ଟାଙ୍ଗୀ (ଆମ ଓଡ଼ିଶା ଖବର )ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ର ଟାଙ୍ଗୀ ଶାଖା ମ୍ୟାନେଜର ହେଉଛନ୍ତି ସୁରଜ କୁମାର ଦାସ । ଗତକାଲି ସନ୍ଧ୍ୟାରେ ଗଙ୍ଗପଡା ଛକରେ ଯାତ୍ରୀବାହୀ ବସ ରୁ ଓହ୍ଲାଇ ଘରମୁହାଁ ହେଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇ AIIMS ରେ ଚିକିତ୍ସା ହେଉଥିଲେ ମାତ୍ର , ଡାକ୍ତର ଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ଆଜି ପ୍ରାତଃ ସମୟରେ ସେ ( ମ୍ୟାନେଜର ସୁରଜ କୁମାର ଦାସ ) ଅଫେରା ରାଇଜ କୁ ଚାଲିଯାଇଛନ୍ତି । ଏଭଳି ଶୋକ ସମ୍ବାଦ ପ୍ରଚାରିତ ହେବା ପରେ ଟାଙ୍ଗୀ କୋଅପରେଟିଭ୍ ବ୍ୟାଙ୍କ କର୍ମଚାରୀ ଏବଂ ସମବାୟ ସମିତିର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ସଡକ ଦୁର୍ଘଟଣାରେ ବ୍ୟାଙ୍କ ମ୍ୟାନେଜର ଙ୍କ ମୃତ୍ୟୁ ।


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।