ଶିକ୍ଷକ ସେବା ଦଳ ପକ୍ଷରୁ ଶିକ୍ଷକ ସମ୍ମାନିତ।

ରାୟଗଡ଼ ଜିଲ୍ଲା (ଆମ ଓଡିଶା ଖବର ) ତା:- ୭-୯-୨୦୨୫
ଶିକ୍ଷକ ସେବା ଦଳ ନାମରେ ଏକ ଅନୁଷ୍ଠାନ ତାହାର ଶିକ୍ଷା ସେବା ରାୟଗଡ଼ ଜିଲ୍ଲାରେ ପ୍ରାରମ୍ଭ କରିଛି । ଚଳିତ ଗୁରୁଦିବସ ଅବସରରେ ସରକାରୀ ଶିକ୍ଷା ସେବା ସହିତ ଜଡିତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ସେମାନଙ୍କ ନିରବଚ୍ଛିନ୍ନ ସେବା ନିମନ୍ତେ ସମ୍ମାନିତ କରାଯାଇଥିଲା। ସ୍ଥାନୀୟ ଅମଳାସଙ୍ଘ ପାଠାଗାର ଠାରେ ଆୟୋଜିତ ଏକ ଭବ୍ଯ ସମାରୋହରେ ରାୟଗଡ ଜିଲ୍ଲା ଶିକ୍ଷାଧିକାରୀ ରାମଚନ୍ଦ୍ର ନାହାକ ମୁଖ୍ଯ ଅତିଥି ରୂପେ ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ ଉଦଘାଟନ କରିଥିଲେ । ବରେଣ୍ଯ ଅତିଥି ରୂପେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ, ଶିକ୍ଷକ ସେବା ଦଳର ଓଡିଶା ଶାଖା କନଭେନଟ ଏମ ସୀତା ମହାଲକ୍ଷ୍ମୀ ଓ ବରିଷ୍ଠ ଶିକ୍ଷକ ନୀଳାଞ୍ଚଳ ମିଶ୍ର ମଞ୍ଚାସୀନ ଥିଲେ । ଦୁଇଜଣ ଅବସରପ୍ରାପ୍ତ ଶିକ୍ଷକ, ଚାରିଜଣ ପ୍ରଧାନ ଶିକ୍ଷକ ଓ ଦଶ ଜଣ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ସମ୍ମାନିତ କରାଯାଇଥିଲା। ଜାତୀୟ କ୍ରୀଡ଼ା ଦିବସ ରେ କ୍ରୀଡା କ୍ଷେତ୍ରରେ ଅତୁଳନୀୟ ଅବଦାନ ନିମନ୍ତେ ଚାରିଜଣ କ୍ରୀଡା ଶିକ୍ଷକଙ୍କୁ ସମ୍ମାନିତ କରାଯାଇଥିଲା। ଏସ ଆଶାଲତା, ସୁରେଶ ମହାନ୍ତି ପ୍ରମୁଖ ଏହାର ଆଯୋଜନ କରିଥିଲେ । ଶିକ୍ଷକ ନୀଳାଞ୍ଚଳ ମିଶ୍ର କାର୍ଯ୍ୟକ୍ରମ ସଂଚାଳନ କରିଥିଲେ । ଆଗାମୀ ଦିନରେ ଗରୀବ,ଦକ୍ଷ ଛାତ୍ର ଛାତ୍ରୀଙ୍କ ନିମନ୍ତେ ଏନେକ ଅଭିନବ କାର୍ଯ୍ୟକ୍ରମ ହାତକୁ ନେବାର ଯୋଜନା ଥିବା କନଭେନର ସୀତା ମହାଲକ୍ଷ୍ମୀ କହିଛନ୍ତି ।

ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।

error: Content is protected !!