
ବ୍ରହ୍ମପୁର(ଆମ ଓଡିଶା ଖବର):- ସ୍ଥାନୀୟ ଗଞ୍ଜାମ ଆଇନ ମହାବିଦ୍ୟାଳୟର ସଭାଗୃହ ପରିସରରେ ତୃତୀୟ ବର୍ଷ ଏଲ୍ ଏଲ୍ ବି ଓ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାଯ୍ୟକ୍ରମରେ ଗଞ୍ଜାମ ଆଇନ ମହା ବିଦ୍ୟାଳୟ ଅଧକ୍ଷ ଡ଼. ବିନାୟକ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆଇନ ମହାବିଦ୍ୟାଳୟର ମୁଖ୍ୟ ଅତିଥି ଭାବେ ଖୋର୍ଦ୍ଧା ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧକ୍ଷ ଡ଼. ବିବେକାନନ୍ଦ ଛୋଟରାୟ ଯୋଗ ଦେଇ ଆଇନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ଭଲ ଅଧ୍ୟୟନ ପାଇଁ ଉପଦେଶ ଦେଇଥିଲେ l ସେହିପରି ସମ୍ମାନିତ ଅତିଥି ଭାବେ ଏଚଓଡ଼ି ଏଲ ଏଲ ଏମର ଶିକ୍ଷା ପରିଚାଳକ ମନୋଜ କୁମାର ଜେନା ସାମନ୍ତ ମଞ୍ଚାସିନ ଥିଲେ l ଉକ୍ତ କାଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିବା ପାଇଁ ପ୍ରଥମ ଓ ଦ୍ୱିତୀୟ ବର୍ଷର ଛାତ୍ର ଛାତ୍ରୀମାନେ ସହଯୋଗ କରିଥିଲେ l ଗଞ୍ଜାମ ଆଇନ ମହାବିଦ୍ୟlଳୟ ତରଫରୁ ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ମାନଙ୍କୁ ଏକ ଭିନ୍ନ ଉପାୟରେ ଏହି ବର୍ଷ ୧୫୦ ଗୋଟି ଫୁଲ ତୋଳା ଓ ଫୁଲ ଚାରା ପ୍ରଦାନ କରାଯାଇଥିଲା l ଏହି କାଯ୍ୟକ୍ରମକୁ ତ୍ଵରାନିତ କରିବା ପାଇଁ ଛାତ୍ର ଛାତ୍ରୀ ମାନେ ସହଯୋଗ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଆଇନ ମହା ବିଦ୍ୟାଳୟର ଅଧ୍ୟାପକ ଅନିଲ କୁମାର ପ୍ରଧାନ, ଲୋକ ନାଥ ପାତ୍ର, ଶ୍ରୀମତୀ ସୁଦତ୍ତା ରଥ, ଡ଼. ମୋନିଷl ବିଶ୍ୱାଳ, ଡ଼.ନମିତା ପଣ୍ଡା, ବିକ୍ରମ ପ୍ରଧାନ, ଡ଼. ଜ୍ୟୋତିମୟୀ ବରୁଆ, ଶ୍ରୀମତୀ ଜୟଶ୍ରୀ ପଣ୍ଡା, ଶିବରାମ ସାହୁ, ମୁକେଶ କୁମାର ଜେନା ସାମନ୍ତ, ସତ୍ୟ ନାରାୟଣ ସେନାପତି ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀ ମାନଙ୍କ ଭବିଷ୍ୟତ ଉଜ୍ୱଳ କାମନା କରିଥିଲେ l ଏହି ଅବସରରେ ଆଇନ ମହାବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀ ସାମିଲ ହୋଇଥିଲେ ।

ପ୍ରସନ୍ନ କୁମାର ସ୍ବାଇଁ, ଖୋର୍ଦ୍ଧା


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।