(ବିୟୁରୋ ରିପୋର୍ଟ )
ନିଶ୍ଚିନ୍ତକୋଇଲି:କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ନୂତନ ଭାବେ ମଧୁବାବୁ ଯୋଯନା ରେ ଭତ୍ତା ବଣ୍ଟନ ସହିତ ନିର୍ମାଣ ଶ୍ରମିକ ମାନଙ୍କୁ ବିଭିନ୍ନ ସହାୟତା ରାଶି ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଶ୍ଚିନ୍ତକୋଇଲି ବ୍ଲକ ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୁତିରଞନ ଦେଓ ଙ୍କ ସଭାପତିତ୍ବରେ ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନା ଯୋଗଦେଇ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ୧୪୦୦ ହିତାଧିକାରୀ ଙ୍କୁ ନୂତନ ଭତ୍ତା ପ୍ରଦାନ କରିବା ସହିତ ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ବିଭିନ୍ନ ଯୋଜନାର ରେ ହିତାଧିକାରୀ ମାନଙ୍କୁ ୫ କୋଟିରୁ ଉର୍ଦ୍ଧ ଟଙ୍କା ର ସହାୟତା ରାଶି ବଣ୍ଟନ କରିଥିଲେ। ଯେଉଁମାନେ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ନାହାନ୍ତି ସେ ମାନଙ୍କୁ ୧୫ ଦିନ ଭିତରେ ଅନ୍ତର୍ଭୁକ୍ତ କରାଯିବ ବୋଲି ଶ୍ରୀ ଜେନା କହିଥିଲେ।ଏହି କାର୍ଯ୍ୟକ୍ରମ ରେ ନିଶ୍ଚିନ୍ତକୋଇଲି ବ୍ଲକ ର ବିଡ଼ିଓ ଦିବ୍ୟଜ୍ୟୋତି ସ୍ମୁତିରଞନ ଦେଓ କଟକ ଜିଲ୍ଲା ଶ୍ରମ ଅଧିକାରୀ ପ୍ରଶନ୍ନ କୁମାର ପ୍ରଧାନ, ପଞ୍ଚାଯତ ସମିତି ଅଧ୍ୟକ୍ଷା ଶ୍ରୀମତୀ ରୋଜା ସେଠୀ ଉପଧ୍ୟକ୍ଷା ଅଶୋକ କୁମାର ଓଝା, ଜିଲ୍ଲାପରିଷଦ ସଭ୍ୟା ଜସ୍ମିତା ସେଠୀ ପ୍ରମୁଖ ଉପସ୍ଥିତ ରହିଥିଲେ।


More Stories
ପିସିଆର ବେବହାର କରୁଥିବା ପୋଲିସ କର୍ମଚାରୀଙ୍କ ପାଇଁ ଆସିଲା କଡ଼ା ନିୟମ।
Revenue Inspector arrested by Odisha Vigilance for accepting Rs 5,000 bribe.
ଫରେଷ୍ଟରଙ୍କ ‘ବେନାମୀ’ ସମ୍ପତ୍ତି ଉପରୁ ଭିଜିଲାନ୍ସ ହଟିଇଲା ପରଦା ।