ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା 18/8( ) ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ପିତାମ୍ବରପୁର ଗ୍ରାମ ରେ କୂଅ ଭିତରେ ଏକ 2ବର୍ଷ ର ଶିଶୁ ପୁତ୍ର ଖସି ପଡି ମୃତ୍ୟୁ ହୋଇଥିବା ଭଳି ଏକ ଦୁଖଃଦ ଘଟଣା ଦେଖିବାକୁ ମିଳିଛି l ସୂଚନା ମତେ ଗ୍ରାମର ଅଭିମନ୍ୟୁ ମହାଲ୍ଲିକ ଙ୍କ ପୁଅ ନିର୍ମଳ ମହାଳିକ ବୟସ ମାତ୍ର 2ବର୍ଷ l ବାପା ବାହାରକୁ ମୂଲ ଲାଗିବାକୁ ଯାଇଥିବା ସମୟ ରେ ମାଁ ଘର କାମରେ ବ୍ୟସ୍ତତା ଏପଟେ ଘର ଅଗଣା ରେ ଛୋଟ ପିଲା ଟି ଖେଳୁଥିବା ସମୟ ରେ ଦାଣ୍ଡ ପରିସର ଥିବା ଏକ ଖୋଲା କୂଅରେ ପିଲାଟି ପଡି ଯାଇଥିଲା l କିଛି ସମୟ ପରେ ପରିବାର ଲୋକ ପିଲାଙ୍କୁ ଖୋଜାଖୋଜି କରିବା ପରେ କୂଅ ଭିତରେ ପଡ଼ିଥିବା ଦେଖିବାକୁ ପାଇଥିଲେ l ଗ୍ରାମ ଲୋକ ଉଦ୍ଧାର ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସମ୍ଭପର ହୋଇପାରିନଥିବାରୁ ଚାରିଛକ ଦମକଲ କୁ ଖବର ଦେଇଥିଲେ l ଖବର ପାଇ ଅଗ୍ନିଶମ କର୍ମଚାରୀ ପିଲାକୁ ଉଦ୍ଧାର କରି ପୁରୁଣାକଟକ ମେଡିକାଲ ଆଣିଥିଲେ l କିନ୍ତୁ ପିଲା କୁ ଡାକ୍ତର ମୃତ ଘୋଷଣା କରିଥିଲେ l ଖବର ପାଇ ପୁରୁଣା କଟକ ପୋଲିସ ପହଁଚି ତଦନ୍ତ ପ୍ରକ୍ରିୟା ଜାରି ରଖିଥିବା ବେଳେ ଉକ୍ତ ଦୁଖଃଦ ଘଟଣା କୁ ନେଇ ପରିବାର ଓ ଗ୍ରାମ ରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି l


More Stories
ଜିଲ୍ଲା ପରିଷଦ ସଭ୍ୟାଙ୍କ ଅକାଳ ବିୟୋଗ
ମା’ବ୍ୟାଘ୍ରଦେବୀଙ୍କ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ନିମନ୍ତେ ନିମନ୍ତ୍ରଣ
ଭିଜିଲାନ୍ସ ଜାଲରେ ରାୟଗଡ଼ା ଜିଲ୍ଲା ଗୁଡ଼ାରୀ ବନ ରେଞ୍ଜ୍ର ଅଧିକାରୀ ସୁକୁମାର ଦୁଖୁ।