ଚିଲିକା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗୀ ସୋସାଇଟି ପକ୍ଷରୁ ଖୋଲିଲା ଧାନମଣ୍ଡି । ଚାଷୀମାନେ ନିଜର ବଳକା ଧାନ ମଣ୍ଡିରେ ବିକ୍ରୀ କରିବେ ଓ ସରକାର ପ୍ରତ୍ୟେକ ଗ୍ରାମରେ ଥିବା ସମବାୟ ସମିତି ମାଧ୍ୟମରେ ଧାନ କ୍ରୟ କରିବେ । ଟାଙ୍ଗୀ ସୋସାଇଟି ଚଳିତ ବର୍ଷ ୩୧୫ ଜଣ ଚାଷୀଙ୍କ ଠାରୁ ୮ ହଜାର ୮ ଶହ କ୍ୟୁଣ୍ଟାଲ ଧାନ କ୍ରୟ କରି ସାରିବା ପରେ ଅବସ୍ଥାକୁ ଦେଖି ପୁନର୍ବାର ଆଉ ଅଧିକ ଧାନ କ୍ରୟ କରିବା ପାଇଁ ଯୋଜନା କରିଛନ୍ତି ।
ଟାଙ୍ଗୀ ସୋସାଇଟି ପକ୍ଷରୁ ଆୟୋଜିତ ଧାନମଣ୍ଡି ଉଦଘାଟନ ଉତ୍ସବରେ ପରିଚାଳନା ପରିଷଦର ସଭ୍ୟ , ଚାଷୀ କମିଟିର ସଦସ୍ୟ , ଜୋତିର୍ମୟୀ ଲେଙ୍କା ( ଏରିଆ ଅଫିସର ଟାଙ୍ଗୀ ବ୍ଲକ ) , ମାନ ନିରୂପଣ ପାଇଁ ଅଖିଳ କୁମାର ପଲେଇ , ସୁବାଷ ପରିଡା , ଟାଙ୍ଗୀ ସୋସାଇଟିର ସମ୍ପାଦକ ତଥା ଧାନମଣ୍ଡି ର ପର୍ଚେଜିଂଙ୍ଗ୍ ଅଫିସର ଚନ୍ଦ୍ର ଶେଖର ସାହୁ , ଟାଙ୍ଗୀ କୃଷି ବିଭାଗ ପକ୍ଷରୁ ସଂଜୀବ କୁମାର ରାଉତରାୟ , ଟାଙ୍ଗୀ ସୋସାଇଟି କର୍ମଚାରୀ କବିତା ଜେନା , ଦେବାଶିଷ ସାହୁ , ଶ୍ରୀଜଗନ୍ନାଥ ରାଇସ୍ ମିଲ୍ ର ପ୍ରୋପ୍ରାଇଟର ମିଲର ଜୟରାମ ପାତ୍ର , ଟାଙ୍ଗୀ ସୋସାଇଟି ର ପୂର୍ବତନ ସଭାପତି ମିଟନ କୁମାର ରାଉତ , ବରିଷ୍ଠ ସାମ୍ବାଦିକ ରଘୁନାଥ ସାହୁ , ବରିଷ୍ଠ ଆଇନଜୀବୀ ଭାସ୍କର ପ୍ରସାଦ ମହାନ୍ତି ଙ୍କ ସମେତ ବହୁ ଧାନଚାଷୀ ଉପସ୍ଥିତ ଥିଲେ । ଟାଙ୍ଗୀ ସୋସାଇଟି ପକ୍ଷରୁ ପରିଚାଳନା କମିଟିର ସଦସ୍ୟ ଏବଂ ଉପସ୍ଥିତ ଅଧିକାରୀ ତତ୍-ସହିତ ପୂର୍ବତନ ସଭାପତି ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଟାଙ୍ଗୀ ସୋସାଇଟି ର ସଭାପତି ମହେନ୍ଦ୍ର କୁମାର ସାହୁ ଧାନମଣ୍ଡି ଉଦଘାଟନ କରିବା ପରେ ଟାଙ୍ଗୀ ସୋସାଇଟି ପକ୍ଷରୁ ଧାନକିଣା ଆରମ୍ଭ ହୋଇଥିଲା । ଠିକ୍ ସେହିପରି ଆଖପାଖ ଅଞ୍ଚଳରେ ଥିବା ବିଭିନ୍ନ ସୋସାଇଟି ମାନଙ୍କରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି ।
More Stories
ଜମାକାରୀଙ୍କ ଟଙ୍କା ଫେରସ୍ତ ନେଇ ସାମ୍ବାଦିକ ସମ୍ମିଳନୀ କଲା ରାଜ୍ୟ ଓ ଜି.ଏଲ.ପି କ୍ଷତିଗ୍ରସ୍ତ ଜମାକାରୀ ସଂଘ ।
ସମାଜସେବୀ ମହମ୍ମଦ ଅକ୍ତର ଙ୍କ ପରଲୋକ l
ବ୍ଲକ ସ୍ତରୀୟ ଶ୍ରୀଅରବିନ୍ଦ ପାଠଚକ୍ର କର୍ମଶାଳା ଅନୁଷ୍ଠିତ ।ଆଧ୍ଯାତ୍ମିକ ପ୍ରେରଣା ପାଠଚକ୍ରରୁ ହିଁ ମିଳିଥାଏ l