ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରେ ଦେଖାଦେଲାଣି ରାଜନୈତିକ ଉଷ୍ମତା । ଟାଙ୍ଗୀ ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି କ୍ୟାମ୍ପେନିଂ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇଛନ୍ତି ଜନତା ଦଳ ନାରୀ ନେତ୍ରୀ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର । ବିରାଟ ବାଇକ୍ ଶୋଭାଯାତ୍ରାରେ ନାରୀ ନେତ୍ରୀ ଶ୍ରୀମତୀ ମହାପାତ୍ର ନିଜ କର୍ମୀ-ସମର୍ଥକ ମାନଙ୍କୁ ନେଇ ୩ ପଞ୍ଚାୟତ ଯଥା କୁଞ୍ଜୁରୀ, କୁହୁଡି, ରତନପୁର ଗ୍ରାମର ପ୍ରତ୍ୟେକ ଗଳିକନ୍ଦିରେ ବୁଲି ବୁଲି ବିଜେଡ଼ି ର ସମର୍ଥନ ଗୋଟାଉଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ 5 T ଅଧ୍ୟକ୍ଷ ଭି. କେ. ପଣ୍ଡିୟାନ ଙ୍କ ଆକଳନରେ ଓଡିଶା କୁ ଏକ ବିକଶିତ ରାଜ୍ୟରେ ପରିଚିତ, ପ୍ରତିଷ୍ଠିତ କରିବା ପାଇଁ ସମସ୍ତ ଯୋଜନା ସମ୍ପର୍କ ରେ ପ୍ରତିଟି ଘରେ ଘରେ ସମସ୍ତଙ୍କୁ ଅବଗତି କରାଉଥିଲେ ଶ୍ରୀମତୀ ମହାପାତ୍ର । ଏହି କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଗ୍ରାମରେ ବିଭିନ୍ନ ସଂଗଠନ ପକ୍ଷରୁ ନାରୀ ନେତ୍ରୀ ଶ୍ରୀମତୀ ମହାପାତ୍ର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
ବାସନ୍ତୀ ମହାପାତ୍ରଙ୍କ ବିଶାଳ ବାଇକ ଶୋଭାଯାତ୍ରା l


More Stories
ବୈଷ୍ଣବୀୟ୍ ମହାଶିବ ରାତ୍ରୀ ପାଳିଲେ ଶ୍ରୀ ଚୈତନ୍ଯ ରିସର୍ଚ ଆସୋସିଏସନ।
ସହିଦ ମାନଙ୍କ ପାଇଁ କଳାଦିବସ ପାଳିଲେ, ଜଟଣୀର “ୟୁଥ ଫର ନ୍ୟସନାଲ” ସହ ସହ ଯୁବଛାତ୍ର।
ବ୍ରାଉନସୁଗାର ମାମଲାରେ ମାନସ ସାହୁକୁ ହେଲା ୧୦ ବର୍ଷ ଜେଲ୍,ଏକଲକ୍ଷ ଜରିମାନା।