ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ରେ ଦେଖାଦେଲାଣି ରାଜନୈତିକ ଉଷ୍ମତା । ଟାଙ୍ଗୀ ବ୍ଲକ ଅଧିନସ୍ଥ ବିଭିନ୍ନ ପଞ୍ଚାୟତରେ ବିଜୁ ଜନତା ଦଳ ପକ୍ଷରୁ ଆରମ୍ଭ ହୋଇଛି କ୍ୟାମ୍ପେନିଂ । ରାଜ୍ୟ ସରକାରଙ୍କ ବିଭିନ୍ନ ଜନ ହିତକର ଯୋଜନା ସମ୍ପର୍କରେ ଭୋଟରଙ୍କୁ ଅବଗତ କରାଇଛନ୍ତି ଜନତା ଦଳ ନାରୀ ନେତ୍ରୀ ରାଜ୍ୟ ବିଜୁ ମହିଳା ଜନତା ଦଳ ବରିଷ୍ଠ ଉପସଭାପତି, ବାସନ୍ତୀ ମହାପାତ୍ର । ବିରାଟ ବାଇକ୍ ଶୋଭାଯାତ୍ରାରେ ନାରୀ ନେତ୍ରୀ ଶ୍ରୀମତୀ ମହାପାତ୍ର ନିଜ କର୍ମୀ-ସମର୍ଥକ ମାନଙ୍କୁ ନେଇ ୩ ପଞ୍ଚାୟତ ଯଥା କୁଞ୍ଜୁରୀ, କୁହୁଡି, ରତନପୁର ଗ୍ରାମର ପ୍ରତ୍ୟେକ ଗଳିକନ୍ଦିରେ ବୁଲି ବୁଲି ବିଜେଡ଼ି ର ସମର୍ଥନ ଗୋଟାଉଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ 5 T ଅଧ୍ୟକ୍ଷ ଭି. କେ. ପଣ୍ଡିୟାନ ଙ୍କ ଆକଳନରେ ଓଡିଶା କୁ ଏକ ବିକଶିତ ରାଜ୍ୟରେ ପରିଚିତ, ପ୍ରତିଷ୍ଠିତ କରିବା ପାଇଁ ସମସ୍ତ ଯୋଜନା ସମ୍ପର୍କ ରେ ପ୍ରତିଟି ଘରେ ଘରେ ସମସ୍ତଙ୍କୁ ଅବଗତି କରାଉଥିଲେ ଶ୍ରୀମତୀ ମହାପାତ୍ର । ଏହି କାର୍ଯ୍ୟକ୍ରମ ରେ ପ୍ରତ୍ୟେକ ଗ୍ରାମରେ ବିଭିନ୍ନ ସଂଗଠନ ପକ୍ଷରୁ ନାରୀ ନେତ୍ରୀ ଶ୍ରୀମତୀ ମହାପାତ୍ର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା ।
ବାସନ୍ତୀ ମହାପାତ୍ରଙ୍କ ବିଶାଳ ବାଇକ ଶୋଭାଯାତ୍ରା l

More Stories
ଲାଞ୍ଚ ନେଇ ଆଇପିଏସ୍ ଧରାପଡ଼ିବା ଘଟଣା: ମିଳିଳା ନଗଦ ୫ କୋଟି, ଦାମୀ କାର ଓ ପୁଳାପୁଳା ସୁନା।
ଜିଲ୍ଲା ସ୍ତରୀୟ ପେନସନ ଅଦାଲତରେ ୧୯୩ ପେନସନ କେଶ୍ ସମୀକ୍ଷା l
ଖୋର୍ଦ୍ଧା ଜିଲ୍ଳା ପ୍ରଶାସନ ପକ୍ଷରୁ ଦୀପାବଳୀ (ଦୀୱାଲୀ) ଷ୍ଟଲ୍ ଉଦ୍ଘାଟିତ l