ରାୟଗଡା ଜିଲ୍ଲା (ଆମ ଓଡିଶା ଖବର )ତା :-୧୭/୦୯ – ଓଡ଼ିଶା ସରକାରଙ୍କ ନିର୍ଦ୍ଦେଶକ୍ରମେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୫ତମ ଜନ୍ମଦିନ ଉପଲକ୍ଷେ ପରିବେଶ ସୁରକ୍ଷା, ପରିବେଶ ସନ୍ତୁଳନ ଓ ସ୍ୱଚ୍ଛ-ସବୁଜ ପରିବେଶ ଗଠନର ଉଦ୍ଦେଶ୍ୟରେ ରାୟଗଡା ସ୍ଵୟଂଶାସିତ ମହାବିଦ୍ୟାଳୟରେ ଆଜି ଏକଦିନିଆ ବିଶାଳ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ବୃକ୍ଷ ରୋପଣର ଶୁଭାରମ୍ଭ ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ସରସ୍ଵତୀ ରାୟ ଙ୍କ ଦ୍ଵାରା ହୋଇଥିଲା । ସେ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରି କହିଥିଲେ “ଗଛ ହେଉଛି ପ୍ରକୃତିର ପ୍ରାଣ, ଏହାକୁ ସୁରକ୍ଷା କରିବା ଆମ ସମସ୍ତଙ୍କ ଦାୟିତ୍ୱ। ଗଛ ବିନା ପୃଥିବୀରେ ଜୀବନ କଳ୍ପନା କରିବା ଅସମ୍ଭବ।” ଏହି କାର୍ଯ୍ୟକ୍ରମରେ ଏନ୍ସିସି ଅଧିକାରୀ ଲେଫ୍ଟ ନାଣ୍ଟ ଉଦୟ ନାଏକ, କେଶବ କୁମାରୀ ଜାନି, ୱାଇଆରସି ପରାମର୍ଶଦାତା ପ୍ରିୟଦର୍ଶିନୀ ବଳ, ଟିକେଶ୍ୱର ମାଝୀ, ଏନ୍ଏସ୍ଏସ୍ ଅଧିକାରୀ ଶଙ୍କର ପେଦୁରୁ, ମୋନାଲିସା ପାଣଗ୍ରାହୀ ଓ ସମସ୍ତ ସ୍ବେଚ୍ଛାସେବୀଙ୍କ ସହିତ କଲେଜର ସମସ୍ତ ବିଭାଗର ଛାତ୍ରଛାତ୍ରୀ, ଅଧ୍ୟାପକ -ଅଧ୍ୟାପିକା ଓ କର୍ମଚାରୀମାନେ ସକ୍ରିୟ ଭାବରେ ଯୋଗଦେଇଥିଲେ। କାର୍ଯ୍ୟକ୍ରମ ସମୟରେ କଲେଜ ପରିସରରେ ଶତାଧିକ ଚାରାରୋପଣ କରାଯାଇଥିଲା ଓ ମହାବିଦ୍ୟାଳୟ ବାହାରେ ଜିଲାପରିଷଦ କାର୍ଯ୍ୟାଳୟ ପରିସର, ସି.ଆର୍.ପି.ଏଫ୍. କାର୍ଯ୍ୟାଳୟ ପରିସର, ବନବିଭାଗ ପରିସରରେ ଏନ୍ସିସି କ୍ୟାଡେଟ୍ ମାନଙ୍କ ଦ୍ଵାରା ଗବୃକ୍ଷ ରୋପଣ କରାଗଲା। ଶତାଧିକ ଚାରା ଛାତ୍ରଛାତ୍ରୀମାନେ ଉତ୍ସାହର ସହ ନିଜେ ଚାରା ରୋପଣ କରି ଏହାର ଯତ୍ନ କରିବାକୁ ଶପଥ ନେଇଥିଲେ। ଏଥି ସହ ଶତାଧିକ ଚାରା ଛାତ୍ରଛାତ୍ରୀ ଓ କର୍ମଚାରୀ ମାନଙ୍କ ମଧ୍ୟରେ ବଣ୍ଟନ କରାଗଲା । ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମ ମାଧ୍ୟମରେ କଲେଜ ପରିବେଶ ଆଗାମୀ ଦିନରେ ଅଧିକ ସବୁଜ ଓ ସୁନ୍ଦର ହେବ ବୋଲି ସମସ୍ତେ ଆଶା ବ୍ୟକ୍ତ।
ରାୟଗଡା ରୁ ଅଜିତ କୁମାର ଭାତ୍ରା ଙ୍କ ରିପୋର୍ଟ।


More Stories
ODISHA POLICE DISTRICT HEADQUARTERS, KHORDHA.
ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସଚେତନତା ପଦଯାତ୍ରା।
ଆନ୍ତର୍ଜାତୀୟ ମହିଳା ଦିବସରେ ‘ସୁଭଦ୍ରା’ର ୪ର୍ଥ କିସ୍ତି ପ୍ରଦାନ।