ବେଗୁନିଆପଡା, (ରାକେଶ)
ବେଗୁନିଆପଡା (ଆମ ଓଡ଼ିଶା ଖବର )ପିସି କାରବାର ହଟିବ, ଦୁର୍ନୀତି ମୁକ୍ତ ସରକାର ଗଠନ ହେବ | ଚଳିତ ନିର୍ବାଚନରେ ଦୁର୍ନୀତିଗ୍ରସ୍ତ ସରକାର କୁ ହଟାଇବା ସହ କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ଦୁର୍ନୀତି ଗ୍ରସ୍ତ ନେତାଙ୍କୁ ଭୋଟ ନଦେବାକୁ ଆହ୍ୱାନ ଦେଇଛନ୍ତି ଏହି ନିର୍ବାଚନ ମଣ୍ଡଳୀ ର ବରିଷ୍ଠ ବିଜେପି ପ୍ରାର୍ଥୀ ପ୍ରତାପ ନାୟକ | ପ୍ରକାଶ ଥାଉକି ଚଳିତ 2024 ସାଧାରଣ ନିର୍ବାଚନ ପାଇଁ ବିଗୁଲ ବାଜିବା ପରେ ବିଜେପି ପକ୍ଷରୁ ପ୍ରାର୍ଥୀପତ୍ର ଘୋଷଣା ସରିଛି | କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ବରିଷ୍ଠ ନେତା ପ୍ରତାପ ନାୟକ ଙ୍କୁ ଟିକେଟ ମିଳିଥିବା ବେଳେ ପ୍ରଚାର ମୈଦାନ କୁ ଜୋର କରିଛନ୍ତି ପ୍ରତାପ ନାୟକ ଙ୍କ ସମେତ ଶହ ଶହ ବିଜେପି କର୍ମକର୍ତା | ଏକ ବିରାଟ ବାଇକ ରାଲିରେ ଶାଳିଆ ଡ୍ୟାମ ରୁ ବାହାରି ବେଗୁନିଆପଡା ପର୍ଯ୍ୟନ୍ତ ବିଜେପି ସପକ୍ଷରେ ପ୍ରଚାର କରିଥିଲେ ପ୍ରତାପ ନାୟକ | ଚାଷୀଙ୍କ ସମସ୍ୟା,ନବୀନ ସରକାର ଙ୍କ ଅପାରଗତା, କବିସୂର୍ଯ୍ୟନଗର ନିର୍ବାଚନ ମଣ୍ଡଳୀରେ ପିସି କାରବାର ସମେତ ଅନେକ ମୁଦା କୁ ନେଇ ଜନସାଧାରଣ ଙ୍କ ପାଖକୁ ଯାଇ ଭୋଟ ଭିକ୍ଷା କରିଥିଲେ ଶ୍ରୀ ନାୟକ | ଏହା ସହ କେନ୍ଦ୍ରରେ ଥିବା ମୋଦି ସରକାରଙ୍କ ସଫଳତା କୁ ନେଇ ଲୋକଙ୍କୁ ଅବଗତ କରାଇବା ସହ ଆଗାମୀ ଦିନରେ ବିଜେପି ହିଁ ଓଡିଶାର ବିକଳ୍ପ ବୋଲି କହିଥିଲେ ଶ୍ରୀ ନାୟକ | ଏହି ପ୍ରଚାର କାର୍ଯ୍ୟକ୍ରମରେ ଶହ ଶହ ବିଜେପି କର୍ମୀ ଯୋଡି ହୋଇ ଜୟ ଶ୍ରୀରାମ ନାରା ସମେତ ପ୍ରତାପ ନାୟକଙ୍କ ସପକ୍ଷରେ ଭୋଟ ଦେବାକୁ କର୍ମୀ ମାନେ ସ୍ଲୋଗାନ ଦେଇଥିଲେ |
More Stories
ଚାଷୀଙ୍କ ଧାନ ଫସଲର କ୍ଷତିପୂରଣ ପାଇଁ ଦାବୀ କଲା ଆପ୍ l
ବୁରୁଝରୀ ରେ ବିଜେପିର ମିଶ୍ରଣ ପର୍ବ…ବିଜେପିରେ ଯୋଗଦେଲେ ଯୁବ ସରପଞ୍ଚ ଙ୍କ ସମେତ ଶତାଧିକ କର୍ମୀ l
ଚିଲିକା ଆମ ଆଦମୀ ପାର୍ଟି ବିଧାୟକ ପାର୍ଥି ସଂଗ୍ରାମଙ୍କ ମାରାଥନ ପ୍ରଚାର l