ଭୁବନେଶ୍ୱର, “ଆମ ଓଡ଼ିଶା ଖବର” ଓଡ଼ିଶା ଭିଜିଲାନ୍ସ ଜାଲରେ ଟାଟା ପାୱାରର ତୁଷାରକାନ୍ତ ରାୟ ନିର୍ବାହୀ ଯନ୍ତ୍ରୀ। ବାବୁ ତୁଷାରକାନ୍ତ, ଟାଟା ପାୱାରର କମ୍ପାନୀରେ ନିର୍ବାହୀ ଯନ୍ତ୍ରୀ ଭାବେ ଚାକିରି କରୁଥିବା ବେଳେ, ଟଙ୍କା ରୋଜଗାର କରିବାରେ ଟିକେ ଅଧିକ ସଉକ।

ବାବୁ ତୁଷାରକାନ୍ତ ସଉକ ପୁରଣ କରିବା ପାଇଁ, କଣ୍ଟ୍ରାକ୍ଟର ନିକଟରୁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିଲେ। ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ। ବାବୁ ତୁଷାରକାନ୍ତ, ଠିକାଦାରଙ୍କ ଠାରୁ ଲାଞ୍ଚ ଟଙ୍କା ନେଉଥିଲେ ମିଥ୍ୟା ରିପୋର୍ଟ ପ୍ରଦାନ କରିବା ପାଇଁ। ଭିଜିଲାନ୍ସ ଅଧିକାରୀ, ନିର୍ବାହୀ ଯନ୍ତ୍ରୀ ବାବୁଙ୍କ ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ୩ଟି ଯାଗା ରେଡ୍ କରିଛନ୍ତି। ୩ଟି ଘର ରେଡ୍ ବେଳେ ମିଳିଲା ୯ ଲକ୍ଷ ୫୩ ହଜାର ନଗଦ ଟଙ୍କା।
ଖୋର୍ଦ୍ଧା ଜଟଣୀରୁ ଧିରେନ ପ୍ରତିହାରିଙ୍କ ରିପୋର୍ଟ।


More Stories
ବାଣିଜ୍ୟରେ 93% ରଖି ବିଦ୍ୟାଳୟ ଟପର ହେଲେ ବାଲୁଗାଁର ଅଞ୍ଚିତା ନାୟକ l
जनकल्याण सोसाइटी की तीसरी जनरल मीटिंग।
జనకళ్యాణ్ సొసైటీ మూడవ సర్వసభ్య సమావేశం.