ରାୟଗଡ଼(ଆମ ଓଡ଼ିଶା ଖବର ) ରାୟଗଡ଼ ଅଞ୍ଚଳର ଆଦିବାସୀ ଯୁବ କବି ପ୍ରଦୀପ କୁମାର ଜିଲିକାରାଙ୍କ କଥା ଏକ ଅନନ୍ୟ ପ୍ରେରଣାର ସ୍ତୋତ୍ର। ଦୁର୍ଗମ ରାୟଗଡ଼ ଜିଲ୍ଲାର ହାଡ଼ଶିଙ୍କୁଳା ଗ୍ରାମରେ ଜନ୍ମ ହୋଇଥିବା ପ୍ରଦୀପ ନିଜର କଠିନ ପରିଶ୍ରମ ଓ ନିଷ୍ଠାରେ ଆଦିବାସୀ ସମାଜ ପାଇଁ ଏକ ଉଜ୍ଜ୍ୱଳ ଦୃଷ୍ଟାନ୍ତ ତିଆରି କରିଛନ୍ତି। ଏଠାରେ ଶିକ୍ଷା ଓ ସମୃଦ୍ଧ ସାହିତ୍ୟ ସୃଜନୀ ନାହିଁ ବୋଲି ଯେପରି ଜଣାଯାଏ, ସେଥିରୁ ପ୍ରଦୀପଙ୍କ ସାହିତ୍ୟ ସାଧନାର ଜୀବନ ଏକ ନୂଆ ରାହା ସୃଷ୍ଟି କରିଛି।

ପ୍ରଦୀପ କେବଳ ଯେ ସାହିତ୍ୟରେ ନୁହେଁ, ନିଜର ଅର୍ଥନୈତିକ ଶିକ୍ଷାରେ ମଧ୍ୟ ସଫଳ ହୋଇଛନ୍ତି। ସେ ଅର୍ଥଶାସ୍ତ୍ରରେ ସ୍ନାତକୋତ୍ତର ସମ୍ପୂର୍ଣ୍ଣ କରି ଦୁର୍ଗୀର ପଞ୍ଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅତିଥି ଅଧ୍ୟାପକ ଭାବେ କାର୍ଯ୍ୟରତ। ସେ ଚଉପଦୀ, ଚଉତିଶା, ଛାନ୍ଦ, ଗୀତ ଇତ୍ୟାଦି ପ୍ରାଚୀନ ଓଡ଼ିଆ ସାହିତ୍ୟରେ ସୃଜନଶୀଳତା ଆଣିଛନ୍ତି। ତାଙ୍କ କାବ୍ୟ କବିତା ରଚନାରେ ରୀତି ସାହିତ୍ୟ କ୍ଷେତ୍ରରେ ମନୋବୃତ୍ତି ରାୟଗଡ଼ରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ଏବଂ ଦୃଢ଼ ମନୋବଳ ଯୋଗୁଁ ପ୍ରଦୀପଙ୍କ ସାହିତ୍ୟ ଜୀବନରେ ସଫଳତା ରାୟଗଡ଼ ଅଞ୍ଚଳର ଯୁବ ପିଢ଼ିଙ୍କୁ ନୂଆ ଆଶା, ସ୍ପୃହା ଓ ଉତ୍ସାହ ଆଣିପାରିବ। ସାହିତ୍ୟ ସାଧନା ପାଇଁ ସେ ଆଦିବାସୀ ଯୁବ ସମାଜଙ୍କ ପାଇଁ ଏକ ଉଜ୍ଜ୍ୱଳ ଆଦର୍ଶ। ଗୀତ ରଚନା କରିବା ସହିତ ପ୍ରାଚୀନ କବିମାନଙ୍କ ସାହିତ୍ୟ ଆଲୋଚନା ମଧ୍ୟ ସେ ଅତି ପ୍ରାଞ୍ଜଳ ଭାବରେ କରନ୍ତି। ନିକଟରେ ବିଷମକଟକ ଅଧିଷ୍ଠାତ୍ରୀ ଦେବୀ ମା ମାର୍କମାଙ୍କ ପ୍ରାଚୀନ ସାହିତ୍ୟରେ ଥିବା ବର୍ଣ୍ଣନାକୁ ସୁନ୍ଦର ଭାବରେ ପ୍ରବନ୍ଧରେ ଅବତାରଣା କରିଥିଲେ। ରାୟଗଡ଼ ଜିଲ୍ଲାର ଅଧିଷ୍ଠାତ୍ରୀ ମା ମଝିଘରିଆଣୀଙ୍କ ଐତିହାସିକ ଓ ପୌରାଣିକ ଲୋକକଥା ଆଧାରିତ ଓଡ଼ିଆ ଗୀତିନାଟ୍ୟ ମଧ୍ୟ ସେ ଲେଖିଛନ୍ତି। ତାଙ୍କର ଅନେକ କାବ୍ୟ କବିତା ଛାନ୍ଦ ଚଉପଦୀ ଚଉତିଶା ଅପ୍ରକାଶିତ।
ରାୟଗଡା ଜିଲ୍ଲା ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ ଆମ ଓଡିଶା ଖବର


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।