ବୌଦ୍ଧ (ଚିତ୍ତରଞ୍ଜନ ସିଂହ)
ହରଭଙ୍ଗା.୨୩/୮: ବୌଦ୍ଧ ଥାନା ଅନ୍ତର୍ଗତ ହରଭଙ୍ଗା ବ୍ଲକ ସାମ୍ପଚ ଗ୍ରାମରେ ଆଜି ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି । ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ମତେ ଏକ ଘରୋଇ କଳି ରୁ ଏହି ହତ୍ୟା କାଣ୍ଡ ଘଟିଥିବା ଜଣା ପଡିଛି ।ଆଜି ଦିନ ପ୍ରାୟ 11ଘଣ୍ଟା ସମୟରେ ଗ୍ରାମର ଭୋଳାନାଥ ସ୍ୱାଇଁ (50)ଓ ସ୍ତ୍ରୀ କସ୍ତୁରୀ ସ୍ବାଇଁ (୪୫) ମଧ୍ୟରେ ଘରୋଇ କଳି ହୋଇଥିଲା!ସ୍ତ୍ରୀ କସ୍ତୁରୀ ପରିବା କାଟୁଥିବା ସମୟରେ ଉକ୍ତ କଳିକୁ ନେଇ ଭୋଳାନାଥ ଉତକ୍ଷିପ୍ତ ହୋଇ ଏକ ଧlରୁଆ ଟାଙ୍ଗିଆରେ ସ୍ତ୍ରୀ ର ବେକରେ ଏକ ଚୋଟ ମାରିଥିଲା!ଏହି ଚୋଟ ରେ ସ୍ତ୍ରୀ ର ବେକ ଛିଣ୍ଡି ଯାଇ ଜୋର ରକ୍ତ ଜୁଡୁବୁଡୁ ହୋଇ ଘଟଣା ସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା!ଖବର ପାର ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଂଚି ମୃତ ଦେହ ଟାଙ୍ଗିଆ ଜବଦ ସହିତ ହତ୍ୟାକାରୀ ଭୋଳା କୁ ଗିରଫ କରାଯାଇଥିବା ବେଳେ ପୋଲିସ ଘଟଣାର ତଦନ୍ତ ଚାଲୁରଖିଛି!ବୋଲି ଜଣାପଡିଛି ।


More Stories
ଭିଜିଲାନ୍ସ ଜାଲରେ କଣ୍ଟାପଡ଼ା ତହସିଲଦାର ପ୍ରସନ୍ନ ସାମନ୍ତରାୟ।
ଜଙ୍ଗଲ ମଧ୍ୟରୁ ଧରାପଡିଲେ ୬ ଡକାୟତ ।
ଖଣି ଖାଲରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର l