ଟାଙ୍ଗୀ (ଆମ ଓଡ଼ିଶା ଖବର )ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ. ର ଟାଙ୍ଗୀ ଶାଖା ମ୍ୟାନେଜର ହେଉଛନ୍ତି ସୁରଜ କୁମାର ଦାସ । ଗତକାଲି ସନ୍ଧ୍ୟାରେ ଗଙ୍ଗପଡା ଛକରେ ଯାତ୍ରୀବାହୀ ବସ ରୁ ଓହ୍ଲାଇ ଘରମୁହାଁ ହେଉଥିବା ବେଳେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା । ଏଥିରେ ସେ ଗୁରୁତର ଆହତ ହୋଇ AIIMS ରେ ଚିକିତ୍ସା ହେଉଥିଲେ ମାତ୍ର , ଡାକ୍ତର ଙ୍କ ଅକ୍ଲାନ୍ତ ପରିଶ୍ରମ ସତ୍ତ୍ୱେ ଆଜି ପ୍ରାତଃ ସମୟରେ ସେ ( ମ୍ୟାନେଜର ସୁରଜ କୁମାର ଦାସ ) ଅଫେରା ରାଇଜ କୁ ଚାଲିଯାଇଛନ୍ତି । ଏଭଳି ଶୋକ ସମ୍ବାଦ ପ୍ରଚାରିତ ହେବା ପରେ ଟାଙ୍ଗୀ କୋଅପରେଟିଭ୍ ବ୍ୟାଙ୍କ କର୍ମଚାରୀ ଏବଂ ସମବାୟ ସମିତିର ସମସ୍ତ କର୍ମଚାରୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।
ସଡକ ଦୁର୍ଘଟଣାରେ ବ୍ୟାଙ୍କ ମ୍ୟାନେଜର ଙ୍କ ମୃତ୍ୟୁ ।

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l