ରିପୋର୍ଟ :- ଜଗନ୍ନାଥ ମହନ୍ତ
କେନ୍ଦୁଝର ଜିଲ୍ଲା (ଆମ ଓଡିଶା ଖବର )ତେଲକୋଇ ଥାନା ଅଞ୍ଚଳରେ ଲୁଟେରା ଆତଙ୍କ ।ଦିନ ଦି ପହରରେ ଖେଳାଉଛନ୍ତି ଆତଙ୍କ । ଯାହା ଫଳରେ ଲୋକେ ଭୟଭୀତ
ହେବା ସହ ଘରୁ ପାଦ କାଢ଼ିବାକୁ ସୁରକ୍ଷିତ ମଣୁ ନାହାନ୍ତି । ଗତ କିଛି ଦିନ ତଳେ ଗୋଳାବନ୍ଦ ଛକ ନିକଟରେ ଜଣେ ବ୍ୟକ୍ତି ଙ୍କୁ ବନ୍ଧୁକ ଦେଖାଇ ମୋଟର ସାଇକଲ ଡିକି ଭାଙ୍ଗି ଦଶହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିବା ବେଳେ ଭୀମକାଣ୍ଡ ଜନସେବା କେନ୍ଦ୍ର ର କର୍ମଚାରୀ ଠାରୁ ଅଶି ହଜାର ପାଞ୍ଚସହଟଙ୍କା ଲୋଟ ଅଭିଯୋଗ ହୋଇଥିବାର ସାମ୍ନା ଆସିଥିଲା |ଆଜି ପୁଣି ଦୀନ ଦି ପହରେ ଆକୁଳ ସାପ୍ତାହିକ ହାଟ ରେ ଦୁଇ ଜଣ ମୁଖାପିନ୍ଦା ବ୍ୟକ୍ତି ଏକ କଳା ପଲସର୍ ମୋଟର ସାଇକଲ ଯୋଗେ ଆସି ଏକ ଦୋକାନୀ ଙ୍କୁ ବନ୍ଧୁକ ଦେଖାଇବା ସହ ଦୁଇ ଜଣ ଙ୍କୁ ଭୁଜାଲିରେ ହାଣି ଲକ୍ଷାଧିକ ଟଙ୍କା ଲୁଟି ନେଇ ଥିବା ଖବର ସାମ୍ନାକୁ ଆସିଛି । ଗୁରୁତ୍ୱ ର ଦୁଇ ଆହତଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ପ୍ରଥମେ ସିରିଗିଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିବା ବେଳେ ଜଣଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ବଡ଼ ମେଡିକାଲ କୁ ସ୍ଥାନାନ୍ତରିତ କରାଯାଇଥିବା ସୂଚନା ମିଳିଛି ।


More Stories
ଲଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ବସ୍ ସେବା ଆରମ୍ଭ l
Dr. Sumant Kumar Patel, the officer of the Kaniha Health Center in Angul district, was caught by the vigilance while accepting a bribe of Rs. 49,000.
ଧାନେଶ୍ଵରୀ ପୀଠରେ ଅଚ୍ୟୁତାନନ୍ଦ ମହାପୁରୁଷ ଓ କଳ୍କୀ ଅବତାରଙ୍କ ବ୍ରହ୍ମଏକାକ୍ଷର ମେଳା ଅନୁଷ୍ଠିତ