ବେଗୁନିଆପଡା, (ଆମ ଓଡିଶା ଖବର):କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବେଗୁନିଆପଡା ବ୍ଲକର ୪୬ ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟା ବିନୋଦିନୀ ସ୍ୱାଇଁଙ୍କ ଅକାଳ ବିୟୋଗ ଘଟିଛି । କିଛି ଦିନ ଧରି ଶରୀର ଅସୁସ୍ଥତା ଥାଇ ସେ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ଗୁରୁବାର ସକାଳ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କ ମୃତ୍ୟୁ ଘଟିଥିବା ଭଳି ଏକ ଦୁଃଖଦ ଖବର ପ୍ରସାରିତ ହେବା କ୍ଷଣି ଅଞ୍ଚଳରେ ଏକ ପ୍ରକାର ଶୋକାକୁଳ ପରିବେଶ ସୃଷ୍ଟି ହେବା ସହ ରାଜନୈତିକ ବ୍ୟକ୍ତି ବିଶେଷ ମାନେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଅନୁଯାଇ ଗତକାଲି ସକାଳୁ ନିଶ୍ୱାସ ନେବାରେ ଅସୁବିଧା ହେବା ପରେ ତାଙ୍କୁ ଭୁବନେଶ୍ୱର ସ୍ଥିତ ମଣିପାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧିନ ଅବସ୍ଥାରେ ସେ ଆଜି ସକାଳ ୯ ଘଣ୍ଟିକାରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ।ଏହି ଦୁଃଖଦ ଖବର ପ୍ରସାର ହେବା ପରେ ବେଗୁନିଆପଡା ଏବଂ ପାଖପାଖି ଅଞ୍ଚଳରେ ଦୁଃଖର ଛାୟା ଖେଳିଯାଇଛି । ସ୍ୱର୍ଗତା ବିନୋଦିନୀ ଶାଳବଣ ଗ୍ରାମର ବିଶିଷ୍ଠ ରାଜନେତା ଜୟକୃଷ୍ଣ ସ୍ୱାଇଁଙ୍କ ବୋହୁ ଅଟନ୍ତି । ଏକ ରାଜନୈତିକ ପରିବାରରୁ ସେ ନିର୍ବାଚନ ଜିତି ସବୁ ସମୟରେ ଲୋକଙ୍କ ସମସ୍ୟାରେ ସାଥୀ ହୋଇ ରହିଆସୁଥିଲେ । ସଦା ସରଳତା, ନିଷ୍ଠା ଓ ସେବା ମନୋଭାବ ରଖି ରାଜନୀତି କରି ଆସୁଥିବା ସ୍ୱର୍ଗତା ସ୍ୱାଇଁଙ୍କ ବିୟୋଗ ଅଞ୍ଚଳ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସାଧାରଣରେ ଆଲୋଚନା ହେଉଛି ।
ରିପୋର୍ଟ :ଦେବାଶିଷ ମହାରଣା


More Stories
ପକ୍ଷାଘାତ ରୋଗୀଙ୍କୁ ବାନ୍ଧି ଦେଲା ବିଷଧର ସାପ । ଦୀର୍ଘ ଦୁଇ ଘଣ୍ଟା ଧରି ବାନ୍ଧି ଧରିଥିଲା।
ବର୍ତ୍ତମାନ ସମୟର ଆହ୍ବାନ ନୈତିକ ମୂଲ୍ୟବୋଧ ଶିକ୍ଷା ଦେଲେ, ଡଃ ପ୍ରତିଭା ମହାରଥୀ।
କେନ୍ଦ୍ରସରକାରଙ୍କ ଦ୍ବାରା ପେଟ୍ରୋଲ ଡିଜେଲ୍ରୁ ରପ୍ତାନୀ ଶୁଳ୍କ ହ୍ରାସ।