରିବା ସହିତ  ଭାରତର ସାମ୍ବାଦିକ ପରିଷଦ ହେଉଛି ଏକ ମୁକ୍ତ ଭାବରେ କାର୍ଯ୍ୟ କରୁଥିବା ସଂସ୍ଥା । ଭାରତକୁ ଗଣତନ୍ତ୍ରରେ ପରିଣତ କରିବାରେ ଏହାର ଅବଦାନକୁ ସମ୍ମାନ ଜଣାଇବା ପାଇଁ ପ୍ରେସ ( ସାମ୍ବାଦିକ ) ଦିବସ ପାଳନ କରାଯାଏ ବୋଲି ଅତିଥିମାନେ କହିଥିଲେ । ବରିଷ୍ଠ ସାମ୍ବାଦିକ ବୈକୁଣ୍ଠନାଥ ପ୍ରଧାନ ଏବଂ ସଂଘର ଉପସଭାପତି ସଂଗ୍ରାମ କେଶରୀ ପଟ୍ଟନାୟକ ଓ ମାନସ ଚନ୍ଦ୍ର ପଟ୍ଟନାୟକ ଏବଂ କ୍ରୀଡା ପ୍ରଶିକ୍ଷକ ତଥା ସଂଗଠକ ବିଜୟ କୁମାର ରାଉତ ପ୍ରମୁଖ ଜାତୀୟ ସାମ୍ବାଦିକ ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଶେଷରେ ସଂଘର ସହ-ସମ୍ପାଦକ କାହ୍ନୁ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

ଆୟୋଜିତ କାର୍ଯ୍ୟକ୍ରମରେ ସଂଘର ଉପଦେଷ୍ଟା ଭାଗିରଥୀ ଛୋଟରାୟ , ଦେବୀ ପ୍ରସାଦ ଦାସ , ଉମେଶ ଚନ୍ଦ୍ର ପଟ୍ଟନାୟକ , ସତ୍ୟନାରାୟଣ ବଳିଆରସିଂ , ରମେଶ ଚନ୍ଦ୍ର ବେହେରା , ଆଲୋକ ମହାରଣା , ସୁଧିର କୁମାର ବେହେରା , ଅଶ୍ୱିନୀ କୁମାର ପରିଡା ,  ଅଶୋକ କୁମାର ନାୟକ , ପ୍ରଦୀପ କୁମାର ସାହୁ , ବିଷ୍ଣୁ ଖୁଣ୍ଟିଆ , ପ୍ରତାପ ମହାରଣା , ଲିଟନ କୁମାର ଛୋଟରାୟ , ଜିତେନ୍ଦ୍ର ବିଶ୍ୱାଳ , ଯୋଗେନ୍ଦ୍ର ରାମ ପ୍ରମୁଖ ସାମ୍ବାଦିକ ସାମିଲ ହୋଇଥିବା ବେଳେ ନବଯୁଗ କ୍ଲବ ର ସମ୍ପାଦକ ବିପିନ କୁମାର ପ୍ରଧାନ , ସନ୍ତୋଷ କୁମାର ନାୟକ , ଯୁବ ସଂଗଠକ ଗିରିଶ କୁମାର ବେହେରା ଏବଂ ଅବସରପ୍ରାପ୍ତ କର୍ମଚାରୀ ସଂଘର ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ।

error: Content is protected !!