ଉଗ୍ରତାରା ପୀଠରେ ରଜମହୋତ୍ସବ ପାଳିତ

ରିପୋର୍ଟ : କପିଳେଶ୍ୱର ସିଂହ
ମା ଉଗ୍ରତାରା ପୀଠରେ ରଜ ମହୋତ୍ସବର ପ୍ରଥମ ସଂନ୍ଧ୍ୟା ଫିକା ପଡିଲା।
ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ଅଧିନସ୍ଥ ରାଜ ପ୍ରତିଷ୍ଠିତ ପ୍ରସିଦ୍ଧ ତନ୍ତ୍ରପୀଠ ଶକ୍ତିପୀଠ ମା ଉଗ୍ରତାରଙ୍କ ପୀଠରେ ପ୍ରତିବର୍ଷ ରଜ ମହୋତ୍ସବ ଅନୁଷ୍ଠିତ ହେଉଛି।ଚଳିତ ବର୍ଷ ମହୋତ୍ସବ ୩ଦିନ ଧରି ପାଳିତ ହେବ ।ଚଳିତ ବର୍ଷ ମା ଉଗ୍ରତାରା ପୀଠରେ ବେଶ ଉତ୍ସାହ ସହକାରେ ପାଳିତ ହେଉଛି ରଜ ମହୋତ୍ସବ।ରଜରେ ସ୍ଥାନୀୟ ଲୋକଙ୍କ ମନରେ ବେଶ ଉତ୍ସାହ।ଉଗ୍ରତାରା ପୀଠରେ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ଚଳିତ ବର୍ଷ ରଜ ମହୋତ୍ସବ ହେଉଛି।ଆଜି ରଜ ମହୋତ୍ସବ ର ପ୍ରଥମ ସଂନ୍ଧ୍ୟାରେ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ

ମନ୍ତ୍ରୀ ଅଶୋକ ପଣ୍ଡା, ସମ୍ମାନୀତ ଅତିଥି ଭାବରେ ଖୋର୍ଦ୍ଧା ବିଧାୟକ ଜୋତିରିନ୍ଦ୍ର ନାଥ ମିତ୍ର ଯୋଗଦେଇ ଥିବା ବେଳେ ମଂଚରେ ଉପସ୍ଥିତ ଥିଲେ ଖୋର୍ଦ୍ଧା ଉପଜିଲ୍ଲାପାଳ, ଟାଗିଂ ତହସିଲଦାର।ମଂଚ ପରିଚାଳନା କରିଥିଲେ ଅଧ୍ୟାପକ ଡଃ ମୃତ୍ୟଜଂୟ ରଥ।ସଭା ସରିବା ପରେ ବିଭିନ୍ନ ଅନୁଷ୍ଠାନ ର କଳାକାର ମାନଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅତିଥି ମାନେ ମଂଚରେ ଉପସ୍ଥିତ ଥିବା ବେଳେ ସମ୍ମୁଖରେ ପଡିଥିବା ଚେୟାର ଗୁଡିକ ଖାଲି ପଡିଥିଲା।ରଜ ମହୋତ୍ସବରେ ଚେୟାର ଗୁଡିକ ଖାଲି ପଗିଥିବା ବେଳେ ଦର୍ଶକ ମାନେ ଉପସ୍ଥିତ ନଥିଲେ ଯାହାକୁ ଦେଖିଲେ ଜଣାପଡୁଥିଲା ଚଳିତ ବର୍ଷ ଉଗ୍ରତାରା ରଜ ମହୋତ୍ସବ ଫିକା ପଡିଲା ଭଳି।ଜିଲ୍ଲା ପ୍ରଶାସନ  ସ୍ଥାନୀୟ ଲୋକଙ୍କ ସହଯୋଗ ନ ନେଇ ଚଳିତ ରଜ ମହୋତ୍ସବ କରୁ ଥିବାରୁ ଏଭଳି ବ୍ୟତିକ୍ରମ ହୋଇଥିବା ସ୍ଥାନୀୟ ଲୋକେ ଆଲୋଚନା କରୁଛନ୍ତି।

error: Content is protected !!