ରିପୋର୍ଟ ପ୍ରସନ୍ନ କୁମାର ସ୍ବାଇଁ
ଖୋର୍ଦ୍ଧା (ଆମ ଓଡ଼ିଶା ଖବର )ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ ଡାବରଧୁଆ ପଞ୍ଚାୟତ କପାସିଆ ଅଙ୍ଗନୱାଡି ୧ନମ୍ବର କେନ୍ଦ୍ର ପ୍ରାଙ୍ଗଣରେ ଗାଁ କଲ୍ୟାଣ ସମିତି ପକ୍ଷରୁ ସୋମବାର ଦିନ ବାଲ୍ୟବିବାହ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଅଙ୍ଗନୱାଡି କେନ୍ଦ୍ରର କର୍ମୀ ଶୁଶ୍ରି ରୁନୀ ବାଳା ରାଉତଙ୍କ ଆବାହକତ୍ୱରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଅସିତ୍ କୁମାର ମହାପାତ୍ର ଯୋଗଦେଇ ବାଲ୍ୟ ବିବାହ ଉପରେ ଆଲୋକପାତ କରିଥିଲେ। ବାଲ୍ୟ ବିବାହ ସଚେତନତା କାର୍ଯ୍ୟକ୍ରମକୁ ସମାଜସେବୀ ଶ୍ରୀମା ପ୍ରସାଦ ଦାଶ ସଂଯୋଜନା କରିଥିଲେ । ସେହିପରି ମୁଖ୍ୟ ବକ୍ତା ଭାବେ ବ୍ଲକ୍ ଶିଶୁ ବିକାଶ ପ୍ରକଳ୍ପ ଅଧିକାରିଣୀ ଜ୍ୟୋତି ରେଖା ଜେନା ,

ସମ୍ମାନିତ ଅତିଥି ଭାବେ ବୋଲଗଡ଼ ଥାନା ଅଧିକାରିଣୀ ସ୍ନିଗ୍ଧାମୟୀ ବାରାଳ , ସ୍ଥାନୀୟ ସରପଞ୍ଚ ବିଜୟ କୁମାର ସେଠୀ ,ବ୍ୟଙ୍ଗକବି ବ୍ରଜ ବିହାରୀ ସୁବୁଦ୍ଧି ପ୍ରମୁଖ ମଞ୍ଚାସୀନ ହୋଇ ବାଲ୍ୟ ବିବାହ ନିଷିଦ୍ଧ କରାଯିବା ଓ ବାଲ୍ୟ ବିବାହ କଲେ କିପରି ବିପଦ ପକାଉଛି ତାହା ଉପରେ ଉପସ୍ଥିତ ଛାତ୍ରୀ ଓ ଜନସାଧାରଣଙ୍କୁ ଉପଦେଶ ଦେଇ ସଚେତନତା କରାଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଗ୍ରାମର ୱାଡମେମ୍ବର ପୁଷ୍ପଲତା ମହାପାତ୍ର , ସୁଲୋଚନା ବିଶ୍ଵାଳ , ଗଗନ ମାନସିଂହ , ଅଙ୍ଗନୱାଡି କର୍ମୀ ପଦ୍ମିନୀ ଦେଇ , ଯାଞ୍ଚ କମିଟି ସଦସ୍ୟ ପ୍ରସନ୍ନ କୁମାର ପ୍ରଧାନ , ଜୟ କୃଷ୍ଣ ଭୁଜବଳ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ବାଲ୍ୟ ବିବାହକୁ ଗ୍ରାମରୁ ସମ୍ପୂର୍ଣ ମୁକ୍ତ କରାଯିବା ନେଇ ସଂକଳ୍ପ ନେଇଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ବହୁ ମହିଳା , ଛାତ୍ର ଛାତ୍ରୀ ଓ ଯୁବକ , ଯୁବତୀ ମାନେ ସଚେତନା ରେ ସାମିଲ ହୋଇଥିଲେ।


More Stories
ଉପଜିଲ୍ଲାପାଳ ରlୟଗଡ଼ଙ୍କ ନେତୃତ୍ୱରେ ଭକୁରଗୁଡା ଉତଭାଟି ଚଢ଼ାଉ ୧୧ ଶିଶୁ ଶ୍ରମିକ ଉଦ୍ଧାର l
ପଦ୍ମପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ।
ରାୟଗଡାରେ ଅପେକ୍ଷା ସିନେମାର ପ୍ରିମିୟର ସୋ ଅନୁଷ୍ଠିତ …